ପ୍ରମୂଖ ଖବର
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ବିଷ ବଳୟରେ ରାଜଧାନୀ ଦିଲ୍ଲୀ, ଗ୍ରାଫ୍-୪ ଲାଗୁ

Published By : Ankita S | November 18, 2024 11:17 AM

ନୂଆଦିଲ୍ଲୀ,୧୮/୧୧: ବିଗୁଡୁଛି ଦିଲ୍ଲୀ ପରିବେଶ । ଦିଲ୍ଲୀବାସୀଙ୍କୁ ଅଣନିଶ୍ବାସୀ କରିଛି ପ୍ରଦୂଷଣ । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ସ୍ତରରେ ପହଞ୍ଚିଛି । ଚାରିଆଡ ଧୂଆଁମୟ ହୋଇଛି । ରାସ୍ତାରେ ପାଦେ ଚାଲିବା ମୁସ୍କିଲ ହୋଇଛି । ନିଶ୍ବାସ ନେବା କଷ୍ଟକର ହୋଇଛି । ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ପାର୍ କରିଛି । ଧୂଆଁମୟ ହୋଇଛି ଏନସିଆର ଆକାଶ । କୁହୁଡି ପାଇଁ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟରୁ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସମସ୍ତ ପ୍ରାଥମିକ ସ୍କୁଲ ବନ୍ଦ କରାଯାଇଛି । ଆଜିଠୁ ଗ୍ରାଫ୍-୪ ନିୟମ ଲାଗୁ ହୋଇଛି ।

ଦିଲ୍ଲୀ, ହରିୟାଣା ଓ ଗୁରୁଗ୍ରାମରେ ସାଂଘାତିକ ସ୍ଥିତିରେ ରହିଛି ପ୍ରଦୂଷଣ। ଘନ କୁହୁଡି ନେଇ ଭାରତୀୟ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଡ ଜାରି କରିଛି । ଅଧିକାଂଶ ସ୍ଥାନରେ ବାୟୁ ପ୍ରଦୂଷଣ ମାନ ୪୮୦ ପାର କରିଛି । ନୋଏଡାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୮୧ ରେକର୍ଡ ହୋଇଛି । ଏହା ଅତି ସାଂଘାତିକ ବାୟୁ ପ୍ରଦୂଷଣ ବୋଲି କୁହାଯାଉଛି । ସେହିପରି ଗାଜିଆବାଦ ଓ ଗୁରୁଗ୍ରାମରେ ଏକ୍ୟୁଆଇ ଯଥାକ୍ରମେ ୪୦୦ ଏବଂ ୪୪୬ ରହିଛି ।

ଦିଲ୍ଲୀ ପ୍ରଦୂଷଣକୁ ନଜରରେ ରଖି ପ୍ରଥମରୁ ନବମ ପର୍ଯ୍ୟନ୍ତ ସ୍କୁଲ ବନ୍ଦ କରାଯାଇଛି । ଆଜିଠୁ ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନଲାଇନ ଜରିଆରେ ପାଠପଢା ଯିବ । ଏନସିଆରରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରୁପ-୪ ରେସପନ୍ସ ଆକ୍ସନ ପ୍ଲାନ ଲାଗୁ ହୋଇଛି ।

ଗ୍ରାଫ୍-୪ର ନିୟମ

୧. ଦିଲ୍ଲାରେ ଟ୍ରକ ଏଣ୍ଟ୍ରିକୁ ବନ୍ଦ କରାଯାଇଛି । କେବଳ ଜରୁରୀ ସେବା ପାଇଁ ଅନୁମତି ମିଳିବ ।

୨. ସିଏନଜି, ଇଲେକ୍ଟ୍ରି ଓ ଅତ୍ୟାବଶ୍ୟକ ଜିନିଷ ଆଣି ଆସୁଥିବା ଟ୍ରକକୁ ଅନୁମତି ମିଳିବ। ଦିଲ୍ଲୀ ବାହାରେ ପଞ୍ଚିକୃତ ଯାନକୁ ଏଣ୍ଟ୍ରି ମିଳିବ ନାହିଁ ।

୩. ବିଏସ-୪ କିମ୍ବା ତାଠୁ କମ ମାନକ ଡିଜେଲ ଚାଳିତ ମିଡିୟମ ଗୁଡସ ଭେଇକିଲ ଓ ଭାରୀଯାନ ଉପରେ ପ୍ରତିବନ୍ଧକ ରହିବ । ଏଣ୍ଟ୍ରି ପଏଣ୍ଟରେ ଚେକିଂ କଡ଼ା କଡି ହୋଇଛି।

୪. ସରକାରୀ ଓ ବେସରକାରୀ ଅଫିସ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବା ସହ ୱାର୍କ ଫ୍ରମ ହୋମ କରିବାକୁ କୁହାଯାଇଛି ।

୫. ଦିଲ୍ଲୀରେ ଅଡ୍ ଇଭିନ ନମ୍ବର ଗାଡି ଚଳାଚଳ ପାଇଁ କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.