ମୁମ୍ବାଇ,୧୦/୦୧: ଉଦଘାଟନୀ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ସାମ୍ନା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ଦ୍ୱିତୀୟ ମ୍ୟାଚ ଖେଳିବ । ୩ଥର ରନର୍ସ ଅପ୍ ହୋଇ ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ତ୍ରୁଟି ସୁଧାରିବାକୁ ମଧ୍ୟ ସମୟ ମିଳିବ ନାହିଁ ।
ଏଥର ନୂଆ ଅଧିନାୟିକାଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ ଗ୍ରାଉଣ୍ଡକୁ ଓହ୍ଲାଇବାକୁ ଯାଉଛି । ଜେମିମା ରୋଡ୍ରିଗ୍ ଦଳର ନେତୃତ୍ୱ ନେଉଛନ୍ତି । ଶେଫାଳି ବର୍ମା, ମରିଜାନ କାପ, ଲୌରା ଉଲଭାର୍ଟ, ଆଲାନା କିଙ୍ଗ ଓ ଚିନେଲି ହେନରୀଙ୍କ ଭଳି ପ୍ରମୁଖ ଷ୍ଟାର ଖେଳାଳି ଦଳରେ ରହିଛନ୍ତି । ଦଳର ବ୍ୟାଟିଂ ବିଭାଗ ବେଶ୍ ସନ୍ତୁଳିତ ମନେ ହେଉଛି । ବୋଲିଂ ବିଭାଗ ପାଇଁ ଅଗ୍ନି ପରୀକ୍ଷା ରହିଛି । ତଥାପି କାପ୍ ପେସ ବୋଲିଂ ବିଭାଗ ସମ୍ଭାଳିବେ । ଶ୍ରୀ ଚରଣୀ, ସ୍ନେହ ରାଣା ଓ କିଙ୍ଗ୍ଙ୍କ ନେଇ ଗଠିତ ସ୍ପିନ ବୋଲିଂ ବିଭାଗ ମ୍ୟାଚ୍ ଫଳାଫଳ ନିର୍ଣ୍ଣୟ କରିବ ।
ମୁମ୍ବାଇର ଷ୍ଟାର ଓପନର ହେଲି ମାଥ୍ୟୁସ ଅସୁସ୍ଥ ଥିବାରୁ ପ୍ରଥମ ମ୍ୟାଚ୍ ଖେଳି ପାରିନଥିଲେ । ଶନିବାର ମଧ୍ୟ ସେ ଖେଳିବା ନେଇ ଆଶଙ୍କା ରହିଛି । ତାଙ୍କ ଅନୁପସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍ସର ଓପନିଂ ବିଭାଗ ଦୁର୍ବଳ ମନେ ହେଉଛି । ତଥାପି ଦଳ ବେଶ୍ ଶକ୍ତିଶାଳୀ ।
ସମ୍ଭାବ୍ୟ ଦଳ
ମୁମ୍ବାଇ ଇଣ୍ଡିଆନ୍ସ: ଆମେଲିଆ କେର, ଜି କାମାଳିନୀ, ନାତାଲି ସ୍କିଭର-ବ୍ରଣ୍ଟ, ହର୍ମନପ୍ରୀତ କୌର (ଅଧିନାୟିକା), ନିକୋଲା କ୍ୟାରି, ଏସ ସଜନା, ଅମନଜୋତ କୌର, ପୁନମ ଖେମନାର, ଶବନିମ ଇସମାଇଲ, ସଂସ୍କୃତି ଗୁପ୍ତା, ସାଇକା ଇଶାକ ।
ଦିଲ୍ଳୀ କ୍ୟାପିଟାଲ୍ସ: ଶେଫାଳି ବର୍ମା, ଲୌରା ଉଲଭାର୍ଟ, ଜେମିମା ରୋଡ୍ରିଗ୍ସ (ଅଧିନାୟିକା), ମରିଜାନ କାପ, ନିକି ପ୍ରସାଦ, ଚିନେଲି ହେନରୀ, ଆଲାନା କିଙ୍ଗ, ତାନିଆ ଭାଟିଆ, ସ୍ନେହ ରାଣା, ଶ୍ରୀ ଚରଣୀ, ନନ୍ଦନି ଶର୍ମା ।