ନୂଆଦିଲ୍ଲୀ,୨୭/୦୪: ଆଇପିଏଲ୍ ୨୦୨୬ର ୩୯ତମ ମୁକାବିଲାରେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବେଙ୍ଗାଲୁରୁ। ପ୍ରଥମେ ମଇଦାନକୁ ଓହ୍ଲାଇଥିବେ ଦିଲ୍ଲୀ ଚଳିତ ଆଇପିଏଲ୍ ସିଜିନରେ ଆଜି ସବୁଠାରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଦଳ ୧୬.୩ ଓଭରରେ ସମସ୍ତ ଓ୍ବିକେଟ ହରାଇ ମାତ୍ର ୭୫ ରନ୍ର ଲଜ୍ଜାଜନକ ସ୍କୋର କରିଛି। ଅରୁଣ ଜେଟଲି ଷ୍ଟାଡିୟମରେ, ବେଙ୍ଗାଲୁରୁର ବୋଲରମାନଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ ପାୱାରପ୍ଲେ ସମୟରେ ୬ ୱିକେଟ୍ ହରାଇ ମାତ୍ର ୧୩ ରନ୍ କରିଥିଲା। ଏହା IPL ଇତିହାସରେ ପାୱାରପ୍ଲେରେ ସର୍ବନିମ୍ନ ସ୍କୋର ଥିଲା। RCB ପକ୍ଷରୁ ଜୋଶ ହେଜେଲଉଡ୍ ଶ୍ରେଷ୍ଠ ପ୍ରଦର୍ଶନକାରୀ ଥିଲେ, ସେ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ଏହାରି ଭିତରେ ଦିଲ୍ଲୀ ପକ୍ଷରୁ ଅଭିଷେକ ପୋରେଲ୍ - ଯିଏ ଜଣେ ଇମ୍ପାକ୍ଟ ପ୍ଲେୟାର ଭାବରେ ଆସିଥିଲେ, ସେ ୩୩ ବଲ୍ ରୁ ୩୦ ରନ୍ କରି ଦଳର ସମ୍ମାନ ରଖିଥିଲେ।.
ମ୍ୟାଚ୍ରେ ବେଙ୍ଗାଲୁରୁର ଅଧିନାୟକ ରଜତ ପାଟିଦାର ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇନିଂସ ପରେ, RCBର ଏହି ନିଷ୍ପତ୍ତି ପ୍ରାୟତଃ ସଫଳ ହୋଇଥିବା ପରି ମନେ ହେଉଥିଲା। ରନ ଚେଜ୍ରେ, ଦଳକୁ ବିଜୟ ସୁନିଶ୍ଚିତ କରିବା ପାଇଁ ୭୬ ରନ୍ କରିବାକୁ ପଡ଼ିବ।
ମାତ୍ର ୮ ରନରେ ପଡ଼ିଥିଲା ଛଅଟି ୱିକେଟ:
ଦିଲ୍ଲୀ ମାତ୍ର ୦୮ ରନରେ ୬ ୱିକେଟ ହରାଇଥିଲା। ଡେବ୍ୟୁଟାଣ୍ଟ ସାହିଲ ପାରେଖ ପ୍ରଥମ ଝଟକା ପାଇଥିଲା, ଯିଏ ଖାତା ଖୋଲି ନପାରି ଆଉଟ ହୋଇଥିଲେ। ଦ୍ୱିତୀୟ ୱିକେଟ ଥିଲା କେଏଲ ରାହୁଲଙ୍କର, ଯିଏ ମାତ୍ର ୦୧ ରନ କରିପାରିଥିଲେ। ତୃତୀୟ ୱିକେଟ ଥିଲା ସମୀର ରିଜଭିଙ୍କର, ଯିଏ ଗୋଲ୍ଡେନ ଡକ୍ ରେ ଆଉଟ ହୋଇଥିଲେ। ପତନର ଧାରା ଜାରି ରହିଲା, ଏବଂ ଦିଲ୍ଲୀ ଟ୍ରିଷ୍ଟନ ଷ୍ଟବସ୍ (୦୫)ରୁପରେ ଚତୁର୍ଥ ୱିକେଟ ହରାଇଲା। ପଞ୍ଚମ ଝଟ୍କା ଆସିଥିଲା ଅଧିନାୟକ ଅକ୍ଷର ପଟେଲଙ୍କ ସହିତ। ଅକ୍ଷର କୌଣସି ରନ ନକରି ଆଉଟ ହୋଇଥିଲେ। ପରବର୍ତ୍ତୀ ସମୟରେ, ନୀତିଶ ରାଣା ଆଉଟ ହେବା ପରେ ଷଷ୍ଠ ୱିକେଟ ୮ ରନରେ ପଡ଼ିଥିଲା। ନୀତିଶ ୯ ବଲ୍ ରୁ ୦୧ ରନ କରିଥିଲେ।