ନୂଆଦିଲ୍ଲୀ, ୧୪/୧ : ଅନୁଜ ରାଓ୍ବତ ନିଜ ନୂଆ ଆଇପିଏଲ୍ ଟିମ୍ ଗୁଜୁରାଟ ଟାଇଟନ୍ସ ସହ ଯୋଡ଼ି ହୋଇଯାଇଛନ୍ତି । ପ୍ରକାଶ ଯେ, ଏହି ସମୟରେ ସୁରଟରେ ଗୁଜରାଟ ଟାଇଟନ୍ସର ପ୍ରୀ- ସୀଜନ କ୍ୟାମ୍ପ୍ ଚାଲୁଛି । ଏହି କ୍ୟାମ୍ପରେ ଭାଗ ନେବା ଲାଗି ଅନୁଜ ରାଓ୍ବତ ନିଜ ରଣଜୀ ଟ୍ରଫି ସମ୍ବନ୍ଧିତ ପ୍ରସ୍ତୁତିକୁ ନଜରଅନ୍ଦାଜ କରି ସୁରଟରେ ପହଞ୍ଚି ଯାଇଛନ୍ତି । ସେହିଭଳି ଏହି ସମୟରେ ଅଋଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ ରଣଜୀ ଟ୍ରଫି ଟିମର ସେଶନ ଚାଲିଛି । କିନ୍ତୁ ଅନୁଜ ରାଓ୍ବତ ଗୁଜୁରାଟ ଟାଇଟନ୍ସର ଭାଗିଦାରୀ ହେବା ଅଧିକ ଦାୟିତ୍ବ ବୋଲି ଭାବିଲେ । ମାତ୍ର, ଏହିଭଳି ଅନୁଜ ରାଓ୍ବତ ଏକା ନୁାହନ୍ତି । ଅନୁଜ ରାଓ୍ବତଙ୍କ ବ୍ୟତୀତ ଇଶାନ୍ତ ଶର୍ମା, ଜୟନ୍ତ ଯାଦବ, ମହିପାଲ ଲୋମରୋର, କୁମାର କୁଶାଗ୍ର ଏବଂ ଅରଶଦ ଖାନ ସାମିଲ ଅଛନ୍ତି ।
ପ୍ରକାଶ ଯେ, ରଣଜୀ ଟ୍ରଫି ଟିମ ଉପରେ ଆଇପିଏଲକୁ ଲଦି ଦେବା କାରଣରୁ ଅନୁଜ ରାଓ୍ବତ ବାରମ୍ବାର ଆଲୋଚନାର ଶିକାର ହେଉଛନ୍ତି । ପୂର୍ବ ଦିନରେ ବିସିସିଆଇ ଡୋମେଷ୍ଟିକ କ୍ରିକେଟର ଗୁରୁତ୍ବ କଥା କହିଥିଲା । କିନ୍ତୁ ଅନୁଜ ରାଓ୍ବତ ଏହି ସବୁ କଥାକୁ ଗୁରୁତ୍ବ ନ ଦେଇ ଦିଲ୍ଲୀ ରଣଜୀ ଟ୍ରଫି ଟିମ୍ ସେଶନରେ ସାମିଲ ହେବା ପରିବର୍ତେ ଗୁଜୁରାଟ ଟାଇଟନ୍ସର ପ୍ରି- ସିଜନ କ୍ୟାମ୍ପର ଭାଗିଦାରୀ ହୋଇଛନ୍ତି । ସେହିଭଳି ଏବେ ଏହି ପୂରା ମାମଲାରେ ଡିଡିସିଏର ସେକ୍ରେଟାରୀ ଅଶୋକ ଶର୍ମା ବଡ଼ ବୟାନ ଦେଇଛନ୍ତି । ଅଶୋକ ଶର୍ମାଙ୍କ ଅନୁସାରେ ଅନୁଜ ରାଓ୍ବତ ଗୁଜୁରାଟ ଟାଇଟନ୍ସ କ୍ୟାମ୍ପର ଭାଗିଦାରୀ ହେବା ଲାଗି କୌଣସି ଆଦେଶ ନେଇ ନାହାନ୍ତି ।