ନୂଆଦିଲ୍ଲୀ, ୨୧/୦୭ : ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର ହେବେ ସୋନମ ୱାଙ୍ଗଚୁକ୍। ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଫଦରଗଞ୍ଜ ସରକାରୀ ହସ୍ପିଟାଲରୁ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଏହା ସହ ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯିବ। ୱାଙ୍ଗଚୁକଙ୍କ ସମସ୍ତ ମେଡିକାଲ ରିପୋର୍ଟ ଏହି ଟିମ୍ କୁ ହସ୍ତାନ୍ତର କରାଯିବ। ସୋନମଙ୍କ ପତ୍ନୀ ଗୀତାଞ୍ଜଳିଙ୍କ ଯାଚିକାରେ ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦେବେନ୍ଦ୍ର କୁମାର ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କ ପୀଠ ଏହି ମାମଲାରେ ଶୁଣାଣି କରି ହସ୍ପିଟାଲ ସ୍ଥାନାନ୍ତରକୁ ଅନୁମତି ଦେଇଛନ୍ତି। ତେବେ ୱାଙ୍ଗଚୁକଙ୍କ ହସ୍ପିଟାଲ ସ୍ଥାନାନ୍ତରଣକୁ ନେଇ ସରକାରଙ୍କର କୌଣସି ଆପତ୍ତି ନାହିଁ, ହେଲେ ଡାକ୍ତରଙ୍କ ପରାମର୍ଶ ବିନା ଡିସଚାର୍ଜ ନକରିବାକୁ ସର୍ତ୍ତ ରଖାଯାଇଛି।

ଏନେଇ ସଲିସିଟର ଜେନେରାଲ କହିଛନ୍ତି ଯେ, ସରକାର ୱାଙ୍ଗଚୁକଙ୍କ ସ୍ଵାସ୍ଥ୍ୟାବସ୍ଥାକୁ ନେଇ କୌଣସି ରିସ୍କ ନେବାକୁ ଚାହୁଁନାହାଁନ୍ତି। ଏହାପରେ ହାଇକୋର୍ଟ କହିଛନ୍ତି ଯେ, ମେଡିକାଲ ରିପୋର୍ଟ ଦେଖି ଲାଗୁଛି ସୋନମଙ୍କୁ ଡାକ୍ତରଙ୍କ ତଦାରଖରେ ରହିବାକୁ ପଡିବ। ଯେକୌଣସି ଡାକ୍ତରଖାନାରେ ରହିଲେ ବି ଚଳିବ। ସଫଦରଗଞ୍ଜ ହେଉକି ମେଦାନ୍ତ... ଚିକିତ୍ସା ଉଭୟ ଜାଗାରେ ଚାଲିବ। ତେବେ ହସ୍ପିଟାଲ ସ୍ଥାନାନ୍ତର ପାଇଁ ଅନୁମତି ମିଳିବା ପରେ ସୋନମଙ୍କ ପତ୍ନୀ ଖୁସି ବ୍ୟକ୍ତ କରିଛନ୍ତି।..

ଆହୁରି ପଢନ୍ତୁ- Sonam Wangchuk : ସୋନମ ୱାଙ୍ଗଚୁକ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି କଲା ଦିଲ୍ଲୀ ପୁଲିସ

ଓଡ଼ିଶାର ପ୍ରଥମ ମହିଳା ଡନ୍ ‘ଚିତ୍ତେରା’! ନାଁ ଶୁଣିଲେ ଥରୁଥିଲେ ୫ ଖଣ୍ଡ ମୌଜା