ନୂଆଦିଲ୍ଲୀ,୦୩/୦୫; ଦିଲ୍ଲୀର ସଫଦରଜଙ୍ଗ ଅଞ୍ଚଳରେ ଜଣେ ଯୁବ ବିଚାରପତି ଆତ୍ମହତ୍ୟା କରିଛନ୍ତି । ତାଙ୍କ ନାମ ଅମନ କୁମାର ଶର୍ମା (୩୦) । ଗାଧୁଆ ଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଯୁବ ଜଜ୍ କାହିଁକି ଏପରି ନିଷ୍ପତ୍ତି ନେଲେ ପ୍ରଶ୍ନ ଘେରରେ ରହିଥିବା ବେଳେ ତାଙ୍କ ପତ୍ନୀଙ୍କ ନାମ ପରିବାର ଲୋକ ଅଭିଯୋଗ ଅଣିଛନ୍ତି । ଅମନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ତେଣୁ ଅମନ ପତ୍ନୀଙ୍କ ବ୍ୟବହାର ସହନପାରି ଏପରି କରିଥିବା ଅଭିଯୋଗ କରିଛନ୍ତି ପରିବାର ।
'ବାପା ବଞ୍ଚିବା କଷ୍ଟକର ହୋଇପଡ଼ିଛି'... ବିଚାରପତି ଅମନ କୁମାର ଶର୍ମାଙ୍କ ଜଣେ ସମ୍ପର୍କୀୟ କହିଛନ୍ତି ଯେ, ଅମନ ପୂର୍ବ ରାତି ପ୍ରାୟ ୧୦ଟାରେ ତାଙ୍କ ବାପାଙ୍କୁ ଫୋନ୍ କରି କହିଥିଲେ, "ମୁଁ ବହୁତ ଦୁଃଖିତ, ଜୀବନ କଷ୍ଟକର ହୋଇଗଲାଣି । " ଏହି ଫୋନ୍ ପାଇବା ପରେ, ଅମନଙ୍କ ବାପା ଅଲୱରରୁ ଦିଲ୍ଲୀରେ ପହଞ୍ଚିଲେ । ସେଠାରେ ସେ ତାଙ୍କ ପୁଅ ଏବଂ ବୋହୂଙ୍କୁ ଝଗଡ଼ା କରୁଥିବାର ଦେଖିଲେ । ଏହି ସମୟରେ, ବୋହୂ କହିଲେ, "ଏଠୁ ଚାଲିଯାଅ ନଚେତ୍ ସେ ପୁଲିସକୁ ଡାକିବେ । " ସକାଳେ ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ତା'ପରେ ଯୁବ ବିଚାରପତି ଅମନ ନିଜକୁ ବାଥରୁମରେ ବନ୍ଦ କରି ଦେଇଥିଲେ । ପରେ, ତାଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ମିଳିଥିଲା ।
ଅମନ ଓ ତାଙ୍କ ସ୍ତ୍ରୀଙ୍କ ସହ ଦୁଇ ମାସ ଧରି ବିବାଦ ଲାଗି ରହିଥିଲା । ପୁଲିସକୁ ଅମନଙ୍କ ସମ୍ପର୍କୀୟ ଦେଇଥିବା ବୟାନ ଅନୁଯାୟୀ, ଅମନ କହୁଥିଲେ ଯେ ସେ ଘରେ ଅତ୍ୟଧିକ ହସ୍ତକ୍ଷେପ କରୁଛନ୍ତି । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ, ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ସ୍ତ୍ରୀ ଜୋରରେ ଚିତ୍କାର କରୁଥିଲେ, ଏବଂ ଅମନ ବହୁତ ଜୋରରେ କାନ୍ଦୁଥିଲେ ।
ପୁଲିସର ସୂଚନା ଅନୁସାରେ ଅପରାହ୍ନ ୧ଟା ୪୫ରେ ସେମାନଙ୍କୁ ସୂଚନା ମିଳିଥିଲା । ସେମାନେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ମୃତଦେହ ଗାଧୁଆ ଘରେ ଝୁଲୁଥିଲା । ପୁଲିସ ତାଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି । ଅମନଙ୍କ ଘର ଗ୍ରୀନପାର୍କ ଅଞ୍ଚଳରେ । ସେ କଡକଡଡୁମା କୋର୍ଟରେ କାର୍ଯ୍ୟରତ ଥିଲେ । ୨୦୨୧ ଜୁନ ୧୯ରେ ସେ ଦିଲ୍ଲୀ ଜୁଡିସିଆଲ ସର୍ଭିସେସ୍ରେ ସାମିଲ ହୋଇଥିଲେ । ଖୁବ୍ କମ ଦିନରେ ସେ କିଛି ଫୌଜଦାରୀ ଓ ଦେୱାନି ମାମଲା ପରିଚାଳନା କରିଥିଲେ । ଭିନ୍ନ ଭିନ୍ନ ସ୍ଥାନରେ ସେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଓ ସିଭିଲ୍ ଜଜ୍ ଭାବେ କାର୍ଯ୍ୟ କରିଥିଲେ ।
ଏହା ବି ପଢନ୍ତୁ...କାହାକୁ ନ ମିଳୁ ଏମିତି ସ୍ତ୍ରୀ ! ଆତ୍ମହତ୍ୟା ପୂର୍ବରୁ ଭିଡିଓ କରି ସବୁ କହିଦେଲେ ସ୍ବାମୀ