ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିଚାରପତି ବଦଳାଇବା ମାମଲା ଦାବିକୁ ଏଡ଼େଇ ଦେଇଛନ୍ତି। କେଜ୍ରିୱାଲଙ୍କ ମାମଲାର ଶୁଣାଣି କରୁଥିବା ବିଚାରପତି ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ଉପରେ ପକ୍ଷପାତିତା ଅଭିଯୋଗ ଲଗେଇ, ମାମଲାକୁ କୌଣସି ଅନ୍ୟ ପୀଠକୁ ସ୍ଥାନାନ୍ତର କରିବାକୁ ଦାବି କରିଥିଲେ। ମୁଖ୍ୟ ବିଚାରପତି ଉକ୍ତ ମାମଲାରେ ଟିପ୍ପଣୀ ମଧ୍ୟ କରିଛନ୍ତି।

ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଦେବେନ୍ଦ୍ର କୁମାର ଉପାଧ୍ୟାୟ କହିଛନ୍ତି ଯେ, ପିଟିସନ ବର୍ତ୍ତମାନ ରୋଷ୍ଟର ଅନୁସାରେ ବିଚାରପତି ଶର୍ମାଙ୍କୁ ପ୍ରଦାନ କରାଯାଇଛି ଏବଂ ପ୍ରଶାସନିକ ପକ୍ଷରେ ଆଦେଶ ପାରିତ କରି ଏହାକୁ ସ୍ଥାନାନ୍ତରିତ କରିବାର କୌଣସି କାରଣ ନାହିଁ।ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ବିଚାରପତି ଶର୍ମା ନିଜକୁ ଏହି ମାମଲାର ଶୁଣାଣି ଠାରୁ ଅଲଗା କରିବାକୁ ଚାହାନ୍ତି ତ ଏହି ନିଷ୍ପତ୍ତି ସେ ନିଜେ ନେଇ ପାରିବେ।

ଏହାସହ ମଧ୍ୟ ପଢନ୍ତୁ : ଥାଲାପତି ବିଜୟଙ୍କୁ ଗଠବନ୍ଧନ ପାଇଁ ବିଜେପି ଦେଲା ବଡ଼ ଅଫର୍

ବାର ଆଣ୍ଡ ବେଞ୍ଚର ରିପୋର୍ଟ ଅନୁସାରେ , ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ୧୩ ମାର୍ଚ୍ଚରେ ଏକ ଚିଠିର ସୂଚନା ଦିଆ ଯାଇ ଥିଲା। ଏହି ଚିଠି ସେହି ଆଠ ଜଣ ଲୋକଙ୍କୁ ପଠାଯାଇ ଥିଲା, ଯେଉଁମାନେ ମାମଲାକୁ ଦ୍ୱିତୀୟ ବେଞ୍ଚକୁ ଟ୍ରାନ୍ସଫର କରିବାକୁ ଦାବି କରିଥିଲେ, ଯେଉଁଥିରେ କେଜ୍ରିୱାଲ ମଧ୍ୟ ସାମିଲ ଥିଲେ। ଚିଫ୍ ଜଷ୍ଟିସ୍ ମାମଲାରେ କହିଛନ୍ତି ଯେ, ପ୍ରଶାସନିକ ସ୍ତରରେ ଏହି ପିଟିସନକୁ କୌଣସି ଅନ୍ୟ ବେଞ୍ଚକୁ ଟ୍ରାନ୍ସଫର କରିବାର କୌଣସି କାରଣ ଦେଖା ଯାଉ ନାହିଁ।

ପ୍ରକୃତ କଥା ହେଲା , ୧୧ ମାର୍ଚ୍ଚରେ ଲେଖିଥିବା ନିଜର ଚିଠିରେ କେଜ୍ରିୱାଲ ଆଶଙ୍କା କରିଥିଲେ ଯେ, ଯଦି ମାମଲା ଜଷ୍ଟିସ ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ପାଖରେ ରହେ ତ ଶୁଣାଣି ନିରପେକ୍ଷ ଓ ତଟସ୍ଥ ଉପାୟରେ ହୋଇ ପାରିବ ନାହିଁ। ଏହା ପୂର୍ବରୁ ୨୭ ଫେବ୍ରୁଆରୀରେ ଏକ ଟ୍ରାୟଲ କୋର୍ଟ ଅବକାରୀ ନୀତି ମାମଲାରେ କେଜ୍ରିୱାଲ ଓ ଆଉ ୨୨ ଅଭିଯୁକ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରି , ସେମାନଙ୍କୁ ଦୋଷମୁକ୍ତ କରିଦେଇ ଥିଲେ। ଏହା ବିରୋଧରେ ସିବିଆଇ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଛି , ଯାହାର ଶୁଣାଣି ବର୍ତ୍ତମାନ ଜଷ୍ଟିସ୍ ସ୍ୱର୍ଣ୍ଣକାନ୍ତ ଶର୍ମାଙ୍କ ବେଞ୍ଚରେ ଚାଲିଛି।

୯ ମାର୍ଚ୍ଚରେ ବିଚାରପତି ଶର୍ମା ମାମଲାରେ ନୋଟିସ୍ ଜାରି କରିଥିଲେ ଏବଂ ଟ୍ରାୟଲ କୋର୍ଟର ସେହି ନିର୍ଦ୍ଦେଶରେ ରୋକ୍ ଲଗେଇ ଦେଇଥିଲେ, ଯେଉଁଥିରେ ମାମଲାର ଯାଞ୍ଚ କରୁଥିବା ସିବିଆଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରିବାକୁ କୁହାଯାଇ ଥିଲା। ଏହାସହ ସେ ଟ୍ରାୟଲ କୋର୍ଟଙ୍କ ଆଦେଶର କିଛି ଚିପ୍ପଣୀକୁ ଭୁଲ କହିଥିଲେ ଏବଂ ମନି ଲଣ୍ଡରିଂ ,ସହ ଜଡ଼ିତ ମାମଲାର କାର୍ଯ୍ୟବାହୀକୁ ବର୍ତ୍ତମାନ ଏଡେଇବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ।