ନୂଆଦିଲ୍ଲୀ,୩।୬: ଦିଲ୍ଳୀର ମାଲବୀୟ ନଗର ହସ୍ପିଟାଲରେ ବୁଧବାର ହୋଇଥିବା ଭୀଷଣ ଅଗ୍ନିକାଣ୍ଡରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାରେ ବହୁ ବିଦେଶୀଙ୍କ ସହିତ ମୋଟ ୨୧ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ସେଭଳି ପ୍ରାୟ ଅନେକ ଲୋକ ଆହତ ହୋଇଛନ୍ତି। ମାଲବୀୟ ନଗରର ୪ ମହଲା ହୋଟେଲରେ ଗୁରଗାଓଁର ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି। ମ୍ୟାକ୍ସ ହସ୍ପିଟାଲରେ ଏକ ପରିବାରର ଚିକିତ୍ସା କରିବା ପାଇଁ ଆସିଥିବା ଲୋକ ହୋଟେଲରେ ବ୍ରେକଫାଷ୍ଟ କରିବାକୁ ଯାଇଥିଲେ।
ଦୁର୍ଘଟଣା ପରେ ହୋଟେଲରେ ଥିବା ଲୋକଙ୍କ ପରିବାର ମ୍ୟାକ୍ସ ହସ୍ପିଟାଲ ବାହାରେ ଏକାଠି ଥିଲେ। ହସ୍ପିଟାଲକୁ ମୋଟ ୩୯ ଲୋକଙ୍କୁ ଅଣାଯାଇଥିଲା,ଯେଉଁଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ଦିଲ୍ଲୀର ମହାବୀର ଏନକ୍ଲେଭ ନିବାସୀ ପ୍ରେମ ବଁସଲ ଯେତେବେଳେ ସେଠାରେ ପହଁଞ୍ଚିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ବଁସଲ କହିଛନ୍ତି, ଘଟଣାରେ ତାଙ୍କ ଝିଅ-ଜ୍ବାଇଁ ଓ ତାଙ୍କ ପରିବାରର ୮ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରେମ ବଁସଲଙ୍କ ଜ୍ବାଇଁ ବିବେକ ଅଗ୍ରଓ୍ବାଲ ଗୁରଗାଓଁର ସେକ୍ଟର ୪୬ ରେ ରୁହନ୍ତି।
ପେଶାରେ ସିଏ ଥିବା ବିବେକ ଅଗ୍ରଓ୍ବାଲ ସେକ୍ଟର -୪୬ର ଘର ନମ୍ବର ୩୧୬୯ରେ ପରିବାର ସହ ରହୁଥିଲେ। ଏହି ବିଲ୍ଡିଂ ଗ୍ରାଉଣ୍ଡ ଫ୍ଲୋରରେ ବିବେକ ଅଗ୍ରଓ୍ବାଲ ନିଜ ପତ୍ନୀ ତର୍ଜନୀ, ମା ପ୍ରେମଲତା, ବାପା ରାଧେଶ୍ୟାମ ଅଗ୍ରଓ୍ବାଲ, ଝିଅ ଜୀଭିଶା ଓ ଭାରିୟାଙ୍କ ସହିତ ରହୁଥିଲେ। ବିବେକଙ୍କ ବାପା ରାଧେଶ୍ୟାମଙ୍କ ଦେହ ଖରାପ ହେବା କାରଣରୁ ତାଙ୍କୁ ଦିଲ୍ଳୀର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ବୁଧବାର ବିବେକଙ୍କ ମଉସା-ମାଉସୀ ବାପାଙ୍କୁ ଭେଟିବାକୁ ଦିଲ୍ଳୀ ଆସିଥିଲେ। ଏହାପରେ ବିବେକ ସକାଳ ସାଢେ ୮ଟା ବେଳେ ସମସ୍ତଙ୍କୁ ନେଇ ରେଷ୍ଟୁରାଣ୍ଟରେ ବ୍ରେକଫାଣ୍ଟ କରିବାକୁ ଆସିଥିଲେ। ଯିଏକି ସମସ୍ତେ କାଳର ଗର୍ଭରେ ଲୀନ ହୋଇଗଲେ। ସେକ୍ଟର-୪୬ର ଆରଡବ୍ଲୁଏ ପ୍ରଧାନ ରାଜକୁମାର ଯାଦବ କହିଛନ୍ତି, ବିବେକ ଅଗ୍ରଓ୍ବାଲ ପେଶାରେ ସିଏ ଥିଲେ ଓ ବହୁ ବର୍ଷ ସେକ୍ଟର-୪୬ ରେ ଥିଲେ। ଘରର ପ୍ରଥମ ଓ ଦ୍ବିତୀୟ ମହଲାକୁ ଭଡାରେ ଦିଆଯାଇଥିଲା। ବିବେକ ଅଗ୍ରଓ୍ବାଲଙ୍କ ସହ ତାଙ୍କ ପତ୍ନୀ ତର୍ଜନୀ, ଝିଅ ଜୀବିଶା, ଭାରିୟା, ମା ପ୍ରେମଲତା, ମଉସା ଅଶୋକ ଗୋୟଲ, ମାଉସୀ କମଳା ଓ ପରିବାର ସଦସ୍ୟ ଝିମରି ଅଗ୍ରଓ୍ବାଲଙ୍କ ମୃତ୍ୟୁ ହୋଇଛି। କେବଳ ବିବେକଙ୍କ ବାପା ହିଁ ବଞ୍ଚି ଯାଇଥିଲେ, ଯିଏକି ହସ୍ପିଟାଲରେ ଭର୍ତ୍ତି ଥିଲେ। ଏବେ ତାଙ୍କର ଦେଖାଶୁଣା ପାଇଁ କେହି ନାହାନ୍ତି।