ନୂଆଦିଲ୍ଲୀ – ମହମ୍ମଦ ରଫି ଜଣେ ଏମିତି ସିଙ୍ଗର ଥିଲେ , ଯିଏକି କେବଳ ନିଜର ସ୍ୱର ନୁହେଁ, ନିଜର ବ୍ୟବହାରରେ ମଧ୍ୟ ସମସ୍ତଙ୍କ ହୃଦୟ ଜିତି ନେଇ ଥିଲେ। କେବଳ ଏତିକି ନୁହେଁ ତାଙ୍କର କଣ୍ଠସ୍ୱର ଏତେ ସୁରିଲା ଥିଲା ଯେ, ସବୁ ସଙ୍ଗୀତଜ୍ଞ ଏମିତି କି ଆକ୍ଟରଙ୍କର ମଧ୍ୟ ଡିମାଣ୍ଡ ଥିଲା ଯେ, ତାଙ୍କର ଗୀତରେ କେବଳ ରଫି ସାବେହ ହିଁ ଗାଇବେ। ଆପଣଙ୍କୁ ରଫି ସାହେବଙ୍କର ଜଣେ ଏମିତି ଏକ କାହାଣୀ ବିଷୟରେ କହିବୁ ,ଯେବେ ତାଙ୍କର ଗୋଟିଏ ଭୁଲକୁ ଗୀତରେ ରଖା ଯାଇ ଥିଲା। ଏହା ସତ୍ତ୍ୱେ ମଧ୍ୟ ଗୀତ ହିଟ୍ ହୋଇ ଥିଲା। ଏବେ ଆସନ୍ତୁ ଜାଣିବା ସେ ଭୁଲଟି କଣ ଥିଲା।
ଉଲ୍ଲେଖନୀୟ ଯେ, ବଲରାଜ ସାହନୀଙ୍କ ଫିଲ୍ମ ସୀମାର ରେକର୍ଡିଂ ଚାଲି ଥିଲା। ଗୀତର ନାଁ ଥିଲା ..କହାଁ ଜା ରହା ହୈ ତୁ ଐ ଜାନେ ବାଲେ…। ରଫି ସାହେବ ଏହି ଗୀତକୁ ଗାଉ ଥିଲେ। ସେଠାରେ ଷ୍ଟୁଡିଓରେ ଥିଲେ ସଙ୍ଗୀତଜ୍ଞ ଯୋଡ଼ି ଶଙ୍କର-ଜୟକିଶନ । ଏହା ଏକ ଇମୋସନାଲ ଗୀତ ଥିଲା ଏବଂ ରଫି ସାହେବ ନିଜର କଣ୍ଠସ୍ୱରରେ ପ୍ରତି ଗୀତକୁ ଜୀବନ୍ତ କରି ଦେଉ ଥିଲେ। ରେକର୍ଡିଂ ଷ୍ଟୁଡିଓରେ କେବଳ ରଫି ସାହେବଙ୍କ ସ୍ୱର ହିଁ ଗୁଞ୍ଜରିତ ହେଉ ଥିଲା। ମହମ୍ମଦ ରଫି ଇମୋସନାଲି ଏହି ଗୀତରେ କନେକ୍ଟ ହୋଇ ଯାଉ ଥିଲେ।
ଏହି ଗୀତର ଗୋଟିଏ ଧାଡ଼଼ିକୁ ଗାଇବା ବେଳେ ରଫି ସାହେବଙ୍କ ସ୍ୱରରେ ଏକ ହାଲୁକା କ୍ରାକ୍ ଆସି ଥିଲା। ତାଙ୍କର ସ୍ୱରରେ କମ୍ପନ ହୋଇ ଯାଇ ଥିଲା। ହେଲେ ରଫି ସାହେବ ମଝିରେ ଗୀତକୁ ରୋକି ନଥିଲେ। ପୂରା ଗାଇ ଥିଲେ। ସେ ଗୀତ ଶେଷ କରିବା ପରେ ଶଙ୍କର-ଜୟକିଶନଙ୍କୁ କହି ଥିଲେ ଯେ, ସେ ଗୋଟେ ଭୁଲ୍ କରି ଦେଇଛନ୍ତି। ତାଙ୍କର ସ୍ୱରରେ କିଛି ମାତ୍ରାରେ କମ୍ପନ ଆସି ଯାଇ ଥିଲା। ସେ କହି ଥିଲେ ଯେ, ତାଙ୍କୁ ପୁନର୍ବାର ଗୀତକୁ ରେକର୍ଡ କରିବାର ଅଛି। କିନ୍ତୁ ଶଙ୍କର-ଜୟକିଶନ ମନା କରି ଦେଲେ। ସେ ସେହି ସ୍ୱରରେ ରଫି ସାହେବଙ୍କ ଗୀତ ରେକର୍ଡ କରି ଥିଲେ।
ଆହୁରି ମଧ୍ୟ ପଢନ୍ତୁ - ୧୦ ମିନିଟ୍ ପାଇଁ ବନ୍ଦ ହୋଇ ଗଲା ହାର୍ଟ ... ତାଙ୍କୁ ୩ ବର୍ଷ ପୂର୍ବେ ହୃଦଘାତ ହୋଇଥିବା କହିଲେ ଶ୍ରେୟସ ତଲପଡେ
ଶଙ୍କର କହି ଥିଲେ ରଫି ସାହେବ ଯେତେବେଳେ ସେହି କ୍ରାକ୍ ଶବ୍ଦଟି ଉଚ୍ଚାରିତ କରି ଥିଲେ , ଆମେ ଭାବିଲୁ କି ତାହା ସେହି ଶବ୍ଦ ପାଇଁ ପୂରା ଠିକ୍ ଥିଲା। ଏମିତି ଲାଗୁଛି ଯେ ,ଯେମିତି ସତରେ ଆପଣ ଇମୋସନାଲ ହୋଇଛନ୍ତି, ଯାହା ଏହି ଗୀତକୁ ଅମର କରି ଦେବ। ରଫି ସାହେବ ତାଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ , କିନ୍ତୁ ଶଙ୍କରଙ୍କର କଥା ସତ ହେଲା । ଏହି ଗୀତ ଯେବେ ରିଲିଜ ହେଲା ତ ଏହା ସମସ୍ତଙ୍କ ହୃଦୟ ଜିତି ନେଇ ଥିଲା।
ମହମ୍ମଦ ରଫି ନିଜର କ୍ୟାରିୟରରେ ଅନେକ ହିଟ୍ ଗୀତ ଦେଇଛନ୍ତି , ଯେମିତିକି, ଲିଖେ ଜୋ ଖତ୍ ତୁଝେ, ବହାରୋଂ ଫୁଲ୍ ବରସାଓ, ଚୌଦୱିଂ କା ଚାନ୍ଦ, କ୍ୟା ହୁଆ ତେରା ୱାଦା । ରଫି ସାହେବଙ୍କୁ ମ୍ୟୁଜିକ୍ ଇଣ୍ଡଷ୍ଟ୍ରୀରେ ତାଙ୍କର ଯୋଗଦାନ ପାଇଁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ପୁରସ୍କୃତ କରାଯାଇ ଥିଲା। ମହମ୍ମଦ ରଫିଙ୍କ ଦେହାନ୍ତ ୩୧ ଜୁଲାଇ ୧୯୮୦ ମସିହାରେ ହୃଦଘାତରେ ହୋଇଥିଲା।