ମୁମ୍ୱାଇ – ଅର୍ଚ୍ଚନା ପୁରନ ସିଂହ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରୀର ଏକ ଜଣାଶୁଣା ନାଁ। ଟିଭିରୁ ନେଇ ଫିଲ୍ମ ଯାଏ , ସେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି। ଏବେ ସେ କପିଲ ଶର୍ମାଙ୍କ ଶୋ’ରେ ଜଣେ ଜଜ୍ ଭାବେ ନଜର ଆସୁଛନ୍ତି। ଅଭିନେତ୍ରୀ ୟୁଟ୍ୟୁବରେ ମଧ୍ୟ ଖୁବ୍ ଲୋକପ୍ରିୟ। ତାଙ୍କର ଫ୍ୟାମିଲ ବ୍ଲଗ୍ସ ଟ୍ରେଣ୍ଡରେ ରହିଛି। ହେଲେ ଅର୍ଚ୍ଚନାଙ୍କ ଅଭିଯୋଗ ଯେ, ତାଙ୍କୁ ଫିଲ୍ମରେ କାମ ମିଳୁ ନାହିଁ। ଅର୍ଚ୍ଚନା ପୁରନ ‘ଭିକ୍କି ବିଦ୍ୟା କା ୱୋ ୱାଲା ଭିଡିଓ’ ଓ ‘ଟୋଷ୍ଟର’ ଭଳି ଫିଲ୍ମରେ ମଧ୍ୟ ନଜର ଆସି ସାରିଛନ୍ତି। କିନ୍ତୁ ଅଭିନେତ୍ରୀଙ୍କର ଦାବି ଯେ, ତାଙ୍କୁ ଫିଲ୍ମରେ ଅଫର ସେହି ଭଳି ମିଳୁ ନାହିଁ , ଯେମିତିକା ସେ ଚାହାନ୍ତି। ନ୍ୟୁଜ୍-୧୮ ସହ କଥାବାର୍ତ୍ତାରେ ଅର୍ଚ୍ଚନା ନିଜର ହୃଦୟର କଥା କହିଥିଲେ- ମୋତେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟର ଅଫର ତ ମିଳୁଛି, କିନ୍ତୁ ଆକ୍ଟିଂର ଅଫର ଏବେ ବି ମୋ ପାଖକୁ ଆସୁ ନାହିଁ। ଏମିତି ନୁହେଁ ଯେ, ‘ଟୋଷ୍ଟର’ ଫିଲ୍ମ ପରେ ମୋ ପାଖରେ ଅଫରର ଲାଇନ ଲାଗି ଯାଇଛି।
ଅର୍ଚ୍ଚନା ଆହୁରି କହିଥିଲେ - ମୁଁ କିଛି ଦିନ ପୂର୍ବେ ଏକ ଫିଲ୍ମର ଅଫର ଏଡେଇ ଦେଇ ଥିଲି, କାରଣ ମୋତେ ସେହି ରୋଲ୍ ପସନ୍ଦ ଆସିଲା ନାହିଁ। ଭଲ ରୋଲ୍ ଏବେସୁଦ୍ଧା ମୋ ପାଖକୁ ଆସୁ ନାହିଁ। ମୁଁ ସବୁ ଫିଲ୍ମମେକର୍ସଙ୍କୁ ଏହି କଥା କହିବାକୁ ଚାହୁଁଛି ଯେ, ମୁଁ ଆକ୍ଟିଂ କରିବାକୁ ଚାହୁଁଛି , କିନ୍ତୁ ଆମର ଇଣ୍ଡଷ୍ଟ୍ରୀ ବହୁତ ଅଲଗା।
ଅର୍ଚ୍ଚନା କୁହନ୍ତି , ତାଙ୍କ କ୍ୟାରିୟରର ଚମକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ବୋଲ ବଚ୍ଚନ’ର ରିଲିଜ ପରେ ଫିକା ପଡ଼ି ଯାଇଛି। ଅଭିନେତ୍ରୀ କହିଛନ୍ତି , ଯଦିଓ ଏହି ଫିଲ୍ମଟି ବକ୍ସ ଅଫିସ୍ ହିଟ୍ ହୋଇ ଥିଲା , ହେଲେ ଏହା ତାଙ୍କ କ୍ୟାରିୟରରେ କୌଣସି କାମରେ ଆସିଲା ନାହିଁ।
ଅର୍ଚ୍ଚନା କହିଥିଲେ – ଯେବେ ‘ବୋଲ ବଚ୍ଚନ’ ରିଲିଜ ହୋଇ ଥିଲା , ତ ମୋଟେ ଟ୍ରେଡ୍ ଆନାଲିଷ୍ଟଙ୍କ ଫୋନ୍ ଆସି ଥିଲା। ସେମାନେ ମୋତେ କହିଥିଲେ ଯେ, ମୋ ପାଖକୁ ଅଫରର ବନ୍ୟା ଛୁଟିବ। ମୁଁ ତାଙ୍କୁ କହି ଥିଲି , ଯେତେବେଳେ ମୁଁ ପ୍ରଥମ ଅଫର ପାଇବି , ତ ଫୋନ କରି ଜଣାଇବି। ଏହି କଥାକୁ ଏବେ ୧୦ ବର୍ଷ ବିତି ସାରିଛି ଏବଂ ତାଙ୍କୁ ଫୋନ୍ କରିବାକୁ ମୋ ପାଖରେ କୌଣସି କାରଣ ହିଁ ନାହିଁ। ଏହି ୧୦ ବର୍ଷ ଭିତରେ ମୋତେ ଗୋଟିଏ ବି ଅଫର ମିଳି ନାହିଁ। ଆମ ଇଣ୍ଡଷ୍ଟ୍ରୀ ସତରେ ବଡ଼ ଅଜବ।
ଆହୁରି ମଧ୍ୟ ପଢନ୍ତୁ - ମହମ୍ମଦ ରଫିଙ୍କ ସେହି ଭୁଲ ଗୀତକୁ କରି ଦେଲା ସୁପରହିଟ୍ , ଯେବେ ରିଲିଜ ହେଲା ସମସ୍ତଙ୍କ ଆଖିରୁ ଝରିଲା ଲୁହ
ଅଭିନେତ୍ରୀଙ୍କୁ ଅର୍ଚ୍ଚନାଙ୍କୁ ଯେତେବେଳେ ପଚରା ଗଲା ଯେ, ଏହାର କାରଣ କାହାକୁ ଭାବନ୍ତି , ଅଭିନେତ୍ରୀ କହି ଥିଲେ – ଏହାର ଅନେକ କାରଣ ହୋଇପାରେ। ଅନେକ ଫିଲ୍ମ ମେକରଙ୍କ ବିଶ୍ୱାସ ଯେ, ମୁଁ କମେଡି ଶୋ’ କରିବାରେ ବ୍ୟସ୍ତ ,ଏଥିପାଇଁ ମୁଁ ତାଙ୍କୁ ନିଜର ଡେଟ୍ସ ଦେଇ ପାରିବି ନାହିଁ। ଯେବେ ମୁଁ ଟିଭିରେ ଶୋ’ କରୁଥିଲି, ସେତେବେଳେ ମୁଁ ସେହି ସବୁ ଫିଲ୍ମକୁ କରିପାରୁ ନଥିଲି ,ଯାହା ମୋତେ ଅଫର ହେଉ ଥିଲା।