ନରସିଂହପୁର, ୬।୬: କଟକ ନରସିଂହପୁର ରାସ୍ତାରେ ଜବରଦଖଲରୁ ନିର୍ମାଣ ହୋଇପାରୁନି ରାସ୍ତା । ଏହି ଗାଁ ଦେଇ ଯାଉଥିବା ଗ୍ରାମ୍ୟ ଉନ୍ନ୍ନୟନ ରାସ୍ତା ପ୍ରାୟ ୮ ଫୁଟ୍ ଚଉଡ଼ା ହୋଇଥିବା ବେଳେ ଗ୍ରାମର କିଛି ଲୋକ ରାସ୍ତାର କେତେକ ସ୍ଥାନରେ ଜବରଦଖଲ କରି ରଖିଥିବାରୁ ରାସ୍ତା ନିର୍ମାଣ ହୋଇପାରୁନି । ଏହି ଜବର ଉଚ୍ଛେଦ ଦାବିରେ ତହସିଲଦାରଙ୍କୁ ଲେମ୍ବୋ, ଜେନା ସାହି, ନନ୍ଦକିଶୋରପୁର, ମହୁରାଖୁଆ ଏହି ୪ଟି ଗାଁର ଗ୍ରାମବାସୀ ଦାବିପତ୍ର ପ୍ରଦାନ କରିଛନ୍ତି ।
କହିରଖୁ କି, ଗ୍ରାମବାସୀମାନେ ପୂର୍ବରୁ ଆରଆଇ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ, ତହସିଲ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅଲରା ସରପଞ୍ଚଙ୍କ ପ୍ରତିନିଧି ନିରଦ ନାୟକ, ନନ୍ଦକିଶୋରପୁର ଗ୍ରାମ ସଭାପତି ବିଜୟ ପ୍ରଧାନ, ଲେମ୍ବୋ ସଭାପତି ଶ୍ରୀନିବାସ ପଣ୍ଡା ଜେନା ସାହି ସଭାପତି ସୁବାସ ଜେନା ମହୁରା ଖିଆ ସଭାପତି ରାଜକିଶୋର ବେହେରା ପ୍ରଭାତ ପଣ୍ଡା, ସନାତନ ବେହେରା, ଲିଙ୍ଗରାଜ ଜେନା, ମାଗିରାମ ପଣ୍ଡା, ଅଶୋକ ପାଣିଗ୍ରାହୀ, ତ୍ରିଲୋଚନ ପ୍ରଧାନ, ଦୁର୍ଯ୍ୟୋଧନ ଜେନା, ଲିଙ୍ଗରାଜ ଜେନା, ଆନନ୍ଦ ବେହେରା, ପଙ୍କଜ ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ଧୁଶାସନ ବେହେରା, ଗୌରହରୀ ନାୟକ, ସୂର୍ଯ୍ୟମଣି ମହାନ୍ତି, ନରେଶ ବିଶ୍ୱାଳ, କାବୁନା ବିଶ୍ୱାଳଙ୍କ ସମେତ ୪ଟି ଗାଁର ଗ୍ରାମବାସୀ ନରସିଂହପୁର ତହସିଲ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ତହସିଲ କାର୍ଯ୍ୟାଳୟ ଘେରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।