PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚଳିତ ବର୍ଷ ବଢିବନି ବିଜୁଳି ଦର
  • ||
  • ଓଡ଼ିଶାର ୭ ସହର ବାୟୁ ପ୍ରଦୂଷିତ,ରାଉରକେଲା ସହର ଅଧିକ ପ୍ରଦୂଷିତ
  • ||
  • ୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ, ବଜ୍ରପାତ ସହ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର- ମଦୁଆ ଗାଡି ଚାଳକ ସାବଧାନ, ଆଜିଠୁ ଚେକିଂ ଜୋରଦାର
  • ||
  • ପୁରୀ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସାକ୍ଷାତ କରିବେ ଦିଦି, ସନ୍ଧ୍ୟାରେ ପଶ୍ଚିମବଙ୍ଗ ଫେରିଯିବେ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ ପୁଣି ସକ୍ରିୟ, ଆଗାମୀ ୪ ଦିନ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର : ଓଡ଼ିଆ ଟେଲି ଜଗତକୁ ଝଟକା, ହୃଦଘାତରେ ଆଖିବୁଜିଲେ ଅଭିନେତା ସୋମଦତ୍ତ
  • ||

ଗୋଶାଳାକୁ ଗଲା ରୋଗୀଣା ଓଟ, ରାସ୍ତାରେ ଛାଡ଼ି ପଳାଇଥିଲା ମାଲିକ

ଢେଙ୍କାନାଳ,୧୯/୦୩: ଆଉ ଅଲୋଡ଼ା ଜୀବନ ବିତେଇବନି ରୋଗୀଣା ଓଟ । ଏଥର ଗୋଶାଳାରେ ରହିବ । ଖାଇବା ସହ ଚିକିତ୍ସା ସୁବିଧା ପାଇବ । ଶନିବାର ପ୍ରଶାସନ ପକ୍ଷରୁ ଓଟକୁ ଗୋବିନ୍ଦପୁର କଣ୍ଟେଇକୋଳିଆ ସ୍ଥିତ ଗୋଶାଳାକୁ ଅଣାଯାଇ ରହିବାର ବ୍ୟବସ୍ଥା କରାଯାଇଛି ।

ନିର୍ଦ୍ଦୟ ମାଲିକ ରୋଗୀଣା ଓଟଟିକୁ ଆଣି ସଦର ଥାନା ବଉଳପୁର ଅଞ୍ଚଳରେ ଛାଡ଼ି ଚାଲି ଯାଇଥିଲା । ଓଟଟି ଖାଦ୍ୟପେୟ ନପାଇ ଦୁର୍ବଳ ଅବସ୍ଥାରେ ପଡ଼ିରହିଥିଲା । ଅତି ଦୟନୀୟ ଅବସ୍ଥାରେ ମାଲିକକୁ ଖୋଜୁଥିଲା । ଅଞ୍ଚଳବାସୀ ତାକୁ ଦେଖିବା ସହ ଯାହା ଖାଇବାକୁ ଦେଉଥିଲେ, ଖାଇ ବଞ୍ଚି ରହିଥିଲା । ଓଟଟିକୁ ଉଦ୍ଧାର କରିବାକୁ ଦାବି ହୋଇଥିଲେ ବି ବିଭିନ୍ନ କାରଣରୁ ତାହା ହୋଇପାରୁ ନଥିଲା । ସଂକ୍ରମଣ ବ୍ୟାପିବା ଆଶଙ୍କାରେ ବନ ବିଭାଗ କପିଳାସ ଚିଡ଼ିଆଖାନାକୁ ନେବା ପାଇଁ ମନା କରିଦେଇଥିଲା । ଶେଷରେ ପ୍ରଶାସନର ନିର୍ଦ୍ଦେଶରେ ପ୍ରାଣୀ ସମ୍ପଦ ବିଭାଗ ପହଞ୍ଚି ଚିକିତ୍ସା କରିଥିଲା । ତାହାର ରକ୍ଷଣାବେକ୍ଷଣ ପାଇଁ ସରପଞ୍ଚଙ୍କୁ ଦାୟିତ୍ୱ ଦିଆଯାଇଥିଲା । ହେଲେ ଗାଁ ଗୋରୁଗାଈ ଏବଂ ପିଲାଙ୍କୁ ସଂକ୍ରମଣ ବ୍ୟାପିବା ଏବଂ ନିକଟରେ ରେଳ ଲାଇନ ଥିବାରୁ କାଳେ ଓଟଟି ଧାରଣାକୁ ଚାଲିଯିବ ଆଶଙ୍କା କରି ବଉଳପୁରରୁ ଓଟଟିକୁ ନେଇଯିବାକୁ ସରପଞ୍ଚ ମଧ୍ୟ ଦାବି କରିଥିଲେ । ଶେଷରେ ଶନିବାର ଅପରାହ୍ନରେ ପ୍ରଣୀ ସମ୍ପଦ ବିଭାଗ ଓଟଟିକୁ ଗୋଶାଳାକୁ ଆଣିଛି ।