ମୁମ୍ବାଇ, ୨୮/୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏନସିପିର ଏହି ଟାଣୁଆ ନେତା ଦୀର୍ଘଦିନ ଧରି ମହାରାଷ୍ଟ୍ର ରାଜନୀତିରେ ନିଜର ଦବଦବା ଜାରି ରଖିଛନ୍ତି । ୮ଥର ବିଧାୟକ ଏବଂ ୬ଥର ମହାରାଷ୍ଟ୍ର ବିଧାନସଭାରେ ତୁଲାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପଦ । ଏହାସହ ସେ ସଂସଦରେ ମଧ୍ୟ କାର୍ଯ୍ୟ କରିଛନ୍ତି । ମହାରାଷ୍ଟ୍ର ବିଧାନସଭାରେ ଅଧିକଥର ବଜେଟ୍ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀ ହେଉଛନ୍ତି ଅଜିତ ପାଓ୍ବାର । ରାଜନୈତିକ ସନ୍ତୁଳନ ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିବ ତାଙ୍କ ସହ ମେଣ୍ଟ କରିଥିଲେ । ଏହାସହ ସେ ଗୁରୁତ୍ବପୂର୍ଣ୍ଣ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳୁଥିଲେ । ଏତେ ତାଙ୍କ ଅନୁପସ୍ଥିତିରେ କଣ ହେବ ମହାରାଷ୍ଟ୍ର ରାଜନୀତି ।
ମହାରାଷ୍ଟ୍ରରୁ ଦିଲ୍ଲୀ ସବୁ ବୁଝୁଥିଲେ ଅଜିତ । ନିଜ ଦଳର ୪ଥର ସାଂସଦ ଅଛନ୍ତି । ଲୋକସଭାରେ ଜଣେ ରହିଥିବାବେଳେ ରାଜ୍ୟସଭାରେ ତିନି ଜଣ ରହିଛନ୍ତି । ଏନସିପିର ମୁଖ୍ୟ ଭାବେ ସେ ସବୁ ଦାୟିତ୍ବ ବୁଝୁଥିଲେ । ଏବେ ତାଙ୍କ ଅନୁପସ୍ଥିତି ମହାରାଷ୍ଟ୍ର ରାଜନୀତି ଉପରେ ଅନେକ ପ୍ରଭାବ ପକାଇବ ନିଶ୍ଚୟ । ମହାରାଷ୍ଟ୍ର ରାଜନୀତିରେ ଅଜିତ ପାଓ୍ବାର ସର୍ବଦା ନିଜର ଦବଦବା ରଖିଥାନ୍ତି । ୨୦୨୪ ନିର୍ବାଚନରେ ତାଙ୍କ ଦଳ ୪୧ ଆସନରେ ବିଜୟୀ ହୋଇଥିଲା । ମହାରାଷ୍ଟ୍ର ବିଧାନସଭାରେ ୨୮୮ ଜଣ ବିଧାୟକ । ଯେଉଁଥିରେ ବିଜେପି-୧୩୨, ସିନ୍ଦେ- ଶିବସେନା : ୫୭ ଜଣ ରହିଛନ୍ତି । ମେଣ୍ଟରେ ସରକାର ଚାଲିଥିବାବେଳେ ଏନସିପି ଗୁରୁ ଦାୟିତ୍ବ ବହନ କରିଛି ।
୨୦୨୪ ଲୋକସଭା ନିର୍ବାଚନରେ ବାରମତୀ ଆସନରେ ସୁପ୍ରିୟା ସୁଲେଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଥିଲେ । ଯେଉଁଥିରେ ସୁପ୍ରିୟା ବିଜୟୀ ହୋଇଛନ୍ତି । ମାତ୍ର ବିଧାନସଭା ନିର୍ବାଚନରେ ବାରମତିରୁ ବିଜୟୀ ହୋଇଛନ୍ତି ଅଜିତ । ତେବେ ରାଜ୍ୟ ରାଜନୀତି ସାଙ୍ଗୁ କେନ୍ଦ୍ର ରାଜନୀତିରେ ମଧ୍ୟ ପ୍ରଭାବ ରଖିଥିବାବେଳେ ଏବେ ତାଙ୍କ ଅନୁପସ୍ଥିତି କ୍ଷତି ପହଞ୍ଚାଇବ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ତାଙ୍କ ଦଳର ମଙ୍ଗ ଏବେ କିଏ ସମ୍ଭାଳିବେ। ବଡ଼ପୁଅ ଗତ ଲୋକସଭା ନିର୍ବାଚନ ଲଢ଼ି ଫେଲ୍ ମାରିଥିଲେ । ଏଣୁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ କିଏ ହେବେ ଏହାକୁ ନେଇ ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି ।