PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

୧୦ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଠପ୍, ପ୍ରତିବାଦରେ ବ୍ଳକ ଘେରାଉ କଲା ବିଜେପି

ଭଞ୍ଜନଗର,୧୮/୧୧(ଆପ୍ର): ଏହି ବ୍ଳକର ୧୦ଟି ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟ ଏକପ୍ରକାର ଠପ୍ ହୋଇଯାଇଛି। ଆଉ ଏହାର ପ୍ରତିବାଦରେ ବ୍ଳକ କାର୍ଯ୍ୟାଳୟ ଘେରିଲା ବିଜେପି। ଦୀର୍ଘ ସମୟ ଧରି ଧାରଣା ଦେବାପରେ ଶେଷରେ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପାଇ ଆନ୍ଦୋଳନକାରୀ ମାନେ ଅପରାହ୍ନ ସାଢେ ୨ଟାରେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ ଯେ ଭଞ୍ଜନଗର ବ୍ଳକର ମୋଟ ୨୨ ଟି ପଞ୍ଚାୟତ ମଧ୍ୟରୁ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୧୦ଟି ପଞ୍ଚାୟତରେ ବିଜେପି ସମର୍ଥିତ ପ୍ରାର୍ଥୀ ନିର୍ବାଚିତ ହୋଇଥିଲେ। ଆଉ ନିର୍ବାଚିତ ଜନ ପ୍ରତିନିଧି ଭାବେ ସେମାନେ ସାଧାରଣ ଲୋକଙ୍କ କୈାଣସି କାର୍ଯ୍ୟ ବ୍ଳକ କାର୍ଯ୍ୟାଳୟରୁ ଆଜିସୁଦ୍ଧା କରିପାରି ନାହାନ୍ତି। ଅଣ ବିଜେଡି ପ୍ରତିନିଧି ନିର୍ବାଚିତ ହୋଇଥିବା କାରଣରୁ ଶାସକ ଦଳର ଇଙ୍ଗିତରେ ବ୍ଳକ୍ ପ୍ରଶାସନ ବିଜେପି ସମର୍ଥିତ ୧୦ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ପ୍ରତି ଆଖି ବୁଜି ଦେଇଥିବା ଅଭିଯୋଗ କରିଛି ବିଜେପି।

ପୂର୍ବରୁ ସ୍ଥାନୀୟ ବିଜେପି ନେତାମାନେ ଏସଂପର୍କରେ ଛତ୍ରପୁର ଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତକରି ସେମାନଙ୍କ ପଞ୍ଚାୟତ ପ୍ରତି ଶୁଭ ଦୃଷ୍ଟି ଦେବାକୁ ଦାବି କରିଥିଲେ। ତେବେ ଏହାସତ୍ତ୍ୱେ ମଧ୍ୟ ବ୍ଳକରେ ଏହି ୧୦ଟି ପଞ୍ଚାୟତ ରେ ମାଟି ମୁଠାଏ ପଡି ପାରିନଥିବା ଏପରିକି ଏହିସବୁ ପଞ୍ଚାୟତରେ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ଟିଏ ମଧ୍ୟ ସେମାନଙ୍କ ସୁପାରିଶରେ ହୋଇ ପାରୁନଥିବା ଆଦି ପ୍ରତିବାଦ କରି ସ୍ଥାନୀୟ ବିଜେପି ପକ୍ଷରୁ ଶୁକ୍ରବାର ଭଞ୍ଜନଗର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ସକାଳ ୧୦ଟାରେ ବିଜେପି ନେତା ଓ କର୍ମୀ ବ୍ଳକ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଥିଲେ। ଆଉ ଆନ୍ଦୋଳନକାରୀମାନଙ୍କୁ ଦେଖି ବ୍ଳକ୍ କର୍ମଚାରୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ପୁଲିସ ପହଞ୍ଚି ଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରିନଥିଲା। ଶେଷରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ବିଜେପି ନେତା ଓ କର୍ମୀଙ୍କୁ ବୁଝାଇବା ସହ ପଞ୍ଚାୟତ ପ୍ରତିନିଧିମାନେ ହିତାଧିକାରୀ ତାଲିକା ଦେଲେ ସେ ନିଜେ ସେସବୁର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ବିଜେପି ପକ୍ଷରୁ ବରିଷ୍ଠ ବିଜେପି ନେତା ପ୍ରଦ୍ୟୁମ୍ନ କୁମାର ନାୟକ, ବିନାୟକ ତ୍ରିପାଠୀ, ନୀଳମାଧବ ପାତ୍ର, ସନ୍ତୋଷ ତିଆଡି, ପ୍ରଦୀପ କୁମାର ସାହୁ, ଘୁମୁସର ଜିଲ୍ଲା ବିଜେପି ଉପ ସଭାପତି ଅଯୋଧ୍ୟା ନାଥ ମହାପାତ୍ର, ରବିନ୍ଦ୍ର କୁମାର ଗୈାଡଙ୍କ ନେତୃତ୍ୱରେ ବହୁ ସରପଞ୍ଚ ଓ ସମିତି ସଭ୍ୟ ତଥା ଦଳୀୟ କର୍ମୀ ଏହି ବ୍ଳକ ଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ଭଞ୍ଜନଗର ଥାନା ଅଧିକାରୀ ଧୀରେଶ କୁମାର ଦାସ, ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ସହ ପୁଲିସ ଫୋର୍ସ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।