କଟକ,୦୩/୧୨: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆକ୍ରମଣ ଘଟଣାରେ ଅନେକ ଅଭିଯୁକ୍ତ ଆଗୁଆ ଜାମିନ ଆବେଦନ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୁକ୍ତମାନେ ହେଲେ ବଳଭଦ୍ର ଦାସ, ବିନୟ ଭୂଷଣ  ପଟ୍ଟନାୟକ, ପରେଶ ବିଶ୍ୱାଳ, ରେଣୁପ୍ରଭା ବିଶ୍ୱାଳ ପ୍ରମୁଖ । ସମ୍ଭାବ୍ୟ ଗିରଫଦାରୀକୁ  ଏଡ଼ାଇବା ଲାଗି ଏହି ଅଭିଯୁକ୍ତମାନେ ହାଇକୋର୍ଟକୁ ଆସିଛନ୍ତି । କିଛିଦିନ ତଳେ  ଧର୍ମଶାଳା ବିଧାୟକ ଶ୍ରୀ ସାହୁଙ୍କୁ ବିଜେଡି ନେତା ପ୍ରଣବ ପ୍ରକାଶ (ବବି)  ଦାସଙ୍କ ଭାଇ ଭବ ପ୍ରସାଦ ଦାସ (ଲଲ)ଙ୍କ ସମେତ କିଛି ସମର୍ଥକ ଆକ୍ରମଣ  କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଯାଜପୁର ପୁଲିସ ଉପରୋକ୍ତ  ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଘଟଣା ରାଜ୍ୟ ରାଜନୀତିରେ  ହଇଚଇ ସୃଷ୍ଟି କରିଥିଲା । ଏବେ ବି ଏନେଇ ରାଜନୈତିକ ଉଷ୍ମତା ଥମିନାହିଁ ।  

ଉଲ୍ଲେଖଯୋଗ୍ୟ ଯେ, ଏହି ଘଟଣାରେ ବିଚିତ୍ରପୁର ପଞ୍ଚାୟତର ସରପଞ୍ଚ  ଦେବାଶିଷ ପଣ୍ଡା ମଧ୍ୟ ଆଗୁଆ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ  ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ମିଳିଛି ।