ପୁଅ ସନ୍ନି ଓ ପତ୍ନୀ ହେମାମାଳିନୀଙ୍କ ବିଜୟ ନେଇ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର, ଟ୍ବିଟ୍ କଲେ ‘ଆସିଗଲା ଅଚ୍ଛେ ଦିନ’

ନୂଆଦିଲ୍ଲୀ,୨୩।୫: ଦେଓଲ ପରିବାରରେ ଦୁଇଜଣ ନାମୀଦାମୀ ଫିଲ୍ମଷ୍ଟାର ଲୋକସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ମଥୁରାରୁ ହେମାମାଳିନୀ ଓ ଗୁରୁଦାସପୁର ଲୋକସଭା ଆସନରୁ ସନ୍ନି ଦେଓଲ ଆଗେଇଛନ୍ତି। ଯଦିଓ ଏହା ବିଦ୍ଧିବଧ ଭାବରେ ଯଦିଓ ଘୋଷଣା କରାଯାଇ ନାହିଁ। କିନ୍ତୁ ଦୁହିଁଙ୍କ ବିଜୟ ପ୍ରାୟ ସୁନିଶ୍ଚିତ ବୋଲି କୁହାଯାଉଛି। ସୋସିଆଲ ମିଡିଆରେ ହେମା ମାଳିନୀ ଓ ସନ୍ନି ଦେଓଲଙ୍କୁ ସମର୍ଥକ ଅଭିନନ୍ଦନ ଜଣାଇଛନ୍ତି। ବଲିଉଡ ଅଭିନେତା ଧର୍ମେନ୍ଦ୍ର ନିଜର ଟ୍ବିଟର ଆକାଉଣ୍ଟରୁ ପତ୍ନୀ ଓ ପୁଅ ଦୁହିଁଙ୍କୁ ବଧେଇ ଜଣାଇଛନ୍ତି।
Hema , Congratulations. We love Mother India ?? we have proved in Bekaner and Mathura. We will keep our ?? flying………always ? pic.twitter.com/utQnUZ5QUj
— Dharmendra Deol (@aapkadharam) May 23, 2019
ଧର୍ମେନ୍ଦ୍ର ତାଙ୍କ ପତ୍ନୀ ହେମା ମାଳିନୀଙ୍କ ଏକ ଫଟୋ ମୋଦିଙ୍କ ସହ ସେୟାର କରି ଲେଖିଛନ୍ତି ‘ହେମା ଅଭିନନ୍ଦନ, ଆମକୁ ଭାରତ ମାତା ପ୍ରତି ଭଲ ପାଇବା ରହିଛି। ଏହା ଆମକୁ ବିକାନେର ଓ ମଥୁରରେ ପ୍ରମାଣିତ କରିଛି। ଆମେ ସବୁବେଳେ ଭାରତକୁ ଉଚ୍ଚତାର ଶୀର୍ଷକୁ ନେଇ ପାରିବା।’
Faqeer Badshah Modi JI , Dharti puttra sunny Deol, Congratulations. Achhe Din Yaqeenan Ayen Ge ?????????????????. pic.twitter.com/wisnZ6XIpa
— Dharmendra Deol (@aapkadharam) May 23, 2019
Congratulations @narendramodi @PMOIndia @BJP4India @dreamgirlhema @iamsunnydeol ??????????????? so proud of the victory what a Jeet ?? #LokSabhaElectionResults
— Esha Deol (@Esha_Deol) May 23, 2019
ସେଭଳି ଦ୍ବିତୀୟ ଟ୍ବିଟରେ ଧର୍ମେନ୍ଦ୍ର ତାଙ୍କ ପୁଅ ସନ୍ନି ଦେଓଲଙ୍କ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ସନ୍ନିଙ୍କୁ ବିଜୟର ଶୁଭେଚ୍ଛା। ଫକିର ବାଦଶାହା ମୋଦି ଜୀ, ଭୂମିପୁତ୍ର ସନ୍ନି ଦେଓଲ ତୁମକ ଅଭିନନ୍ଦନ। ଅଚ୍ଛେ ଦିନ ଆସିଯାଇଛି।’ ଅନ୍ୟପକ୍ଷେ ଇଶା ଦେଓ୍ବଲ ମଧ୍ୟ ମା’ ହେମାମାଳିନୀ ଓ ଭାଇ ସନ୍ନି ଦେଓଲଙ୍କୁ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି ‘ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା, ପିଏମଓ, ବିଜେପି, ହେମା ମାଳିନୀ ଓ ସନ୍ନି ଦେଓଲ। ଆପଣଙ୍କ ବିଜୟକୁ ନେଇ ମୁଁ ଗର୍ବିତ।