ମୁମ୍ବାଇ,୨୬/୫ : ଭେଟରାନ ଅଭିନେତା ଧର୍ମେନ୍ଦ୍ର ଏବେ ଏହି ଦୁନିଆରେ ନାହାନ୍ତି । ତାଙ୍କର ଗତ ୨୪ ନଭେମ୍ବର ୨୦୨୫ରେ ନିଧନ ହୋଇଥିଲା । ଧର୍ମେନ୍ଦ୍ରଙ୍କୁ ମରଣୋତ୍ତର ‘ପଦ୍ମ ବିଭୂଷଣ’ରେ ସମ୍ମାନୀତ କରାଯାଇଛି । ଅଭିନେତ୍ରୀ ଏବଂ ତାଙ୍କ ସ୍ତ୍ରୀ ହେମା ମାଳିନୀ ଏହି ଆଓ୍ବାର୍ଡ଼ ଗ୍ରହଣ କରିଛନ୍ତି । ହେମା ମାଳିନୀ ସୋସିଆଲ ମିଡ଼ିଆରେ ପୋଷ୍ଟ ସେୟାର କରିଛନ୍ତି ଏବଂ କହିଛନ୍ତି କି ସେ କେତେ ଖୁସି ଅଛନ୍ତି କେତେ ଗର୍ବ ଅନୁଭବ କରୁଛନ୍ତି ।

ହେମା ମାଳିନୀ ପୋଷ୍ଟ କରି ଲେଖିଛନ୍ତି କି, ବହୁତ ଖୁସିର ମୁହୁର୍ତ୍ତ ଥିଲା । ଗୋଟିଏ ମୁହୁର୍ତ୍ତ ଯେତେବେଳେ ମୁଁ ନିଜ ସ୍ବାମୀ ଧରମ ଜୀଙ୍କ ଉପସ୍ଥିତି କରିଥିଲି, ଏଭଳି ଲାଗୁଥିଲା କି ସେ ମୋ ହାତ ଧରିଥିଲେ ଏବଂ ମୋତେ ସେହି ମଞ୍ଚ ଆଡ଼କୁ ନେଇ ଯାଉଛନ୍ତି ଯେଉଁଠାରେ ପଦ୍ମ ବିଭୂଷଣ ସମ୍ମାନ ତାଙ୍କୁ ଅପେକ୍ଷା କରିଥିଲା । ଗତକାଲି ପଦ୍ମ ଆଓ୍ବାର୍ଡ଼ କାର୍ଯ୍ୟକ୍ରମ ହୋଇଥିଲା । ଆମ ରାଷ୍ଟ୍ରପତି ନିଜେ ସମସ୍ତଙ୍କୁ ପଦ୍ମ ଆଓ୍ବାର୍ଡ଼ ଦେଇଥିଲେ । ମୁଁ ସେଠାରେ ଧରମ ଜୀଙ୍କ ତରଫରୁ ଥିଲି ଏବଂ ମୋତେ ବହୁତ ଖୁସି ଅନୁଭବ ହେଉଥିଲା ।

ହେମା ମାଳିନୀ ଆହୁରି ଲେଖିଛନ୍ତି, "ତାଙ୍କ ସହ ବିତାଇଥିବା ବର୍ଷ ଗୁଡ଼ିକର ସ୍ମୃତି, ପ୍ରଥମେ ସହ-ଅଭିନେତା ଭାବେ, ଆମେ ଏକାଠି ଅନେକ ହିଟ୍ ଫିଲ୍ମ ଦେଇଥିଲୁ । ପରେ ଜୀବନ ସାଥୀ ଭାବେ । ସେ ଜଣେ ପ୍ରେମୀ, ଯତ୍ନବାନ ସ୍ୱାମୀ ଏବଂ ଜଣେ ଭଲ ବାପା ଏବଂ ଜେଜେବାପା ଥିଲେ । ଜଣେ ପ୍ରିୟ ବନ୍ଧୁ, ଜଣେ ପ୍ରକୃତ ଦାର୍ଶନିକ ଏବଂ ଜଣେ ବିଶ୍ୱସ୍ତ ମାର୍ଗଦର୍ଶକ ଥିଲେ । ଧରମ ଜୀଙ୍କର ଅନେକ ଗୁଣ ଥିଲା । ସେ ଜଣେ ଦୟାଳୁ, ଭଲ ମଣିଷ ଏବଂ ତାଙ୍କୁ ଜାଣିଥିବା ସମସ୍ତଙ୍କୁ ଭଲ ପାଉଥିଲେ। ମୁଁ ମୋର ସମଗ୍ର ପରିବାର ଏବଂ କୋଟି କୋଟି ପ୍ରଶଂସକଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରୁଛି। ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ମୋତେ ଏତେ ସୁନ୍ଦର ସାଥୀ, ଏତେ ସୁନ୍ଦର ସ୍ମୃତି ଦେଇଛନ୍ତି ଯାହାକୁ ମୁଁ ମୋର ମୃତ୍ୟୁ ପର୍ଯ୍ୟନ୍ତ ସଜାଇ ରଖିବି। ମୁଁ ବହୁତ ଖୁସି ଅଛି । ’