PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

‘ପ୍ରମେୟ’ କାର୍ଯ୍ୟାଳୟରେ ଶକ୍ତି ମନ୍ତ୍ରୀ ; ମୁଖ୍ୟମନ୍ତ୍ରୀଙ୍କ ଭରସା ଅଛି, ଚାଲେଞ୍ଜ ସାମ୍ନା କରିବି

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ବିମାନ ଉଡ଼ାଉଥିବା ପାଇଲଟରୁ ରାଜନେତା ବନିଥିବା କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ର ମନ୍ତ୍ରୀ ପଦ ଦେଇଛନ୍ତି । କ୍ୟାପଟେନଙ୍କୁ ଶକ୍ତି ଭଳି ଚାଲେଞ୍ଜିଂ ବିଭାଗ ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଓ ଶିଳ୍ପ ବିଭାଗର ସ୍ୱାଧୀନ ଦାୟିତ୍ୱ ମିଳିଛି । ଏହା ସହ ନବୀନ ନିଜ ହାତରେ ରଖିଥିବା ଗୃହ ବିଭାଗ ପାଇଁ ପ୍ରଥମ କରି ଦିବ୍ୟଶଙ୍କରଙ୍କୁ ରାଷ୍ଟ୍ର ମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତାଙ୍କ ଦକ୍ଷତା ଉପରେ ଆସ୍ଥା ପ୍ରକଟ କରି ଏଭଳି ଚାଲେଞ୍ଜିଂ ଦାୟିତ୍ୱ ଦେଇଥିବାରୁ ନିଜକୁ ଧନ୍ୟ ମନେ କରିବା ସହ ଏହାକୁ ସଫଳତାର ସହ ସାମ୍ନା କରିବେ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।
 

ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶ୍ରୀ ମିଶ୍ର ଆଜି ଅପରାହ୍ନରେ ସୌଜନ୍ୟମୂଳକ ପରିଦର୍ଶନରେ ପହଞ୍ଚିଥିଲେ ‘ପ୍ରମେୟ’ କାର୍ଯ୍ୟାଳୟରେ । ‘ପ୍ରମେୟ’ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟାଳୟର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ଶ୍ରୀ ମିଶ୍ର । ସମ୍ପାଦନା, ପ୍ରସାରଣ, ମାର୍କେଟିଂ ଓ ପ୍ରିଣ୍ଟିଂ ବିଭାଗ କର୍ମଚାରୀମାନଙ୍କ ସହ କଥା ହୋଇଥିଲେ ।
 

ଏହି ଅବସରରେ ଆଲୋଚନାବେଳେ ଶ୍ରୀ ମିଶ୍ର କହିଲେ, ନୂଆ କରି ମନ୍ତ୍ରୀ ହୋଇଥିବାରୁ ତାଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି । ସବୁଠୁ ବଡ଼ ଚାଲେଞ୍ଜ ଶକ୍ତି ବିଭାଗ । ନିକଟରେ ‘ଫୋନି’ ବାତ୍ୟାରେ ପୁରୀ ଜିଲ୍ଲା ସମେତ ଉପକୂଳ ଅଞ୍ଚଳରେ ବିଜୁଳି ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଛି । ଭିତ୍ତିଭୂମି ପୁନରୁଦ୍ଧାର ସହ ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପ୍ରଥମ କାମ ହେବ । ଆଗାମୀଦିନରେ ବାତ୍ୟା ପ୍ରତିରୋଧ କରିପାରୁଥିବା ଭୂତଲ କେବୁଲ ଓ ଅନ୍ୟାନ୍ୟ ବ୍ୟବସ୍ଥା ଉପରେ ବିଭାଗ ଗୁରୁତ୍ୱ ଦେବି । ମାତ୍ର ଏହା ଏତେ ସହଜ ନୁହେଁ । ବ୍ୟାପକ ପାଣ୍ଠି ଦରକାର । ତେଣୁ ପର୍ଯ୍ୟାୟ କ୍ରମେ ନୂଆ ପଦକ୍ଷେପ ନିଆଯିବ । ସେହିପରି ଏମ୍‌ଏସ୍‌ଏମ୍‌ଇ ମାଧ୍ୟମରେ ଯୁବପିଢ଼ୀଙ୍କ ପାଇଁ କିଭଳି ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ, ସେ ଦିଗରେ ଯୋଜନା କରାଯିବ । ଶିଳ୍ପ କ୍ଷେତ୍ରରେ ବି ଅନେକ କାମ କରିବାକୁ ଯୋଜନା ଅଛି । ଗୃହ ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱକୁ ସୁଚାରୁ ରୂପେ ପାଳନ କରିବାକୁ ହେବ । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତି ଆସ୍ଥା ପ୍ରକଟ କରି ଗୁରୁ ଦାୟିତ୍ୱ ଦେଇଛନ୍ତି । ତେବେ ସବୁ ଚାଲେଞ୍ଜକୁ ସଫଳତାର ସହ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
 

ଶ୍ରୀ ମିଶ୍ର ଆହୁରି କହିଛନ୍ତି, ଖୁବ୍‌ କମ୍‌ ଦିନରେ ‘ପ୍ରମେୟ’ ଶିଖରରେ ପହଞ୍ଚି ପାରିଛି । ଏଥିପାଇଁ ପ୍ରମେୟ ଟିମ୍‌ ପ୍ରଶଂସାର ପାତ୍ର । ଏହାର ନିରପେକ୍ଷ ଖବର ଓ ଭିନ୍ନ ଲେଖା ଶୈଳୀ ସଭିଙ୍କ ମନକୁ ଛୁଇଁପାରିଛି । ‘ପ୍ରମେୟ’ର ଭବିଷ୍ୟତ ଆହୁରି ଉଜ୍ୱଳ ହେଉ ବୋଲି ସେ କାମନା କରିଥିଲେ ।
 

ଏହି ଆଲୋଚନାବେଳେ ‘ପ୍ରମେୟ’ ଓ ନ୍ୟୁଜ୍‌ ସେଭେନ୍‌ର ସିଇଓ ସୁନୀଲ କୁମାର ଦାସ, ‘ପ୍ରମେୟ’ର ବାର୍ତ୍ତା ସମ୍ପାଦକ ଧୀରେନ୍ଦ୍ର ନାରାୟଣ ମିଶ୍ର, ଚିଫ୍‌ ଅଫ୍‌ ବ୍ୟୁରୋ ଦେବେନ୍ଦ୍ର ସୁଆର, ପ୍ରସାରଣ ବିଭାଗ ଡିିଜିଏମ୍‌ ଗଜେନ୍ଦ୍ର ଦାସ, ଏଜିଏମ୍‌ ରମାକାନ୍ତ ମଲ୍ଲିକ, ମାନବ ସମ୍ବଳ ଅଧିକାରୀ ମଧୁସ୍ମିତା ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଶ୍ରୀ ମିଶ୍ର ‘ନ୍ୟୁଜ୍‌ ସେଭେନ୍‌’ କାର୍ଯ୍ୟାଳୟ ମଧ୍ୟ ପରିଦର୍ଶନ କରିଥିଲେ । ନ୍ୟୁଜ୍‌- ସେଭେନ୍‌ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।