ଭୁବନେଶ୍ବର, ୨୦/୨ : ଶୁକ୍ରବାର ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ ହୋଇଛି । ତେବେ ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ଥିଲା ୨ ଘଣ୍ଟା । ୪ଟା ୧୮ରେ ଅଭିଭାଷଣ ଆରମ୍ଭ କରିଥିବାବେଳେ ୬ଟା୧୮ରେ ଶେଷ କରିଥିଲେ । ଦୁଇ ଘଣ୍ଟାର ଭାଷଣ ପଢ଼ିଥିଲେ ମୁଖ୍ୟମନ୍ତ୍ରୀ । ମାତ୍ର ଏହା ପୂର୍ବରୁ ଉପସ୍ଥାପିତ ହୋଇଥିବା ଅଭିଭାଷଣଠାରୁ ବହୁତ କମ୍ ।
୨୦୨୬-୨୭ ବଜେଟ୍ ଉପସ୍ଥାପନ ସମୟରେ ମୁଖ୍ୟମନ୍ତ୍ରୀ ୨ ଘଣ୍ଟାର ଅଭିଭାଷଣ ରଖିଛନ୍ତି । ମାତ୍ର ୧୭ ଫେବୃଆରୀ ୨୦୨୫ ମସିହାରେ ଯେତେବେଳେ ବଜେଟ୍ ଉପସ୍ଥାପନ କରିଥିଲେ ସେତେବେଳେ ୨ ଘଣ୍ଟା ୪୪ ମିନିଟର ରହିଥିଲା । ଯାହାକି ସବୁଠାରୁ ମୋହନଙ୍କ ସର୍ବାଧିକ ସମୟର ବଜେଟ୍ ଅଭିଭାଷଣ ରହିଥିଲା । ତେବେ ଏହାପରେ ୨୫ ଜୁଳାଇ ୨୦୨୫ ମସିହାରେ ଯେବେ ପ୍ରଥମ ବଜେଟ୍ ଅଭିଭାଷଣ ରଖିଥିଲେ ସେତେବେଳେ ରହିଥିଲା ୨ ଘଣ୍ଟା ୯ ମିନିଟ୍ । ଢ଼ାତ୍ର ଦ୍ବିତୀୟ ବଜେଟ୍ ଉପସ୍ଥାପନ ଅଧିକ ସମୟର ଥିଲା । ଆଉ ଏବେ ଦୁଇ ଘଣ୍ଟାର ଅଭିଭାଷଣ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଯେଉଁ କାରଣରୁ କୁହାଯାଉଛି କି, ସେ ନିଜର ରେକର୍ଡକୁ ଏଥର ଭାଙ୍ଗପାରିନାହାନ୍ତି ।
ଏହାସହ ପଢ଼ନ୍ତୁ : ବଜେଟ୍ ୨୦୨୬-୨୭ :୧୬ ନୂଆ ପଦକ୍ଷେପ ଗ୍ରହଣ କଲେ ସରକାର