ପ୍ରମୂଖ ଖବର
  • ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପ୍ରସ୍ତୁତି, ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିବ ବୈଠକ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||
  • କାଳବୈଶାଖୀ ଆସିବ, ଆଶ୍ୱସ୍ତି ଦେବନି: ୬ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍
  • ||

ଦୀଘା ଜଗନ୍ନାଥ ମନ୍ଦିର ବିବାଦ: ‘ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଅବଗତ କରାଇବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ’

Published By : Tapas Panda | May 5, 2025 11:16 PM

ଭୁବନେଶ୍ବର: ପଶ୍ଚିମବଙ୍ଗର ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଓଡ଼ିଶାରେ ଚର୍ଚ୍ଚା ଲାଗି ରହିଛି । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ । ଶ୍ରୀକ୍ଷେତ୍ର ହେଉଛି ଭାରତରେ ଥିବା ଚାରି ଧାମ ଭିତରୁ ଅନ୍ୟତମ । ଭକ୍ତଙ୍କ ଭାବରେ ବନ୍ଧା ମହାବାହୁ । ଆଉ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ସବୁଦିନ ଲାଗିଥାଏ ଭକ୍ତଙ୍କ ଭିଡ଼ । ତେବେ ଜଗନ୍ନାଥ ଧାମକୁ କେହି ଚୋରି କରିନେବାକୁ ଚେଷ୍ଟା କଲେ ଏହାକୁ ବରଦାସ୍ତ କରିବେନି ଜଗନ୍ନାଥ ପ୍ରେମୀ । ଦୀଘା ଜଗନ୍ନାଥ ମନ୍ଦିର ପରିସରରୁ ଜଗନ୍ନାଥଧାମ ନାମଫଳକ ନହଟିବା ଯାଏ ଓଡ଼ିଆ ଜାତି ପ୍ରତିବାଦ ଜାରି ରଖିବ । ଏପଟେ ପଶ୍ଚମିବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦୀଘାକୁ ଜଗନ୍ନାଥଧାମ ବୋଲି ଲେଖି ଚାରିଆଡ଼ୁ ନିନ୍ଦା ଓ ସମାଲୋଚନାର ଶିକାର ହୋଇଛନ୍ତି । ଅନ୍ୟପଟେ ବଳକା ଦାରୁ ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ଦଇତାପତି ରାମକୃଷ୍ଣ ଦାସମହାପାତ୍ରଙ୍କ ଠାରୁ ଉତ୍ତର ମାଗିଥିବା ବେଳେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏହାକୁ ନେଇ ସ୍ପଷ୍ଟ କରିଛନ୍ତି ।

ମିଛ କହିଥିଲେ ରାମକୃଷ୍ଣ ଦାସମହାପାତ୍ର

ମିଛ କହିଥିଲେ ଦଇତାପତି ସେବାୟତ ରାମକୃଷ୍ଣ ଦାସମହାପାତ୍ର । ନବକଳେବର ବଳକା ଦାରୁରେ ଦୀଘା ଦିଅଁ ହୋଇନାହାନ୍ତି, ବରଂ ନିମ୍ବ କାଠରେ ବିଗ୍ରହ ତିଆରି ହୋଇଛନ୍ତି । ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଯେଉଁ ବୟାନ ଦେଇଥିଲେ ତାରି ଆଧାରରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ସେ ପୂର୍ବରୁ ଯାହା କହିଥିଲେ, ତାହା ସ୍ଲିପ୍ ଅଫ୍ ଟଙ୍ଗ୍ ଥିଲା । ଭୁବନେଶ୍ୱରରେ ସୁଦର୍ଶନ ମହାରଣା ନାମକ ଜଣେ ଶିଳ୍ପୀଙ୍କ ପାଖରୁ ସେହି ମୂର୍ତ୍ତି ତିଆରି କରି ଦୀଘା ନେଇଥିଲେ । ଶ୍ରୀମନ୍ଦିର ଆକ୍ଟ ଅନୁଯାୟୀ ୭ଦିନ ଭିତରେ ତାଙ୍କୁ ରିପୋର୍ଟ ମଗାଯାଇଛି । ସେହି ରିପୋର୍ଟ ସନ୍ତୋଷଜନକ ନ ହେଲେ ମନ୍ଦିର ପ୍ରଶାସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା:

ଅନ୍ୟପଟେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବାସଭବନରେ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଗତକାଲି ବସିଥିବା ଶ୍ରୀମନ୍ଦିର ପ୍ରଶାସନର ବୈଠକ ବାବଦରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଏହା ସହିତ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟକୁ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.