ଭୁବନେଶ୍ୱର,୧୪/୦୪: ନିର୍ବାଚନ ପ୍ରଚାର ପାଇଁ ପଶ୍ଚିମବଙ୍ଗର ସିଲିଗୁଡ଼ି ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ମେ ଫେୟାର ଟି ରିସର୍ଟରେ ରହଣି ସମୟରେ ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ । ମୋଦି ବେଶ କିଛି ସମୟ ଯାଏ ଦିଲ୍ଲୀପଙ୍କ ସହ କଥା ହୋଇଥିଲେ ।

 

ପ୍ରଧାନମମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱ, ଉତ୍ସର୍ଗୀକୃତ ଭାବନା ଓ ଦେଶ ପ୍ରତି ଥିବା ଦୃଢ଼ ପ୍ରତିବଦ୍ଧତା ସମସ୍ତଙ୍କୁ ପ୍ରେରଣା ଦେଉଛି । ଦେଶର ଭବିଷ୍ୟତ ଗଢୁଥିବା ଏହି ନେତାଙ୍କୁ ଭେଟି କଥା ହେବା ମୋ ପାଇଁ ଗର୍ବର ବିଷୟ ବୋଲି ଦିଲ୍ଲୀପ ଏକ୍ସ ଫଟୋ ପୋଷ୍ କରିଛନ୍ତି ।

ଅଧିକ ପଢ଼ନ୍ତୁ :-  ଯୁବବର୍ଗଙ୍କ ଆର୍ଥିକ ସଚେତନତା ଓ ଦାୟିତ୍ୱବୋଧତା ସମୃଦ୍ଧ ଓଡ଼ିଶା ଗଠନର ମୂଳଦୁଆ ପକାଇବ : ମୁଖ୍ୟମନ୍ତ୍ରୀ