ଭୁବନେଶ୍ୱର ୧୯/୦୧: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ତୃତୀୟଲିଙ୍ଗୀ ପିଏଚଡି କରିବାକୁ ଯାଉଛନ୍ତି । ସେ ହେଲେ ଢେଙ୍କାନାଳ ଜିଲ୍ଲା ସଦରଥାନା ଅନ୍ତର୍ଗତ ସରାକପାଟଣା ପଞ୍ଚାୟତ ଭାଗିରଥୀପୁରର ଦିପ୍ତିରଂଜନ ମହାପାତ୍ର । ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସେ ପିଏଚଡି କରିବାକୁ ଯାଉଛନ୍ତି ।

ଦିପ୍ତି ୨୦୧୫ରେ ଢେଙ୍କାନାଳ ସହରରେ ଥିବା ସିମିଳିଆ ମଧୁସୂଦନ ହାଇସ୍କୁଲରୁ ଦଶମ ପାସ କରିସାରି ଢେଙ୍କାନାଳ କଲେଜରେ ଆର୍ଟସ ପଢିଥିଲେ । ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଏ ଓ ପରେ ପିଜି ବି କରିଥିଲେ । ଶିକ୍ଷାରେ ସେ ଜଣେ ସଫଳ ଛାତ୍ରୀ ଥିବା ବେଳେ ଗତ ୨୦୨୪ରେ ଜେଆରଏଫ୍ ପାସ କରି ଆଶିଷ୍ଟାଣ୍ଟ ପ୍ରଫେସର ଭାବରେ ଚାକିରି ପାଇଥିଲେ । ଏବେ ସେ ପିଏଚଡି କରିବାକୁ ଯାଉଛନ୍ତି । ଏହି ଖବର ପରେ ଦିପ୍ତିଙ୍କ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।