ପ୍ରମୂଖ ଖବର
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା,
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ଓଏଏସ ସଂଘ
  • ||

ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରହିଲେ ଛାତ୍ରଛାତ୍ରୀ ଲକ୍ଷ୍ୟପଥରେ ପହଞ୍ଚିପାରିବେ

Published By : Suraj Kumar | March 1, 2025 9:47 PM

ଫିରିଙ୍ଗିଆ,୧।୨ :  କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଙ୍ଗାପଡାଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଶେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ଏଥିରେ ଅଧ୍ୟକ୍ଷତା କରିଥିଲେ। 

ଫିରିଙ୍ଗିଆ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟର ଅଧକ୍ଷ କୈଳାଶ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରହିଲେ ଛାତ୍ରଛାତ୍ରୀମାନେ ସମାଜର ମୁଖ୍ୟ ସ୍ରୋତରେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ I ଗୋଛାପଡା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିବା ବେଳେ କ୍ରାଣ୍ଡିବାଲି ସରପଞ୍ଚ ଲଷ୍ମୀ କହଁର, ବିଜେଡି ଜିଲ୍ଲା ଯୁବ ସଭାପତି ବିଷ୍ନୁଚରଣ ମଳିକ,ନାଏବ ସରପଞ୍ଚ ଦାମୋଦର କହଁର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାଗର ରଣା,ତଳପଡା ସେବଶ୍ରମ ର ପ୍ରଧାନ ଶେବକ ପ୍ରଭାକର ପ୍ରଧାନ,ଦରିସୁଗା ଶେବାଶ୍ରମ ର ପ୍ରଧାନ ଶେବକ ଗଞ୍ଜା କହଁର,ମୁସେଲିପାଙ୍ଗା ସେବାଶ୍ରମର ପ୍ରଧାନ ଶେବକ ଯତୀନ୍ଦ୍ର ପ୍ରସାଦ ରାଉତ,ସେସ୍କାଯୋଡି ସେବାଶ୍ରମ ର ପ୍ରଧାନ ଶେବକ ରମେଶ୍ୱର କହଁର,କମ୍ବାପଡା ସେବାଶ୍ରମ ର ପ୍ରଧାନ ଶେବକ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I

 ତେବେ କାର୍ଯ୍ୟକ୍ରମରେ ରାଇଗୁଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ କୁଶ ନାଏକ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ବିଦ୍ୟାଳୟରେ ଶିକ୍ଷୟିତ୍ରୀ ସରୋଜିନୀ ନାଏକ,ସୁଚିତ୍ରା ମହାରଣା,ଶ୍ରଦ୍ଧାଞ୍ଜଳି ମହାରଣା ଓ ଶିକ୍ଷକ ଗୌତମ କହଁର ଙ୍କ ସହ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ I

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.