ବାଲେଶ୍ଵର, ।୯: ଜଙ୍ଗଲ ପରିବେଶ ଜଳବାୟୁ ପରିବର୍ତ୍ତନ ବିଭାଗ ଏକ ଅଭିନବ ପଦକ୍ଷେପ ନେଇଛି । ବାଲେଶ୍ଵର ଡିଏଫଓ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲା ସ୍ତରୀୟ ଚାରା ବିତରଣ ରଥର ଶୁଭାରମ୍ଭ ହୋଇଛି । ମୁଖ୍ୟ ଅତିଥି ଭାବେ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଦାସ ଓ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ପରିବେଶବିତ ଶୁଭଙ୍କର ମହାପାତ୍ର ଯୋଗଦେଇ ଶୁଭାରମ୍ଭ କଲେ । ପତାକା ଦେଖାଇ ଚାରା ବିତରଣ ରଥର ଶୁଭାରମ୍ଭ କରିଥିଲେ ।

ଏହି ଉତ୍ସବରେ ଦୁଇ ଜଣ ଏସିଏଫ ସମେତ ବାଲେଶ୍ଵର ଜିଲ୍ଲାର ୫ଟି ରେଞ୍ଜର ସମସ୍ତ ରେଞ୍ଜର, ଫରେଷ୍ଟର, ଫରେଷ୍ଟଗାର୍ଡ, ସବୁଜବାହିନୀମାନେ ସାମିଲ ହୋଇଥିଲେ । ସାମ୍ଭାବ୍ୟ ଜଳବାୟୁ ପରିବର୍ତ୍ତନ ପାଇଁ ଆଜିର ଦିନରେ ବୃକ୍ଷରୋପଣ ଜରୁରୀ ବୋଲି ଉପସ୍ଥିତ ଅତିଥି ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିବା ବେଳେ ମା’ ପାଇଁ ଗଛଟିଏ ଲଗାଇବାକୁ ଆହ୍ୱାନ ଦେଇଥିଲେ ।