ଆଠଗଡ,୧୮।୧ : ତିଗିରିଆ ଥାନା ନୂଆପାଟଣାରେ ଡିଜେର ଛାତି ଥରା ସାଉଣ୍ଡ ରେ ଯୁବକଙ୍କ ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଡିଜେ ଗାଡିକୁ ଜବତ କରିଛି ତିଗିରିଆ ପୋଲିସ । ପୋଲିସ୍ ର ଏକ ସ୍ଵତନ୍ତ୍ର ଟିମ୍ ଡିଜେ ଗାଡିକୁ ଅନୁଗୁଳ ଅଞ୍ଚଳରେ ଚଡାଉ କରି ଜବତ କରି ତିଗିରିଆ ଥାନା କୁ ଆଣିଛି।

ସୁଚନା ଯୋଗ୍ୟ ଗତ ଶୁକ୍ରବାର ରାତିରେ ନୂଆପାଟଣା ସୁରେନ୍ଦ୍ର ପାଟଣା ରେ ଯାଉଥିବା ଏକ ବାହାଘର ପ୍ରସେସନର ଡିଜେରେ ଦିଆଯାଇଥିବା ଭାଇବ୍ରେଟର ଓ ସାଉଣ୍ଡକୁ ସହ୍ୟ କରି ନ ପାରି ଛାତି କଣ ହେଇଯାଇଛି କହି ଟଳି ପଡ଼ି ଥିଲେ ଗ୍ରାମର ଲକ୍ଷ୍ମୀଧର ଚନ୍ଦ l ପରିବାର ଲୋକେ ତାଙ୍କୁ ତିଗିରିଆ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ l ପରେ କ୍ଷତିପୂରଣ ଓ ଗିରଫ୍ ଦାବିରେ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା l ଘଟଣା ପରେ ଡିଜେ ଗାଡି ଫେରାର ହୋଇଯାଇଥିବା ବେଳେ ଶନିବାର ରାତିରେ ଏକ ସ୍ଵତନ୍ତ୍ର ଟିମ୍ ଅନୁଗୁଳ ଅଞ୍ଚଳରେ ଚଡାଉ କରି ଡିଜେ ଗାଡିକୁ ଜବତ କରିବା ସହ ଅପରେଟର କୁ ଗିରଫ୍ କରାଯାଇ ଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଇପସିତା ପ୍ରିୟଦର୍ଶିନୀ ସୂଚନା ଦେଇଛନ୍ତି।