ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସୁପର-୮ ରାଉଣ୍ଡ ଚୂଡ଼ାନ୍ତ, ଅଷ୍ଟ୍ରେଲିଆ, ଆଫଗାନିସ୍ତାନ, ବାଂଲାଦେଶକୁ ଭେଟିବ ଭାରତ
  • ||
  • କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା, ଓସେପା ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ
  • ||
  • ବାଲେଶ୍ୱର: ଆଇନ ଶୃଙ୍ଖଳା ମାନିବା ସହ ଶାନ୍ତି ବଜାୟ ରଖିବାକୁ ଏସପି ସାଗରିକା ନାଥଙ୍କ ଅନୁରୋଧ
  • ||
  • ଭୁବନେଶ୍ୱର: ପଥରବନ୍ଦ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ଘଟଣାସ୍ଥଳରେ ପୋଲିସ ମୁତୟନ
  • ||
  • ଜୁନ୍‌ ୨୦ରେ ବାଚସ୍ପତି ନିର୍ବାଚନ, ଖୁବ୍‌ଶୀଘ୍ର କଂଗ୍ରେସ ବିଧାୟକ ଦଳ ନେତା ଘୋଷଣା
  • ||
  • ଅସଲି ପୋଲିସ ହାତରେ ଧରାପଡ଼ିଲା ନକଲି ସିବିଆଇ ପୋଲିସ, ଲୋକଙ୍କଠୁ ଲୁଟୁଥିଲା ଲକ୍ଷାଧିକ ଟଙ୍କା
  • ||
  • ଖୋଲିଲା ସ୍କୁଲ, ଅଧା ଜିଲ୍ଲାରେ ସକାଳୁ କ୍ଲାସ ଆରମ୍ଭ, ୧୧ ଜିଲ୍ଲାରେ ୨୦ ଯାଏ ସ୍କୁଲ ବନ୍ଦ
  • ||
  • ମଙ୍ଗଳବାର, ବୁଧବାର ନବନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ କାମଚଳା ବାସ୍ପପତି, ୨୦ ନୂଆ ବାଚସ୍ପତି ନିର୍ବାଚନ
  • ||
  • ଅଶାନ୍ତ ବାଲେଶ୍ୱର: ଗୋଷ୍ଠୀ ସଂଘର୍ଷ ପାଇଁ କର୍ଫ୍ୟୁ, ୨୪ ଘଣ୍ଟା ବନ୍ଦ ରହିବ ଦୋକାନ ବଜାର
  • ||
  • ରାଜ୍ୟରେ ୪୨% ନିଅଣ୍ଟିଆ ବର୍ଷା, ୩ ଜିଲ୍ଲାରେ ସ୍ୱାଭାବିକ, ୨୬ ଜିଲ୍ଲାରେ ନିଅଣ୍ଟିଆ: ୪ ଦିନ ଭିତରେ ମୌସୁମୀ ଅଗ୍ରସର ହେବ
  • ||

ଥାନାରେ ବ୍ୟାଙ୍କ୍‌ ଅଧିକାରୀଙ୍କ ଏତଲା: ‘ସାର୍‌, କୁକୁର ଶୁଆଇ ଦେଉନାହାନ୍ତି’, କହିଲେ ଓଲଟା ଗାଳିଗୁଲଜ କରୁଛନ୍ତି...

ଅନୁଗୁଳ,୨୮/୦୫: ଦୁଇ ଦୁଇଟା କୁକୁର । ଭୋକୁଛନ୍ତି ଯେ ଭୋକୁଛନ୍ତି । ସାର୍‌, ମୁଁ ହୃଦରୋଗୀ । ଛାତି ଧଡ଼ଧଡ଼ କରୁଛି । କୁକୁରଙ୍କ ବୋବାଳିରେ ଅତିଷ୍ଠ ହୋଇସାରିଲାଣି । ହେଲେ କୁକୁର ପୋଷିଥିବା ଲୋକ କିଛି ଶୁଣୁନି । ଓଲଟା ଗାଳିଗୁଲଜ କରୁଛି । ତୁରନ୍ତ କିଛି ପଦକ୍ଷେପ ନିଅନ୍ତୁ । ଅନୁଗୁଳ ସହରର ଜଣେ ବ୍ୟାଙ୍କ ଅଧିକାରୀ ଶନିବାର ଅନୁଗୁଳ ଥାନାରେ ଏଭଳି ଅଭିଯୋଗ କରିଥିବା ବେଳେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ମୁତାବକ, ଅଭିଯୋଗକାରୀ ବ୍ୟକ୍ତି ଅନୁଗୁଳର ଏକ ସରକାରୀ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର । ଶିମିଳିପଡ଼ାରେ ତାଙ୍କ ନିଜସ୍ୱ ଘରେ ପରିବାର ସହ ରୁହନ୍ତି । ପଡ଼ୋଶୀଙ୍କ ଘରେ ଜଣେ ଭଡ଼ାଟିଆ ୨ଟି କୁକୁର ପୋଷିଥିବା ବେଳେ ଏହି କୁକୁରଙ୍କ ପାଇଁ ନାନା ହଇରାଣ ହରକତ ହେଉଥିବା ଏତଲାରେ ଦର୍ଶାଇଛନ୍ତି । କୁକୁର ଭୋକିବା ସହ ତାଙ୍କ ହରକତରେ ତାଙ୍କ ପରିବାର ଲୋକ ଅତିଷ୍ଠ ହୋଇ ପଡ଼ିଲେଣି । ବ୍ୟାଙ୍କ ଅଧିକାରୀ ଜଣଙ୍କ ହୃଦରୋଗୀ ହୋଇଥିବା ବେଳେ କୁକୁରଙ୍କ ନନଷ୍ଟପ୍‌ ଭୋକିବା ଯୋଗୁ ସେ ଶୋଇବସି ପାରୁନାହାନ୍ତି । ଏନେଇ ସେ ପଡ଼ୋଶୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଓଲଟା ସେ ଗାଳିମନ୍ଦ କରୁଛନ୍ତି । ଶନିବାର ସକାଳେ ଏହାକୁ ନେଇ ଝଗଡ଼ା ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି । ଏତଲା କ୍ରମେ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.