ପ୍ରମୂଖ ଖବର
  • ଜଗତସିଂହପୁର : ପୁତୁରାକୁ କୋଦାଳରେ ହାଣି ହତ୍ୟା କଲା ଦାଦା, କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ, ସୋସିଆଲ ମିଡିଆରେ ପାଟ ଅଗଣା ଓ ଭେଟ ମଣ୍ଡପର ଫଟୋ ଛାଡିଲେ ଯୁବକ
  • ||
  • 'ଏକ୍ସ'ର ସିଇଓ ପଦରୁ ଇସ୍ତଫା ଦେଲେ ଲିଣ୍ଡା ୟାକାରିନୋ,ସାମ୍ନାକୁ ଆସିଲା ମସ୍କଙ୍କ ପ୍ରତିକ୍ରିୟା
  • ||
  • ଡେଲାଙ୍ଗ ବ୍ଲକରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିନ୍ତାରେ ଚାଷୀ
  • ||
  • ଏଆଇ-ଚାଳିତ ଉତ୍ପାଦନ ବିପ୍ଳବର ନେତୃତ୍ୱ ନେବ ଓଡ଼ିଶା, ଆସୋଚାମ-ପ୍ରାଇମସ ପାର୍ଟନର୍ସ ରିପୋର୍ଟ
  • ||
  • ରେଲୱେରେ ଏବର୍ଷ ମିଳିବ ୫୦ ହଜାର ଚାକିରି, ଏପର୍ଯ୍ୟନ୍ତ ୯ ହଜାର ନିଯୁକ୍ତିପତ୍ର ପଠାଇସାରିଲାଣି RRB
  • ||
  • ଅନୁଗୁଳ : NH ୧୪୯ ବଂରପାଳ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରାଭେଲର୍‌ ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ
  • ||
  • ଜିଦ୍‌ରେ ଅଟଳ ଡ୍ରାଇଭର୍ ମହାସଙ୍ଘ : ପରିବହନ ଅଚଳ, ତିରୋଟମୁହାଁ ତେଲ, ବାହାରୁ ଆସିପାରୁନି ଗ୍ରୋସରୀ ଓ ପନିପରିବା
  • ||

ଆମେରିକା ଯିବା ସ୍ବପ୍ନ ହେବ ମହଙ୍ଗା ! ଟ୍ରମ୍ପ ବଢାଇଲେ ଭିସା ଫି, ଭାରତୀୟଙ୍କୁ ଝଟକା

Published By : Harapriya Biswal | July 9, 2025 6:26 PM

ନୂଆଦିଲ୍ଲୀ,୯।୭: ଆମେରିକାରେ ଡୋନାଲ୍ଡୋ ଟ୍ରମ୍ପଙ୍କ ନେତୃତ୍ବାଧୀନ ସରକାର ଭିସା ନିୟମରେ ବଡ଼ ପରିବର୍ତ୍ତନ କରିବାର ଘୋଷଣା କରିଛନ୍ତି। ଟ୍ରମ୍ପ ପ୍ରଶାସନ ଛାତ୍ର, ଆଇଟି ପ୍ରଫେସନାଲ ଓ ଟୁରିଷ୍ଟଙ୍କ ପାଇଁ ଆମେରିକା ଯିବା ମହଙ୍ଗା କରିଦେଇଛନ୍ତି। ଏବେ ଭିସା ସହ ୨୫୦ ଡଲାର(ପ୍ରାୟ ୨୧ ହଜାର ଟଙ୍କା)ର ଭିସା ଇଣ୍ଟିଗ୍ରିଟି ଫି’ ଦେବାକୁ ହେବ। ଏହି ନୂଆ ନିୟମ ୨୦୨୬ ରୁ ଲାଗୁ ହେବ। ଏହି ନୂଆ ନିୟମର ପ୍ରଭାବ ଆମେରିକାରେ ଚାକିରୀ ସ୍ବପ୍ନ ଦେଖୁଥିବା ଲକ୍ଷାଧିକ ଭାରତୀୟ ପ୍ରଫେସନାଲଙ୍କ ଉପରେ ମଧ୍ୟ ପ୍ରଭାବ ପକାଇବ।

ଟ୍ରମ୍ପ ସରକାରଙ୍କ ଏହି ନୂଆ ନିୟମକୁ ‘ଓ୍ବାନ୍ ବିଗ୍ ବିଉଟିଫୁଲ୍ ଆଇନ’ ଅନୁସାରେ ଅଣାଯାଉଛି। ଏହି ନୂଆ ନିୟମର ପ୍ରଭାବ ସିଧା ଭାବରେ ଭାରତର ଲକ୍ଷାଧିକ ଲୋକଙ୍କ ଉପରେ ପ୍ରଭାବ ପଡିବ, ଯିଏକି ପ୍ରତିବର୍ଷ ଆମେରିକାରେ H-1B  ଭିସାରେ ଚାକିରୀ କରିବାକୁ ଯାଆନ୍ତି, ଏଫ୍‌ଏମ୍‌ ଭିସାରେ ପଢିବାକୁ ଯାଇଥାନ୍ତି ଓ B-1/B-2 ଭିସାରେ ଟୁରିଷ୍ଟ କିମ୍ବା ବ୍ୟାପାରିକ ଯାତ୍ରାରେ ଯାଇଥାନ୍ତି। 

ବର୍ତ୍ତମାନ ଭାରତୀୟଙ୍କୁ B-1/B-2 ଭିସା ପାଇଁ ୧୮୫ ଡଲାର (ପ୍ରାୟ ୧୫,୮୦୦) ଦେବାକୁ ହେବ। ନୂଆ ଶୁଳ୍କ ଯୋଡିହେବା ପରେ ଏହି ଖର୍ଚ୍ଚ ୨୫୦ ଡଲାର ପଡିବ, ଅର୍ଥାତ ପ୍ରାୟ ଅଢେଇ ଗୁଣା। ଯେଉଁ ଭାରତୀୟ ଛାତ୍ର ଆମେରିକାରେ ପଡିବାକୁ ଏଫ୍ କିମ୍ବା ଏମ୍‌ ଭିସାରେ ଯାଆନ୍ତି, ତାଙ୍କୁ ମଧ୍ୟ ଏହି ଅତିରିକ୍ତ ଶୁଳ୍କ ଦେବାକୁ ହେବ। ଏହି ପଦକ୍ଷେପ ଏଭଳି ସମୟରେ ଆସିଛି ଯେତେବେଳେ ଭାରତୀୟ ଛାତ୍ର ଅଧିକ ଖର୍ଚ୍ଚ ଓ ଟ୍ୟୁସନ୍ ଫି’ ଦେଇ ଗତି କରୁଛନ୍ତି। ଭାରତର ପ୍ରତି ବର୍ଷ ହଜାର ହଜାର ଆଇଟି ପ୍ରଫେସନାଲ H-1B ଭିସାରେ ଆମେରିକା ଯାଇଥାନ୍ତି। ତାଙ୍କ ପାଇଁ ମଧ୍ୟ ଏହି ନୂଆ ଫି’ ଲାଗୁ ହେବ। ତେବେ ଏହି ଆମାଉଣ୍ଟ ‘ସିକ୍ୟୁରିଟି ଡିପୋଜିଟ୍’ ଭଳି ହେବ, ଯାହା କିଛି କଡା ସର୍ତ୍ତ ପୁରା କରିବା ପରେ ପୁଣି ମିଳିପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.