ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆମେରିକାରେ ପୁଣି ଟ୍ରମ୍ପ ରାଜ, ୭୫ ଦିନ ପରେ ଶପଥ ଉତ୍ସବ

Published By : Anindita Ratha | November 7, 2024 10:38 AM

ନୂଆଦିଲ୍ଲୀ,୦୭/୧୧: ରିପବ୍ଲିକାନ୍‌ ନେତା ଡୋନାଲ୍ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ହେବା ନିଶ୍ଚିତ ହୋଇଯାଇଛି । ତାଙ୍କୁ ମୋଟ ୫୩୮ ଆସନ ମଧ୍ୟରୁ ୨୯୨ ମିଳିଛି । ଯେବେ କି ବହୁମତ ପାଇଁ ୨୭୦ ଦରକାର ଥିଲା । ଭୋଟ ଫଳ ଆଜି ଯଦିଓ ମୋଟାମୋଟି ଭାବେ ସ୍ପଷ୍ଟ ହୋଇଯାଇଛି, କିନ୍ତୁ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ । ଅର୍ଥାତ ଭୋଟ ଫଳ ଆସିବାର ୭୫ ଦିନ ପରେ ହିଁ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ । ଏହି ୭୫ ଦିନ ମଧ୍ୟରେ ବିଭିନ୍ନ ଔପଚାରିକତା ସମ୍ପନ୍ନ ହେବ । ପ୍ରଥମ ପର୍ଯ୍ୟାୟରେ ସମସ୍ତ ୫୦ ରାଜ୍ୟର ଭୋଟ ଗଣତି ପରେ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିବେ । ଏଥିସହ ପ୍ରମାଣପତ୍ର ଜାରି କରିବେ । 

ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟଗୁଡ଼ିକର ଗଭର୍ନର ରାଜ୍ୟରେ ନିର୍ବାଚିତ ହୋଇଥିବା ଇଲେକ୍ଟରମାନଙ୍କ ‘ସାର୍ଟିଫିକେଟ ଅଫ୍‌ ଆସର୍ଟନମେଣ୍ଟ’ରେ ଦସ୍ତଖତ କରିବେ । ଏହାର ଶେଷ ସମୟସୀମା ଡିସେମ୍ବର ୧୧ ରହିଛି । ଏହାର ନକଲଗୁଡ଼ିକୁ ଆମେରିକା କଂଗ୍ରେସକୁ ପଠାଇ ଦିଆଯିବ । ତୃତୀୟ ପର୍ଯ୍ୟାୟ ଭାବେ ଡିସେମ୍ବରର ଦ୍ୱିତୀୟ ବୁଧବାର ପରେ ଆସିବାକୁ ଥିବା ମଙ୍ଗଳବାରରେ ସମସ୍ତ ଇଲେକ୍ଟର ନିଜ ନିଜ ରାଜ୍ୟରେ ଏକାଠି ହେବେ ଏବଂ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତିଙ୍କ ଲାଗି ଭୋଟ ଦେବେ । ଏଥର ଏହି ତାରିଖ ଡିସେମ୍ବର ୧୭ ଧାର୍ଯ୍ୟ କରାଯାଇଛି । ଚତୁର୍ଥ ପର୍ଯ୍ୟାୟରେ ଡିସେମ୍ବର ଚତୁର୍ଥ ବୁଧବାର ସୁଦ୍ଧା ସମସ୍ତ ଭୋଟ ଆମେରିକା କଂଗ୍ରେସ ପର୍ଯ୍ୟନ୍ତ ପହଞ୍ଚିଯିବା ଆବଶ୍ୟକ । ଏଥର ଏହି ତାରିଖ ଡିସେମ୍ବର ୨୫ ରହିଛି । ପଞ୍ଚମ ପର୍ଯ୍ୟାୟରେ ୨୦୨୫ ଜାନୁଆରୀ ୬ରେ କଂଗ୍ରେସରେ ସମସ୍ତ ଇଲେକ୍ଟୋରାଲ ଭୋଟ ଗଣନା କରାଯିବ । ଏହି ଆଧାରରେ ଔପଚାରିକ ଭାବେ ରାଷ୍ଟ୍ରପତିଙ୍କ ନାମ ଘୋଷଣା ହେବ । ଷଷ୍ଠ ପର୍ଯ୍ୟାୟରେ ୨୦୨୫ ଜାନୁଆରୀ ୨୦ରେ ୟୁଏସ୍‌ କ୍ୟାପିଟଲ ବିଲ୍‌ଡିଂରେ ଆମେରିକାର ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.