ପ୍ରମୂଖ ଖବର
  • ବହୁଚର୍ଚ୍ଚିତ କୋଲକାତା ଆର୍. ଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଦୁଷ୍କର୍ମ ମାମଲାରେ ପୀଡ଼ିତାଙ୍କୁ ନ୍ୟାୟ, ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ
  • ||
  • ଫିରିଙ୍ଗିଆ : ବାଇକ୍‌ ଦୁର୍ଘଟଣାରେ ଶିକ୍ଷକ ମୃତ, ଦୁଇ ଗୁରୁତର
  • ||
  • କୋଣାର୍କ ସୂର୍ଯ୍ୟମନ୍ଦିରରେ ସିଙ୍ଗାପୁର ରାଷ୍ଟ୍ରପତି, ୪ ଘଣ୍ଟା ପାଇଁ ପର୍ଯ୍ୟଟକଙ୍କ କଟକଣା ଲାଗୁ
  • ||
  • ମାଲକାନଗିରି : କୁମ୍ବିଂ ଅପରେସନ୍‌ ବେଳେ ମାଓବାଦୀଙ୍କ ସୁଡଙ୍ଗ ଠାବ, ଶତାଧିକ ବନ୍ଧୁକ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ
  • ||
  • ମାଲକାନଗିରି : ରୋଗୀ ନେଇ ଯାଉଥିବା ବସ୍‌ ଦୁର୍ଘଟଣାଗ୍ରସ୍ତ: ବାପ ଝିଅ ମୃତ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଦ୍ୱିତୀୟ ଦିନରେ ନବ ଦାସ ଭାଇଙ୍କ ଘରେ ଆଇଟି ରେଡ୍‌, ଲିଙ୍କ୍‌ରେ ଥିବା କଣ୍ଟ୍ରାକ୍ଟର, ବିଲ୍‌ଡରଙ୍କ ଘରେ ଚାଲିଛି ଚଢ଼ାଉ
  • ||
  • ପାରାଦୀପ : ହାଇୱା ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡ଼ିରେ ତୁଷାରପାତ, ଜନଜୀବନ ଅସ୍ତବ୍ୟସ୍ତ
  • ||
  • ସାରା ଓଡ଼ିଶାରେ ଚାଲିଛି ପକ୍ଷୀ ଗଣନା, ଗଣନାକାରୀ ଟିମ୍‌ ସହ ବିଶେଷଜ୍ଞ ଓ ଗାଇଡ୍‌ ନିୟୋଜିତ
  • ||
  • ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ରହିବ ଶୀତର ପ୍ରକୋପ, ୩ ଦିନ ଯାଏ ୯ ଜିଲ୍ଲାକୁ କୁହୁଡ଼ି ଆଲର୍ଟ
  • ||

ବ୍ରିକ୍ସ ଦେଶକୁ ଟ୍ରମ୍ପଙ୍କ ନାଲିଆଖି, ଡଲାର ବଦଳାଇବାକୁ ପ୍ରୟାସ କରୁଥିଲେ ନେବେ ଏହି ଆକ୍ସନ

Published By : Ankita S | December 1, 2024 1:31 PM

ନୂଆଦିଲ୍ଲୀ,୦୧/୧୨: ଶପଥ ଗ୍ରହଣ ପୂର୍ବରୁ ଭାରତକୁ ଖୋଲା ଧମକ ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ବାଇଟ ହାଉସରେ ଏଣ୍ଟ୍ରୀ ପୂର୍ବରୁ ଭାରତ ସମେତ ବ୍ରିକ୍ସ ଦେଶକୁ ନାଲି ଆଖି ଦେଖାଇଛନ୍ତି ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ଡଲାର ରିପ୍ଲେସ ନେଇ ନୂଆ କରେନ୍ସି ଆଣିଲେ ୧୦୦% ଶୁକ୍ଳ ଲାଗୁ କରିବେ ବୋଲି କହିଛନ୍ତି । କାନାଡା ଓ ଆମେରିକା ପରେ ଏବେ ବ୍ରିକ୍ସ ଦେଶକୁ ଖୋଲା ଧମକ ଦେଇଛନ୍ତି ।

ବ୍ରିକ୍ସ ଦେଶରେ ଭାରତ ରହିଛି । ବ୍ରିକ୍ସ ସମ୍ମିଳନୀରେ ସାମିଲ ହୋଇଥିବା ଦେଶକୁ ଧମକ ଦେଇ ଟ୍ରମ୍ପ କହିଛନ୍ତି, ଯଦି ଆମେରିକୀୟ ଡଲାରକୁ ରିପ୍ଲେସ ଅର୍ଥାତ ବଦଳାଇବାକୁ କୌଣସି ପ୍ରୟାସ କରାଯାଏ ତେବେ ସେ ଏହି ଦେଶଗୁଡିକ ଉପରେ ୧୦୦% ଟିକସ ଲାଗୁ କରିବେ । ବ୍ରିକ୍ସ ଦେଶଗୁଡିକ ଡଲାର ବଦଳରେ ଅନ୍ୟ ମୁଦ୍ରା ପ୍ରଚଳନ କରିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଟ୍ରମ୍ପ ଖୋଲାଖୋଲି ଭାବେ ଏହି ଧମକ ଦେଇଛନ୍ତି ।

ଟ୍ରମ୍ପ ଆହୁରି କହିଛନ୍ତି, ବ୍ରିକ୍ସ ଦେଶଗୁଡିକ ଡଲାର ବଦଳରେ ଅନ୍ୟ ମୁଦ୍ରା ପ୍ରଚଳନ କରିବାକୁ ଚେଷ୍ଟା କରୁଛନ୍ତି । ଯଦି ବ୍ରିକ୍ସ ଦେଶଗୁଡିକ ଏଭଳି କରନ୍ତି ତେବେ ଆମେରିକା ଚୁପ ବ ବସିବ ନାହିଁ ଆକ୍ସନ ନେବ । ଆମେ ଚାହୁଁଛୁ ସେହି ଦେଶଗୁଡିକ ପ୍ରତିଜ୍ଞା କରନ୍ତୁ ଯେ ସେମାନେ ନୂତନ ମୁଦ୍ରା ତିଆରି କରିବେ ନାହିଁ । ଆମେରିକୀୟ ଡଲାର ବଦଳରେ ଅନ୍ୟ କୌଣସି ମୁଦ୍ରାକୁ ସମର୍ଥନ କରିବେ ନାହିଁ । ନଚେତ୍ ସେମାନଙ୍କୁ ୧୦୦ ପ୍ରତିଶତ ଶୁକ୍ଳ ଲାଗୁ କରାଯିବ ଓ ଆମେରିକା ବଜାରରେ ସେମାନଙ୍କ ଜିନିଷ ବିକ୍ରିକୁ ବ୍ୟାନ କରାଯିବ ।

କହିରଖୁଛୁ କି, ବ୍ରିକ୍ସ ଅର୍ଥ ୫ଟି ଦେଶ । ବ୍ରାଜିଲ, ଋଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା । ଏହି ଦେଶ ମଧ୍ୟରେ ବ୍ରିକ୍ସ ସମ୍ମିଳନୀ ହୋଇଥାଏ । ୨୦୦୯ରେ ବ୍ରିକ୍ସ ଗଠନ ହୋଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.