ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଡ.ମୋହନ ଭାଗବତ

Published By : Rasmita Pradhan | January 29, 2025 8:22 AM

ଭୁବନେଶ୍ୱର,୨୯/୦୧ : ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ। ଆସନ୍ତା ୩୦ ତାରିଖରେ ସେ ଭୁବନେଶ୍ୱରରେ ପହଞ୍ଚିବେ । ସେହିଦିନ ସଂଧ୍ୟା ୬ଟା ସମୟରେ ଜୟଦେବ ଭବନରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପୂର୍ବତନ ପ୍ରାନ୍ତ ସଂଘଚାଳକ ସ୍ୱର୍ଗତ ଶିବରାମ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଶ୍ରଦ୍ଧାଞ୍ଜଳି ସଭାରେ ସେ ଯୋଗଦେବେ । 

ଏହି ଖବରଟିକୁ ପଢନ୍ତୁ- ମହାକୁମ୍ଭରେ ବଡ ଅଘଟଣ ; ଦଳଚକଟାରେ ୧୫ ମୃତ, ଅମୃତ ସ୍ନାନ ପାଇଁ ଜମିଥିଲା ଭିଡ

୩୧ ତାରିଖରୁ ଫେବ୍ରୁଆରୀ ୩ ତାରିଖ ପର୍ଯ୍ୟନ୍ତ ଉତ୍କଳ ବିପନ୍ନ ସହାୟତା ସମିତିଠାରେ ଅନୁଷ୍ଠିତ ହେବାକୁ ଥିବା ସଂଗଠନର ସାଂଗଠନିକ କାର୍ଯ୍ୟର ସମୀକ୍ଷା ଓ ସଂଘର ଶତାବ୍ଦୀ ବର୍ଷର ଯୋଜନା ବୈଠକରେ ଡ.ମୋହନ ଭାଗବତ ଯୋଗଦାନ କରିବେ। ଏହି ଦିନମାନଙ୍କରେ ସମିତିରେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ । ଏହି ବୈଠକ କେବଳ ସାଂଗଠନିକ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ହେବ। ତେବେ ଫେବ୍ରୁଆରୀ ୩ ତାରିଖ ସନ୍ଧ୍ୟାରେ ଡ.ଭାଗବତ ଓଡ଼ିଶା ପ୍ରବାସ ସାରି ପ୍ରତ୍ୟାବର୍ତ୍ତନ କରିବେ। ଏନେଇ ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.