ନୂଆଦିଲ୍ଲୀ,୨୬।୧୦: ଦକ୍ଷିଣ ପୂର୍ବ ଏସିଆ ରାଷ୍ଟ୍ରର ସଂଗଠନ (ASEAN) ର ୧୯୯୦ ଦଶକ ପରେ ପ୍ରଥମ ଥର ବିସ୍ତାର କରି ପୂର୍ବ ତିମୋରକୁ ଏଥିରେ ଔପଚାରିକ ରୂପରେ ସାମିଲ କରାଯାଇଛି। ପୂର୍ବ ତିମୋର ଏସିଆନରେ ସାମିଲ କରାଯିବା ପରେ ଏହାର ପ୍ରଧାନମନ୍ତ୍ରୀ ସନାନା ଗୁସ୍ମାଓ ରବିବାର କହିଛନ୍ତି, ତାଙ୍କ ଦେଶ ସଂଗଠନର ଏକ ଉପଯୋଗୀ ସଦସ୍ୟ ପ୍ରମାଣିତ ହେବ। କୁଆଲାଲମ୍ପୁରରେ ଏକ ଔପଚାରିକ ସମାରୋହରେ ମଞ୍ଚରେ ଅନ୍ୟ ୧୦ ପତାକା ସହ ପୂର୍ବ ତିମୋର,ଯାହାକୁ ତିମୋର ଲେସ୍ତେ ନାମରେ ଜଣାଯାଏ। ଏହାର ପତାକା ମଧ୍ୟ ସାମିଲ କରାଯାଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ ଗୁସ୍ମାଓ ଅନ୍ୟ ନେତାଙ୍କୁ କହିଥିଲେ, ଆଜି ଇତିହାସ ରଚିଛୁ। ତିମୋର ଲେସ୍ତେର ଲୋକଙ୍କ ପାଇଁ ଏହା ନା କେବଳ ସ୍ବପ୍ନ ସାକାର ହେବା ଭଳି ବଂର ଆମର ଯାତ୍ରାର ଏକ ଶକ୍ତିଶାଳୀ ନିଶ୍ଚିତତା ମଧ୍ୟ ରହିଛି।
ଏସିଆନର ସବୁଠାରୁ ଯୁବା ଓ ସବୁଠାରୁ ଗରିବ ରାଷ୍ଟ୍ରକୁ ସାମିଲ କରାଯିବା ପରେ କ୍ଷେତ୍ରୀୟ ସମାବେଶିତା ଦିଗରେ ଏକ ପ୍ରତୀକାତ୍ମକ ପଦକ୍ଷେପ ଭାବରେ ପ୍ରଶଂସା କରାଯାଉଛି। ଏହି ଦେଶର ଜନସଂଖ୍ୟା ମାତ୍ର ୧୪ ଲକ୍ଷ ରହିଛି। ଗୁସ୍ମାଓ କହିଛନ୍ତି, ଆମ ପାଇଁ ଏହା ଏକ ନୂତନ ପ୍ରାରମ୍ଭିକ ବ୍ୟାପାର, ନିବେଶ, ଶିକ୍ଷା ଓ ଡିଜିଟାଲ ଅର୍ଥ ବ୍ୟବସ୍ଥାରେ ଅପାର ଅବସର ନେଇ ଆସିଛି। ଆମେ ଶିକ୍ଷଣୀୟ, ନୂତନତ୍ବ, ଓ ସୁଶାସନ ପାଇଁ ପ୍ରସ୍ତୁତ ରହିଛ। ସେ ଏହା ମଧ୍ୟ କହିଛନ୍ତି ଯେ, ଏହା କୌଣସି ଯାତ୍ରାର ଅନ୍ତ ନୁହେଁ, ଏହା ଏକ ପ୍ରେରଣାଦାୟକ ନୂଆ ଅଧ୍ୟାୟର ଆରମ୍ଭ।
ଦକ୍ଷିଣ ପୂର୍ବ ଏସୀୟ ଦେଶର ଏହି ସଂଗଠନରେ ବ୍ରାଜିଲ ମଧ୍ୟ ସାମିଲ ହେବାକୁ ଚାହୁଁଛି। ଜିଲ୍ର ରାଷ୍ଟ୍ରପତି ଲୁଇସ ଇନାସିୟୋ ଲୁଲା ଦା ସିଲଭା କହିଛନ୍ତି ବ୍ରାଜିଲ ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରର ସଂଗଠନ (ଆସିୟାନ୍)ର ପୂର୍ଣ୍ଣ ସଦସ୍ୟ ହେବା ପାଇଁ କାମ କରୁଛି। ପ୍ରଧାନମନ୍ତ୍ରୀ ମୋଦି ୨୨ ତମ ଏସିଆନ୍-ଭାରତ ଶିଖର ସମ୍ମିଳନୀରେ ଭର୍ଚୁଆଲ ମାଧ୍ୟମରେ ଅଂଶ ହେବାର ନିଷ୍ପତ୍ତି ଦ୍ବାରା ତାଙ୍କର ମାଲେସିଆ ଯାତ୍ରା ତଥା ସେଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ସହ ସାକ୍ଷାତର ସମ୍ଭାବନାକୁ ନେଇ ଚାଲିଥିବା ଅଟକଳ ଉପରେ ବିରାମ ଲଗାଯାଇଛି। ଦକ୍ଷିଣପୂର୍ବ ଏସିଆ ଦେଶର ସଂଗଠନ(ଆସିୟାନ୍) ଭାରତ ଶିଖର ସମ୍ମିଳନୀ ୨୬ ରୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ କୁଆଲାଲମ୍ପୁରରେ ହେଉଛି।