ପୁରୀ,୧୬/୧୨: ନିଶା ମାଫିଆଙ୍କ ଉପରେ ପୁରୀ ପ୍ରଶାସନର ଆକ୍ସନ। ନିଶା ମାଫିଆଙ୍କ ଘରେ ବୁଲିଲା ବୁଲଡୋଜର। ପୁରୀ ସହରର ବ୍ରାଉନ୍ସୁଗର ମାଫିଆ ଟିକି ଖାଁଙ୍କ ସଦର ଥାନା ଅଧୀନ ଭାରତୀପୁର ମୌଜାର ହୁଳୁହୁଳିଆ ବ୍ରିଜ୍ ନିକଟରେ ଥିବା ଘରକୁ ଉଚ୍ଛେଦ କରିଛି ପୁଲିସ। ସରକାରୀ ଜମି ଉପରେ ଘର କରିଥିଲା ଟିକି ଖାଁ। ସୁରକ୍ଷା ଦୃଷ୍ଟିରୁ ଉଚ୍ଛେଦ ସ୍ଥଳରେ ପୁଲିସ ବାହିନୀ ମୁତୟନ କରାଯାଇଛି।
ବ୍ରାଉନସୁଗର ମାଫିଆ ବୋଲି ପରିଚିତ ଶାଶୂ ଓ ଜ୍ୱାଇଁ ସରକାରୀ ଜମିକୁ ଜବରଦଖଲ କରି ଏଠାରୁ ସହର ସମେତ ଜିଲ୍ଲାକୁ ନିଶା ଚାଲାଣ କରୁଥିଲେ । ଗତ ୪ ତାରିଖ ରେ ଶାଶୁ ସୁକାନ୍ତି ପଣ୍ଡାଙ୍କ ନୀଳଚକ୍ରନଗରର ସରକାରୀ ଜମିରେ ଥିବା ୨ଟି ଘରକୁ ଉଚ୍ଛେଦ କରାଯାଇଥିଲା।
ସୂଚନା ଅନୁଯାୟୀ, ବ୍ରାଉନସୁଗାର ବିକ୍ରି କରି ଜେଲ୍ ଯାଇଥିଲା ଟିକି ଖାଁ । ପୁରୀ ଏସପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ଆକ୍ସନ ନିଆଯାଇଥିବା ବେଳେ ସଦର ଥାନା ଅଧିକାରୀଙ୍କ ସହିତ ଦୁଇ ପ୍ଲାଟୁନ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ଘର ଭଙ୍ଗାଯାଇଥିଲା ।