ଭୁବନେଶ୍ବର,୧୦/୭ : କଟକ ଗହ୍ମାଣ୍ଡିଆ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ସରିଜ୍ ଦୁର୍ଘଟଣା ଘଟାଇଲା ନିଶାସକ୍ତ ଡ୍ରାଇଭର । ଦୁର୍ଘଟଣାରେ ଅନେକ ଆହତ ହୋଇଥିବାବେଳେ ଗାଡ଼ି ବି ଭାଙ୍ଗିଛି । ଲୋକେ ପିଛା କରି ଡ୍ରାଇଭରକୁ କାବୁ କରିଥିଲେ । ଏହାପରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଲୋକେ ଜିମା ଦେଇଥିଲେ । ଦୁର୍ଘଟଣା ଘଟାଇଥିବା କାରଟି ଆନ୍ଧ୍ରପ୍ରଦେଶର ବୋଲି ଜଣାପଡ଼ିଛି ।