ନୂଆଦିଲ୍ଲୀ: ଦାବି ହେଲା, ଟିମରେ ସୁଯୋଗ ମିଳିଲା । ଆଇପିଏଲରେ ହିରୋ ସାଜିଥିବା ବୈଭବଙ୍କୁ ଟିମ୍ ଇଣ୍ଡିଆରେ ମିଳିଲା ସ୍ଥାନ । ଇଂଲଣ୍ଡ ବିପକ୍ଷରେ ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ଡେବ୍ୟୁ କଲେ । ହେଲେ ତାଙ୍କଠାରୁ ଯେଉଁ ଆଶା କରାଯାଇଥିଲା ତାହା ଏଯାବତ ମିଳିନାହିଁ । ଆଇପିଏଲରେ ୭୨ ଛକା ମାରିବା ସହ ଅରେଞ୍ଜ କ୍ୟାପ୍ ବିଜେତା ହୋଇଥିବା ଏହି ୧୫ ବର୍ଷୀୟ ଖେଳି କିନ୍ତୁ ଅନ୍ତର୍ଜାତୀୟ ଡେବ୍ୟୁରେ କମାଲ କରିପାରିନାହାନ୍ତି । ତିନୋଟି ମ୍ୟାଚ ଖେଳିଲେଣି ତଥାପି ସେ ବଡ଼ ପାଳି ଖେଳିବାରେ ବିଫଳ ହୋଇଛନ୍ତି । ବିଦେଶ ମାଟିରେ ବିଫଳ ହୋଇଥିବାବେଳେ ସମାଲୋଚନାର ଶିକାର ହୋଇଛନ୍ତି । ତେବେ ଆପଣ ଜାଣନ୍ତି କି, ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ବିରାଟ ଡେବ୍ୟୁ ସମୟରେ କେମିତି ରହିଥିଲା ପ୍ରଦର୍ଶନ ? ଆସନ୍ତୁ ନଜର ପକାଇବା...

କେମିତି ଥିଲା ବିରାଟଙ୍କ ପ୍ରଦର୍ଶନ ?

ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ୨୦୦୮ ମସିହାରେ ଡେବ୍ୟୁ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ମ୍ୟାଚ ଖେଳିଥିଲେ । ଯେଉଁଥିରେ ସେ ମାତ୍ର ୧୨ ରନ୍ କରିଥିଲେ । ଏହାସହ ଦ୍ବିତୀୟ ମ୍ୟାଚରେ ୩୭ ଏବଂ ତୃତୀୟ ମ୍ୟାଚରେ ୨୫ ରନ କରିବାରେ ସକ୍ଷମ ହୋଇଥିଲେ । ଯଦିଓ ସେ ପ୍ରଥମ ତିନୋଟି ମ୍ୟାଚରେ ବଡ଼ ପାଳି ଖେଳିବାରେ ବିଫଳ ହୋଇଥିଲେ ତଥାପି ସେ ଏବେ ୮୫ ଶତକ ମାରିଛନ୍ତି । ଏହାସହ ବିଶ୍ବର ନମ୍ବର ଓ୍ବାନ୍ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ।

କେମିତି ଥିଲା ରୋହିତଙ୍କ ପ୍ରଦର୍ଶନ ?

ରୋହିତ ଶର୍ମା ନିଜର ଡେବ୍ୟୁରେ ମାତ୍ର ୮ ରନ୍ କରିଥିଲେ । ମାତ୍ର ଡର୍ବାନରେ ଖେଳାଯାଇଥିବା ଟି-୨୦ରେ ଅପରାଜିତ ୫୦ ରନ କରିଥିଲେ । ଏହାପରେ ୮ ରନ୍ କରିଥିଲେ । ଯଦିଓ ରୋହିତଙ୍କ କ୍ୟାରିୟର ଆରମ୍ଭ ଭଲ ଥିଲା ତଥାପି୨୦୧୩ ପରେ ଅଧିକ ଭଲ ପ୍ରଦର୍ଶନ କରିଥିଲେ । ଯେବେଠୁ ସେ ଓପନର ଭାବେ ଖେଳିଲେ ନିଜ କ୍ୟାରିୟରରେ ଅଧିକ ଉନ୍ନତି କଲେ । ବିଶ୍ବର ଜଣାଶୁଣା ଖେଳାଳିଙ୍କ ମଧ୍ୟରେ ଆସିଥାଏ ରୋହିତଙ୍କ ନାମ ।

ସେପଟେ ବୈଭବ ଟିମ୍ ଇଣ୍ଡିଆରେ ଡେବ୍ୟୁ କରିଛନ୍ତି । ପ୍ରାରମ୍ଭିକ ୩ ମ୍ୟାଚରେ ଯଦିଓ ବିଫଳ ହୋଇଛନ୍ତି କିନ୍ତୁ ତାଙ୍କ ପ୍ରତିଭା ସାରା ବିଶ୍ବ ଦେଖିଛି । ଆଇପିଏଲରେ ଯେଭଳି ଭାବେ କମାଲ କରିଥିଲେ ତାହା କାହାକୁ ମଧ୍ୟ ଅଜଣା ନାହିଁ । ଯଦିଓ ସେ ପ୍ରଥମ ତିନି ମ୍ୟାଚରେ ବିଫଳ ହୋଇଛନ୍ତି ତାଙ୍କୁ ଟ୍ରୋଲ ନକରି ଉତ୍ସାହିତ କରିବା ଜରୁରୀ । ସେ କମ ବୟସରେ ହୋଇଥିବାବେଳେ ଯଥା ସମ୍ଭବ ସୁଯୋଗ ଦେଲେ ପରବର୍ତ୍ତୀ ମ୍ୟାଚ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବେ ଏବଂ ଦଳକୁ ଜିତାଇବେ ।

ଏହାସହ ପଢ଼ନ୍ତୁ : ବିସିସିଆଇ ବଡ଼ ଘୋଷଣା: ନେପାଳ ବିପକ୍ଷ ଟି-୨୦ ସିରିଜ ପାଇଁ ଜାରି ହେଲା ସେଡ୍ୟୁଲ