ଖଜୁରୀପଡ଼ା ୨୪/୧୧: ସମାଜରେ ଉତ୍ତମ ଶିକ୍ଷା, ସଂସ୍କାର, ଜ୍ଞାନ, ଆଚରଣ, ଉତ୍ତମ ବ୍ୟବହାର ସହିତ ଦିଗ୍ ଦର୍ଶନ ଦେବାରେ ଶିକ୍ଷକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କିଛି କୁଅଭ୍ୟାସି ଶିକ୍ଷକ ମାନଙ୍କ କାର୍ଯ୍ୟକଳାପ ଯୋଗୁଁ ଶିକ୍ଷକ ସମାଜ ବେଳେ ବେଳେ ଅପମାନିତ ହେଉଛି । ସୋମବାର ଦିନ ଠିକ୍ ଏମିତି ଏକ ଘଟଣା ଖଜୁରୀପଡ଼ା ଥାନା ଅଂଚଳରେ ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୂତି ମେଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଅଧ୍ୟକ୍ଷ ଅନିଲ କୁମାର ସ୍ବାଇଁ ସୋମବାର ସନ୍ଧ୍ୟା ବେଳେ ଅତ୍ୟଧିକ ମଦ୍ୟପାନ କରି ବେପରୁଆ ଭାବେ ଗାଡ଼ି ଚଳାଉଥିବା ବେଳେ ତାଙ୍କୁ ଖଜୁରୀପଡ଼ା ପୋଲିସ ଅଟକାଇ ତନଖି ନେଇଥିଲା । ସେ ମଦ୍ୟ ପାନ କରି ବେଆଇନ୍ ଭାବେ ବେପରୁଆ ଗାଡ଼ି ଚଳାଉଥିବାରୁ ତାଙ୍କ ନାମରେ ଥାନାରେ ୨୬୭/୨୫ ମାମଲା ରୁଜୁ କରାଯାଇ ଥିବା ଏସ.ଆଇ ଦୀନବନ୍ଧୁ ପ୍ରଧାନ ସୂଚନା ଦେଇଛନ୍ତି ।