ପ୍ରମୂଖ ଖବର
  • ରାୟଗଡ଼ା: ଏଏନଏମଙ୍କ ଘରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ମହିଳା ଗିରଫ
  • ||
  • ଗଞ୍ଜାମ : ଅଟୋ-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର
  • ||
  • ସୁବର୍ଣ୍ଣପୁର: ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଜମିରେ ଖୋଳା ହେଉନି ବୋରୱେଲ୍‌, ଉଠା ଜଳସେଚନ କାର୍ଯ୍ୟାଳୟ ବାରଣ୍ଡାରେ ଚାଷୀଙ୍କ ଧାରଣା
  • ||
  • କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ
  • ||
  • ବିଧାନସଭାରେ ହାଇଡ୍ରାମା: ଗେଟ୍‌ ଭାଙ୍ଗି ଭିତରକୁ ପଶିଲେ ବିରୋଧୀ, ପୋଲିସ-କଂଗ୍ରେସ କର୍ମୀ ଧସ୍ତାଧସ୍ତି
  • ||
  • ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ୍‌ ହରିଶ୍‌ ଟଣ୍ଡନ, ଶପଥ ପାଠ କରାଇଲେ ରାଜ୍ୟପାଳ
  • ||
  • ନୟାଗଡ : ଧାନଚେଙ୍ଗଡ଼ା ଡବଲ ମର୍ଡର ଘଟଣା, ଅଭିଯୁକ୍ତ ବାପାକୁ ଧରି ସିନ୍‌ ରିକ୍ରିଏସନ୍‌ କରୁଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ବର୍ଷା ହେଲେ ବଡ଼ଦାଣ୍ଡରେ ଭାସୁଛି ପଙ୍କ: ନଳା ପାଣି ମାଡ଼ି ଶ୍ରୀମନ୍ଦିର ଗଲେ ଭକ୍ତ, ସଫା ହେଲା ପରିକ୍ରମା ମାର୍ଗ ଭୂତଳ ନଳା
  • ||
  • କଟକ : ସରିଗଲା ଶିକ୍ଷା ବର୍ଷ: ମିଳିଲାନି ବହି, ବିନା ବହିରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ
  • ||

ପବ୍ଲିକ୍‌ ରୋଡ୍‌ରେ ପରିସ୍ରା କରିବା ପଡ଼ିଲା ମହଙ୍ଗା , ଜଣେ ବ୍ୟକ୍ତିଙ୍କୁ ପୁଲିସ କଲା ଗିରଫ

Published By : Prameya | March 9, 2025 7:48 PM

ପୁଣେ – ପୁଣେ ସିଟି ପୁଲିସ ରବିବାର ଏକ ଲଗଜୁରୀ କାରର ଡ୍ରାଇଭର ଗୌରବ ଆହୁଜାଙ୍କୁ କରିଛି ଗିରଫ। ଅଭିଯୋଗ ଆଧାରରେ, ସେ ୟେରୱଡା ଜଙ୍କସନରେ ସର୍ବସାଧାରଣ ସ୍ଥାନରେ ଦୁର୍ବ୍ୟବହାର କାମରେ ସାମିଲ ଥିଲେ। ଅଧିକାରୀଙ୍କ କହିବାନୁସାରେ, ଆହୁଜା , ଯିଏକି ଫେରାର ଥିଲେ ,ତାଙ୍କୁ ସତାରା ଜିଲ୍ଲାର କରାଡରୁ ଗିରଫ କରାଯାଇଛି।  

ପୁଲିସ ଅନୁସାରେ , ଆହୁଜା ମଦ୍ୟ ପାନ ନିଶାରେ ଶନିବାର ସକାଳେ ୟେରୱଦା ଜକ୍ସନରେ ନିଜର ବିଏମଡବ୍ଲ୍ୟୁ ରୋକି ଥିଲେ ଏବଂ ସମସ୍ତଙ୍କ ସାମନାରେ ପରିସ୍ରା କରି ଥିଲେ। ଜଣେ ପଥଚାରୀ ଏହି ହରକତକୁ ମୋବାଇଲ ଫୋନରେ ରେକର୍ଡ କରି ନେଇଥିଲେ ଏବଂ ଖୁବ୍ ଶୀଘ୍ର ଏହି ଭିଡ଼ିଓ ଭାଇରାଲ ହୋଇ ଯାଇଥିଲା। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବିରକ୍ତି ଭାବ ବ୍ୟାପି ଯାଇଥିଲା। ପୁଲିସ ଡେପୁଟୀ କମିଶନର (ଡିସିପି) ହିମ୍ମକ ଯାଦବ କହିଛନ୍ତି , ଅଭିଯୁକ୍ତ କେବଳ ପବ୍ଲିକ୍‌ ପ୍ଲେସରେ ପରିସ୍ରା କରି ନାହିଁ , ସେ ଜଣେ ପଥଚାରୀଙ୍କ ଦ୍ୱାରା ବିରୋଧ କରାଯିବା ନେଇ ଅନୁଚିତ ବ୍ୟବହାର ମଧ୍ୟ କରିଛି। 

ଭିଡ଼ିଓକୁ ଧ୍ୟାନକୁ ନେଇ , ୟେରୱଡା ପୁଲିସ ମହାରାଷ୍ଟ୍ର ପୁଲିସ ଆକ୍ଟ ଓ ମୋଟର ଭାଇକଲ ଆକ୍ଟର ପ୍ରାସଙ୍ଗିତ ପ୍ରାବଧାନ ସହ ବିଏନଏସ ଧାରା ୨୭୦,୨୮୧ ଓ ୨୮୫ ଅନୁସାରେ ମାମାଲା ରୁଜୁ କରିଛି। 

ଡିସିପି ଯାଦବ କହିଛନ୍ତି , ଆମେ ଜଣେ ଅଭିଯୁକ୍ତକୁ ଗିରଫ କରି ସାରିଛୁ ଏବଂ ଦ୍ୱିତୀୟ ଜଣକୁ ତଲାସ କରୁଛୁ ,ଯିଏକି ବର୍ତ୍ତମାନ ଫେରାର ଅଛି । ଆଗାମୀ ଯାଞ୍ଚ ଜାରି ରହିଛି। ଏହି ମଧ୍ୟରେ , ବରିଷ୍ଠ ନିରୀକ୍ଷକ ରବିନ୍ଦ୍ର ଶେଲକେ ସ୍ପଷ୍ଟ କରିଛନ୍ତି କି ଆହୁଜାକୁ ଆଜି ପରେ କୋର୍ଟରେ ହାଜର କରାଯିବ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.