ମୁମ୍ବାଇ,୦୩/୦୨; ମହାରାଷ୍ଟ୍ର ଦିବଗଂତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତକୁ ୭ ଦିନ ବିତିଛି । ତାଙ୍କ ବିମାନ ଦୁର୍ଘଟଣାକୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କିପରି ଦୁର୍ଘଟଣା ହେଲା ? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ । ମହାରାଷ୍ଟ୍ର ରାଜନୀତିର ଦିଗ୍ଗଜ ନେତା ଅଜିତ ପାୱାରଙ୍କ ଦୁଃଖଦ ନିଧନ ପରେ, ତାଙ୍କର ଜଣେ ନିକଟତର ସହଯୋଗୀ ତଥା ବ୍ୟକ୍ତିଗତ ଡ୍ରାଇଭର ଶ୍ୟାମରାଓ ମଣୱେ ସେହି ରାତିର ଅକୁହା କାହାଣୀ ବିଷୟରେ କରିଛନ୍ତି । ମଣୱେଙ୍କ ଖୁଲାସାରୁ ଜଣାପଡ଼ିଛି ଯେ, କିପରି ଗୋଟିଏ ରାତି ପୂର୍ବରୁ ଅଜିତ ପାୱାରଙ୍କ ଯାତ୍ରା ଯୋଜନା ବଦଳି ଯାଇଥିଲା ।
ଶ୍ୟାମରାଓ ମଣୱେ କୁହନ୍ତି ଯେ, "ମୁଁ ୨୦୦୯ରୁ ଦାଦା ଅଜିତ ପାୱାରଙ୍କ ସହ ଅଛି । ପ୍ରଥମେ ମୁଁ ସରକାରୀ ସେବାରେ ଥିଲି ଏବଂ ୨୦୧୩ ରେ ଅବସର ନେବା ପରେ ଗତ ୧୨ ବର୍ଷ ହେବ ତାଙ୍କ ପାଖରେ ବ୍ୟକ୍ତିଗତ ଭାବେ କାମ କରୁଛି । ଦାଦା ସମୟର ବହୁତ ପକ୍କା ଥିଲେ ଏବଂ ସଫାସୁତୁରା ପ୍ରତି ବହୁତ ଧ୍ୟାନ ଦେଉଥିଲେ । ଯଦି ସେ କହୁଥିଲେ ଯେ, ସକାଳ ୬ଟାରେ ପ୍ରସ୍ତୁତ ରହିବା ପାଇଁ, ତେବେ ଆମେ ସମସ୍ତେ ୫:୩୦ରୁ ପ୍ରସ୍ତୁତ ହୋଇଯାଉଥିଲୁ । ସେ ଦିନ ଗାଡ଼ିରେ ଯିବୁ ବୋଲି ୯୯% ନିଶ୍ଚିତ ଥିଲା । ତେବେ ଗତକାଲି ରାତିରେ କ'ଣ ଘଟିଥିଲା ? ଅଜିତ ପାୱାରଙ୍କ ଡ୍ରାଇଭର ଏକ ବଡ଼ ଖୁଲାସା କରିଛନ୍ତି । ଅଜିତ ପାୱାରଙ୍କ ଡ୍ରାଇଭର ଶ୍ୟାମରାଓ ଦୁର୍ଘଟଣାର ପୂର୍ବ ରାତିରେ କ’ଣ ଘଟିଥିଲା ତାହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଅଜିତ ପାୱାର ପ୍ରଥମେ କାର ଯୋଗେ ବାରାମତୀ ଯିବାକୁ ଯୋଜନା କରିଥିଲେ । "
'ବୈଠକ ବିଳମ୍ବିତ ହୋଇଥିଲା'- ୨୭ ତାରିଖର ସେହି ରାତି ବିଷୟରେ ଶ୍ୟାମରାଓ କହିଛନ୍ତି, "ମଙ୍ଗଳବାର କ୍ୟାବିନେଟ ବୈଠକ ଶେଷ ହେବା ପରେ, ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ସଡ଼କ ପଥରେ ପୁଣେ ଯିବୁ ଏବଂ ତା'ପରେ ବାରାମତୀ ଯିବୁ । ବାରାମତୀରେ ସକାଳ ୧୦ଟାରେ ବୈଠକ ସ୍ଥିର ହୋଇଥିଲା । ଆମର ପୁଅ ଶଙ୍କର ମଧ୍ୟ ଗାଡ଼ିରେ ବ୍ୟାଗ ରଖିଥିଲେ । ଆମେ କେବଳ ଗାଡ଼ିରେ ଯିବୁ ବୋଲି ୯୯% ନିଶ୍ଚିତ ଥିଲା । ବୈଠକ ବିଳମ୍ବ ହୋଇଥିଲା । ତେଣୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଗଲା ଏବଂ ଆମେ ସକାଳେ ବିମାନରେ ସିଧା ବାରାମତୀ ଯିବୁ । ଦାଦା ମୋତେ କହିଲେ ଯେ, ତୁମେ କାଲି ଗାଡ଼ିରେ ପୁଣେ ଆସିବ ଏବଂ ମୁଁ ବାରାମତୀରୁ ପୁଣେ ଆସିବି। "
ଏହା ବି ପଢନ୍ତୁ...ଗଡ଼ବଡ଼ ଅଛି... ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାକୁ ନେଇ କାହାକୁ ଟାର୍ଗେଟ କଲେ ସଞ୍ଜୟ ରାୱତ
'ଦାଦା ସମସ୍ତଙ୍କୁ ସାହାଯ୍ୟ କରୁଥିଲେ'- ଅଜିତ ପାୱାରଙ୍କ ସହାୟତା କରିବା ସ୍ୱଭାବ ବିଷୟରେ ସେ କହିଥିଲେ, "ସେ ଜଣେ ସାଧାରଣ ଲୋକ ହୁଅନ୍ତୁ କିମ୍ବା ଛୋଟ କି ବଡ଼, ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ । କରୋନା ସମୟରେ ମଧ୍ୟ, ସେ ନିଜେ ତାଙ୍କ ବଙ୍ଗଳାକୁ ଆସୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଚା' ଏବଂ ଜଳଖିଆ ମାଗାଉଥିଲେ। "