PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚଭୂତରେ ଲୀନ ହେଲେ ରାଇମୋହନ , ମୁଖାଗ୍ନି ହେଲେ ସାନଝିଅ ଉଦିତା ପରିଡ଼ା , ପୁରୀ ସ୍ୱର୍ଗଦ୍ୱାରରେ ରାଇଙ୍କ ଶେତକୃତ୍ୟ ସଂପନ୍ନ
  • ||
  • ଭୁବନେଶ୍ୱର: ବାଣୀବିହାରରେ ପୁଣି ଆତଙ୍କ। ବୁଲିଲା ଖଣ୍ଡା , ଭୁଜାଲି। ଛିନ୍ ଛତ୍ର ହୋଇ ଦୌଡ଼ିଲେ ଛାତ୍ର ଛାତ୍ରୀ। କ୍ୟାମ୍ପସ ବାହାର କିଛି ଅଣଛାତ୍ର ଆସି ଛାତ୍ର ଙ୍କୁ ଆକ୍ରମଣ କରିଥିବା ସୂଚନା।
  • ||
  • ମୃତ୍ଯୁ ପରେ ଚକ୍ଷୁଦାନ କଲେ ରାଇମୋହନ, କ୍ୟାପିଟାଲ ହସ୍ପିଟାଲରେ କରାଗଲା ତାଙ୍କର ଚକ୍ଷୁଦାନ , କ୍ଯାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ ସୂଚନା
  • ||
  • ଭୁବନେଶ୍ଵର : ଅଭିନେତା ରାଇମୋହନ ପରିଡ଼ାଙ୍କ ପରଲୋକ, ନିଜ ଘରେ ଆତ୍ମହତ୍ୟା କରିଥିବା ସୂଚନା
  • ||
  • ଭୁବନେଶ୍ୱର: ମାସ ଶେଷରେ ଲଘୁଚାପ, ପ୍ରଥମ ସପ୍ତାହରେ ବର୍ଷିବ: ଆଜିଠୁ ୬ ଦିନ ଯାଏଁ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ପୁରୀ: ଅଣସର ପିଣ୍ଡିରେ ଚକା ବିଜେ ହେଲେ ଶ୍ରୀବିଗ୍ରହ, ଆଜି ଖଳି ଲାଗି ପରେ ମୋଦକ ସମର୍ପଣ ନୀତି
  • ||
  • ଭୁବନେଶ୍ୱର: ଆଜି ଭୁବନେଶ୍ୱର କୋର୍ଟ ବନ୍ଦ, ଆନ୍ଦୋଳନକୁ ଓହ୍ଲାଇବେ ଆଇନଜୀବୀ
  • ||
  • ଜଳେଶ୍ୱର: ଭିଜିଲାନ୍ସ ଜାଲରେ ଆଣ୍ଟିଂ ସ୍ମଗଲିଂ ଗାର୍ଡ, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ଜୁନାଗଡ଼: ସାଥିରେ ନେଲେନି ବୋଲି… ଦୁଇ ବନ୍ଧୁଙ୍କୁ ଏସିଡ୍‌ ମାଡ଼ କଲା ମଦ୍ୟପ ଯୁବକ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆପଡ଼ା: ପୁଅକୁ ଟାଙ୍ଗିଆରେ ହତ୍ୟା କରି ଆତ୍ମହତ୍ୟା କଲା ବାପା
  • ||

ଦୂତିଙ୍କୁ ଦ୍ୱିତୀୟ ସ୍ୱର୍ଣ୍ଣ, ପୂର୍ଣ୍ଣିମାଙ୍କୁ ରୌପ୍ୟ

କଟକ,୧୮ା୩(ବ୍ୟୁରୋ): ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ୍‌ କପ୍‌ ଜାତୀୟ ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ ଶେଷ ହୋଇଛି । ଏଥର ଓଡ଼ିଶା ମୋଟ୍‌ ୪ଟି ପଦକରେ ସନ୍ତୁଷ୍ଟ ହୋଇଛି । ଆଜି ଅନ୍ତିମ ଦିନରେ ଦୂତି ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍‌ ଦୁଇଟି ପଦକ ଜିତିଛନ୍ତି । ମହିଳା ୧୦୦ମିଟରରେ ଦୂତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୧୧.୪୫ ସେକେଣ୍ଡରେ ଅତିକ୍ରମ କରିଥିଲେ । ଉକ୍ତ ଇଭେଣ୍ଟରେ ତାମିଲନାଡୁର ଅର୍ଚ୍ଚନା ୧୧.୭୨ ସେକେଣ୍ଡ ସହ ରୌପ୍ୟ ଓ କେରଳର କେ.ରାଙ୍ଗା ୧୧.୭୫ ସେକେଣ୍ଡ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି ।
ହେପ୍‌ଟାଥଲନରେ ରୌପ୍ୟ ପଦକ ପାଇଛନ୍ତି ପୂର୍ଣ୍ଣିମା ହେମ୍ବ୍ରମ୍‌ । ସେ ମୋଟ୍‌ ୫୫୯୭ ପଏଣ୍ଟ ପାଇଥିଲେ । ପଶ୍ଚିମବଙ୍ଗର ସ୍ୱପ୍ନା ବର୍ମନ ସର୍ବାଧିକ ୫୯୦୧ ପଏଣ୍ଟ ସହ ସ୍ୱର୍ଣ୍ଣ ଏବଂ ତାମିଲନାଡୁର ଏମ୍‌.ସୌମ୍ୟା ୫୨୯୨ ପଏଣ୍ଟ ପାଇ ବ୍ରୋଞ୍ଜ ପଦକ ପାଇଥିଲେ । ୧୧୦ ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ ସପ୍ତମ ସ୍ଥାନରେ ରହି ପ୍ରତିଯୋଗିତା ଶେଷ କରିଛନ୍ତି । ପ୍ରଜ୍ଞା ନିର୍ଦ୍ଧାରିତ ଦୂରତାକୁ ୧୪.୭୩ ସେକେଣ୍ଡ ନେଇଥିଲେ । ତାମିଲନାଡୁର ଏସ୍‌. ପୁଷ୍ପାଞ୍ଜଳି ୧୧.୮୮ ସେକେଣ୍ଡ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ କେରଳର ଏଲିଜାବେଥ ଆଣ୍ଟୋନୀ (୧୩.୯୬ ସେକେଣ୍ଡ) ଦ୍ୱିତୀୟ ଏବଂ ଆର.ନିଥ୍ୟା (୧୪.୦୨) ତୃତୀୟ ସ୍ଥାନରେ ରହିଥିଲେ ।

ହିମାଙ୍କୁ ସ୍ୱର୍ଣ୍ଣ, ଅବିନାଶଙ୍କ ଜାତୀୟ ରେକର୍ଡ
ଫେଡେରେସନ୍‌ କପ୍‌ର ପୁରୁଷ ୩୦୦୦ ମିଟର ଷ୍ଟିପଲ ଚେଜରେ ଅବିନାଶ ସାବଲେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ମହିଳା ୪୦୦ ମିଟରରେ ହିମା ଦାସ ଓ ପୁରୁଷ ୧୦୦ ମିଟରରେ ଗୁରିନ୍ଦରବୀର ସିଂ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।
୧୦୦ ମିଟର (ପୁରୁଷ): ପଞ୍ଜାବର ଗୁରିନ୍ଦରବୀର ସିଂହ ୧୦.୩୫ ସେକେଣ୍ଡ ସହ ପ୍ରଥମ ସ୍ଥାନ ହାସଲ କରିଥିଲେ । ଦ୍ୱିତୀୟ ସ୍ଥାନରେ ରହିଥିଲେ ହର୍ଜିତ ସିଂ (୧୦.୪୮ ସେକେଣ୍ଡ) ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ ତାମିଲନାଡୁର ଶିବ କୁମାର (୧୦.୫୦ ସେକେଣ୍ଡ) ।
୪୦୦ ମିଟର (ମହିଳା): ହିମା ଦାସ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ନିର୍ଦ୍ଧାରିତ ଦୂରତାକୁ ୫୨.୮୮ ସେକେଣ୍ଡରେ ଅତିକ୍ରମ କରିଥିଲେ । ଏହି ଇଭେଣ୍ଟରେ ଜାତୀୟ ରେକର୍ଡ ହିମା (୫୦.୭୯ ସେକେଣ୍ଡ)ଙ୍କ ନାମରେ ରହିଛି । ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି ଏମ୍‌ଆର ପୁଭାମ୍ମା (୫୩.୧୫ ସେକେଣ୍ଡ) ଏବଂ ବ୍ରୋଞ୍ଜ ପଦକ ପାଇଛନ୍ତି ଗୁଜରାଟର ସରିତାବେନ (୫୩.୨୮ ସେକେଣ୍ଡ) ।
୩୦୦୦ ମିଟର ଷ୍ଟିପଲ ଚେଜ (ପୁରୁଷ): ମହାରାଷ୍ଟ୍ରର ଅବିନାଶ ସାବ୍‌ଲେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ସେ ୮.୨୮.୯୪ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ । ପୂର୍ବ ରେକର୍ଡ ମଧ୍ୟ ତାଙ୍କ ନାମରେ ଥିଲା । ଅବିନାଶ ଗତ ବର୍ଷ ଭୁବନେଶ୍ୱରରେ (୮.୨୯.୮୦ ସେକେଣ୍ଡ) ଜାତୀୟ ରେକର୍ଡ ପ୍ରତିଷ୍ଠା କରିଥିଲେ । ରାଜସ୍ଥାନର ଶଙ୍କର ଲାଲ ସ୍ୱାମୀ (୮.୩୪.୬୬ ସେକେଣ୍ଡ) ରୌପ୍ୟ ଏବଂ ଉତ୍ତରଖଣ୍ଡର ଦୁର୍ଗା ବାହାଦୂର (୮.୪୬.୦୯) ବ୍ରୋଞ୍ଜ ପଦକ ଜିତିଛନ୍ତି ।
୩୦୦୦ ମିଟର ଷ୍ଟିପଲ ଚେଜ (ମହିଳା): ଉତ୍ତର ପ୍ରଦେଶର ପାରୁଲ ଚକ୍ରବର୍ତ୍ତୀ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୧୦.୧୦.୩୧ ସେକେଣ୍ଡ ନେଇ ପ୍ରଥମ ସ୍ଥାନ ହାସଲ କରିଥିଲେ । ଦ୍ୱିତୀୟ ସ୍ଥାନରେ ରହିଥିଲେ ଉତ୍ତର ପ୍ରଦେଶର ଚିନ୍ତା ଯାଦବ (୧୦.୧୨.୧୬ ସେକେଣ୍ଡ) ଏବଂ ହରିଆନାର ପ୍ରୀତି ଲାମ୍ବା (୧୦.୧୨.୫୯) ତୃତୀୟ ସ୍ଥାନ ହାସଲ କରିଥିଲେ ।
ସଟପୁଟ (ମହିଳା): ପଞ୍ଜାବର ନଭଜିତ କୌର ୧୫.୨୮ ମିଟର ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୪.୯୬ ମିଟର ଫିଙ୍ଗି ପଶ୍ଚିମବଙ୍ଗର ଅଭା ଖଟୁଆ ରୌପ୍ୟ ଏବଂ ୧୮.୮୨ ମିଟର ଫିଙ୍ଗି ଆସାମର ତୁନଲାଇ ବ୍ରୋଞ୍ଜ ପଦକ ପାଇଛନ୍ତି ।

ସମ୍ବନ୍ଧିତ ଖବର