ନୂଆଦିଲ୍ଲୀ,୫।୮: ଆଜିର ଦିନ ଅର୍ଥାତ ୫ ଅଗଷ୍ଟ ଆପଣଙ୍କୁ ସବୁ ଦିନ ଭଳି ସମାନ ଲାଗୁଥାଇ ପାରେ। ହେଲେ ବୈଜ୍ଞାନିକଙ୍କ ପାଇଁ ଏହି ଦିନ ପୃଥିବୀ ଇତିହାସ ରଚିଛି। ଆଜି ପୃଥିବୀ ନିଜ କକ୍ଷପଥରେ ପରିକ୍ରମା କରିବାକୁ ୧.୩୪ ମିଲିସେକେଣ୍ଡ ଶୀଘ୍ର ସମୟ ନେଇଛି। ଅର୍ଥାତ ଏହି ଦିନ ଏପର୍ଯ୍ୟନ୍ତର ସବୁଠାରୁ ଛୋଟ ଦିନ ଭାବରେ ପରିଗଣିତ ହୋଇପାରେ। ତେବେ ଏହା ଏତେ ଛୋଟ ଯେ, ସାଧାରଣ ଲୋକ ଏହାକୁ ଅନୁଭବ କରିପାରିବେନି। ବୈଜ୍ଞାନିକମାନେ ଏହି ପରିବର୍ତ୍ତନକୁ ଖୁବ୍ ଗମ୍ଭୀରତାର ସହ ନେଇଛନ୍ତି। କାରଣ ଏହାର ପ୍ରଭାବ ଜିପିଏସରୁ ନେଇ ସେୟାର ବଜାରର ଟାଇମଷ୍ଟାମ୍ପ ପର୍ଯ୍ୟନ୍ତ ପଡିପାରେ। ସେ ସବୁ ସିଷ୍ଟମ ଯହାକି ଅତ୍ୟନ୍ତ ସଠିକ ଟାଇମିଂରେ କାମ କରୁଛି।

ପୃଥିବୀ ସବୁବେଳେ ଏକ ନିଶ୍ଚିତ ସ୍ପିଡ୍ରେ ବୁଲେନି। ଦିନର ହାରାହାରି ସମୟ ୨୪ ଘଣ୍ଟା (୮୬,୪୦୦ ସେକେଣ୍ଡ) ମନେକରାଯାଏ,କିନ୍ତୁ ଏହାର ସ୍ପିଡ୍ ବହୁ କାରଣରୁ ବଦଳୁଥାଏ। ଏହାର ସବୁଠାରୁ ବଡ଼ କାରଣ ମନେକରାଯାଉଛି ଯେ, ପୃଥିବୀର ଆଭ୍ୟନ୍ତରୀଣ କୋର। ନୂଆ ରିସର୍ଚ୍ଚ ଅନୁସାରେ, ଏହି କୋର ନିଜର ଗତି ଧିମା କରୁଛି ଓ ସନ୍ତୁଳନ ବଜାୟ ରଖିବା ପାଇଁ ବାକି ପୃଥିବୀ ଅର୍ଥାତ ମାଣ୍ଟେଲ ଓ କ୍ରଷ୍ଟର ଗତି ବଢାଉଛି।
ଛୋଟ ଦିନ ଏବେ ସ୍ବାଭାବିକ ହୋଇଛି। ଏଭଳି କହିବା ସମ୍ପୂର୍ଣ୍ଣ ଭାବରେ ଠିକ୍ ହେବନି। ଦୀର୍ଘ ସମୟ ଧରି ଦେଖିବାକୁ ମିଳିଛି ଯେ, ପୃଥିବୀର ଘୁରିବାର ଗତି ଧିରେ ଧିରେ କମ୍ ହେଉଛି। କୋଟି କୋଟି ବର୍ଷ ପୂର୍ବେ ଦିନ କେବଳ ମାତ୍ର ୬ ଘଣ୍ଟାର ଥିଲା। କିନ୍ତୁ ନିକଟରେ କିଛି ଦଶକରେ ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି ଯେ, ପୃଥିବୀ କେବେ କେବେ କିଛି ସମୟ ପାଇଁ ଦୃତ ଗତିରେ ବୁଲିବାରେ ଲାଗିଥାଏ। ଯାହାଫଳରେ ଦିନର ସେକେଣ୍ଡ ଛୋଟ ହୋଇପାରେ। ଉଦାହରଣ ଭାବରେ ଯଦି ଦେଖିବା ତେବେ ୨୦୨୦ ରେ ୨୮ ଦିନ ସବୁଠାରୁ ଛୋଟ ରେକର୍ଡ କରାଯାଇଥିଲା। ଏପର୍ଯ୍ୟନ୍ତ ସବୁଠାରୁ ଛୋଟ ଦିନ ୫ ଜୁଲାଇ ୨୦୨୪ ରେ ଥିଲା, ଯାହାକି ସ୍ବାଭାବିକଠାରୁ ୧.୬୬ ମିଲି ସେକେଣ୍ଡ ଛୋଟ ଥିଲା। ଏହାପରେ ୧୦ ଜୁଲାଇ ୨୦୨୫ ରେ ୧.୩୬ ମିଲିସେକେଣ୍ଡ ଛୋଟ ଥିଲା। ଏବେ ୫ ଅଗଷ୍ଟ ୨୦୨୫ ମଧ୍ୟ ଏହି ସୂଚୀରେ ରହିଛି।