କାଣ୍ଡମାଣ୍ଡୁ,୨୧/୧୨:  ଥରିଲା ନେପାଳ । ୪.୮ ଭୂକମ୍ପ ଝଟକାରେ ଥରି ଉଠିଛି ଦକ୍ଷିଣ ଏସିଆ ଦେଶ ନେପାଳ । ଆଜି (ଶନିବାର) ସକାଳୁ ସକାଳୁ ନେପାଳରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହା ୪.୮ ତୀବ୍ରତା ରେକର୍ଡ ହୋଇଛି ।

ୟୁଏସଜିଏସ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ସମୟ ୩ଟା ୫୯ ଆର୍ଥାତ ଭୋରୁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର ଗଭୀରତା ୧୦ କିଲୋମିଟର ରହିଥିଲା । ଅକ୍ଷାଂଶ ୨୯.୧୭ ରହିଥିବା ବେଳେ ଦ୍ରାଘିମା ୮୧.୫୯ ରହିଥିଲା । ଭୂକମ୍ପ ସମୟରେ ସମସ୍ତେ ଶୋଇଥିଲେ । ଏବେ ସୁଦ୍ଧା ଭୂକମ୍ପର କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକଙ୍କ ମଧ୍ୟ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଅନେକ ସମୟରେ ବିଭିନ୍ନ ଦେଶରେ ଭୂକମ୍ପ ଅନୁଭୂତ ହେଉଛି । କିଛି ଦିନ ତଳେ ଆମେରିକାର କାର୍ଲିଫର୍ଣ୍ଣିଆରେ ୭.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଯଦିଓ କୌଣସି କ୍ଷୟକ୍ଷତି ହୋଇନଥିଲା ମାତ୍ର ସୁନାମୀର ଭୟ ଥିଲା । ସହରକୁ ସୁନାମୀ ଆଲର୍ଟ ଜାରି ହୋଇଥିଲା ।