ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବାଲୁଗାଁ-ପଲାସା ରେଳ ସେକ୍ସନ ପରିଦର୍ଶନ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

Published By : Suraj Kumar | February 4, 2025 5:20 PM

ଭୁବନେଶ୍ୱର, ୪।୫: ବାଲୁଗାଁ-ପଲାସା ରେଳପଥ ସେକ୍ସନକୁ  ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପରିଦର୍ଶନ କରିଛନ୍ତି । ସୁରକ୍ଷା ପଦକ୍ଷେପ, ଟ୍ରାଫିକ ଯାତାୟାତ ସୁବିଧା, ଯାତ୍ରୀ ସୁବିଧା ଏବଂ ଭିତ୍ତିଭୂମି ବିକାଶ କାର୍ଯ୍ୟର ନିରିକ୍ଷଣ କରିଥିଲେ।

ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ପୁଙ୍ଖାନୁପୁଙ୍ଖ  କାର୍ଯ୍ୟ ସମୀକ୍ଷା କରିଥିଲେ। ବିଶେଷକରି ଅମୃତ ଷ୍ଟେସନ ଯୋଜନା ଅଧୀନରେ ଷ୍ଟେସନ ପୁନର୍ବିକାଶ କାର୍ଯ୍ୟ ଉପରେ ଧ୍ୟାନ ଦେଇଥିଲେ। ନିର୍ମାଣ କାର୍ଯ୍ୟ ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ସାମଗ୍ରିକ ଯାତ୍ରୀ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏହି ଅତ୍ୟାବଶ୍ୟକ ଉନ୍ନୟନଗୁଡ଼ିକୁ ସମୟାନୁସାରେ ସମାପ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

 ଶ୍ରୀ ଫୁଙ୍କୱାଲ ରନିଙ୍ଗ ରୁମରେ ପ୍ରଦାନ କରାଯାଇଥିବା ପରିଷ୍କାର ପରିଚ୍ଛନ୍ନତା ଏବଂ ଖାଦ୍ୟ ସେବାର ଗୁଣବତ୍ତା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେଇଥିଲେ। ସୋମପେଟା ଏବଂ ଇଚ୍ଛାପୁରମର ସେତୁ ପରିଦର୍ଶନ କରିଥିଲେ।  ପଲାସା ଷ୍ଟେସନରେ ସେ ରେଳବାଇ କଲୋନି, କର୍ମଚାରୀଙ୍କ ପାଇଁ ରନିଙ୍ଗ ରୁମ୍ ଏବଂ ରୁଟ୍ ରିଲେ ଇଣ୍ଟରଲକିଂ (RRI) କୋଠା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ, ସେ ରନିଙ୍ଗ ରୁମ୍ କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍କୃଷ୍ଟ ରକ୍ଷଣାବେକ୍ଷଣ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ନଗଦ ପୁରସ୍କାର ପ୍ରଦାନ କରିଥିଲେ।

 ସେହିପରି ମହାପ୍ରବନ୍ଧକ ଫୁଙ୍କୱାଲ ପଲାସା ଏବଂ ଇଚ୍ଛାପୁରମରେ ଟ୍ରେନ ପରିଚାଳନାର ସୁରକ୍ଷା ଦିଗଗୁଡ଼ିକ ଯାଞ୍ଚ କରିଥିଲେ। ଯେଉଁଥିରେ ପଲାସା ନିକଟବର୍ତ୍ତୀ ସେତୁ, ଇଚ୍ଛାପୁରମ ୟାର୍ଡରେ ରେଳବାଇ କଲୋନି ଏବଂ ଟିଆରଡି ଡିପୋ ଅନ୍ତର୍ଭୁକ୍ତ। ସେ, ଯାତ୍ରୀ ସୁବିଧା ଏବଂ ବ୍ରହ୍ମପୁର ଷ୍ଟେସନରେ ଚାଲୁରହିଥିବା ବିକାଶମୂଳକ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଥିଲେ।

 ଏହି ନୀରିକ୍ଷଣ ସମୟରେ, ଜନପ୍ରତିନିଧି ଏବଂ ବିଭିନ୍ନ ସଂଗଠନର ସଦସ୍ୟଙ୍କ ସହ ସାକ୍ଷାତ କରି ଅଞ୍ଚଳର ରେଳ ସେବାରେ ଆହୁରି ଉନ୍ନତି ପାଇଁ ସେ ପରାମର୍ଶ ସଂଗ୍ରହ କରିଥିଲେ। ଏହି ଯାଞ୍ଚ ସମୟରେ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏଚ୍.ଏସ୍. ବଜୱା, ପୂର୍ବତଟ ରେ;ଲାପଥ ମୁଖ୍ୟାଳୟ ଏବଂ ଖୋର୍ଦ୍ଧା ରୋଡ ରେଳ ମଣ୍ଡଳର ଅନ୍ୟ ରେଳ ଅଧିକାରୀମାନେ ଉପସ୍ଥିତ ଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.