ନୂଆଦିଲ୍ଲୀ ,୦୪/୧୧: ଉତ୍ତରପ୍ରଦେଶ ସମେତ ୩ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ତାରିଖ ବଦଳିଛି । ଉତ୍ତରପ୍ରଦେଶ, କେରଳ ଓ ପଞ୍ଜାବରେ ହେବାକୁ ଥିବା ଉପନିର୍ବାଚନ ତାରିଖରେ ପରିବର୍ତ୍ତନ କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ୧୩ ନଭେମ୍ବରରେ ହେବାକୁ ଥିବା ଉପନିର୍ବାଚନ ୨୦ ତାରିଖରେ ହେବ । ନଭେମ୍ବର ୨୩ ଓ ୨୫ ତାରିଖରେ ଭୋଟ ଗଣତି ହେବ । ୟୁପି, ପଞ୍ଜାବ ଓ କେରଳରେ ଉତ୍ସବ ଋତୁ ପାଇଁ ତାରିଖ ବଦଳାଇବାକୁ ପଡିଛି ।

ବିଭିନ୍ନ ଉତ୍ସବ ନେଇ ନିର୍ବାଚନରେ ପ୍ରଭାବ ପଡିପାରେ । ଏ ନେଇ ଜାତୀୟ ଓ ଆଞ୍ଚଳିକ ଦଳ ଆଇଏନସି, ବିଜେପି, ବିଏସପି ଓ ଆରଏଲଡି ଭୋଟ ପ୍ରତିଶତ କମି ପାରେ ବୋଲି ଅନୁମାନ କରି ନିର୍ବାଚନ ଆୟୋଗକୁ ତାରିଖ ପରିବର୍ତ୍ତନ କରିବାକୁ ଅପିଲ କରିଥିଲେ । ରାଜ୍ୟସ୍ତରୀୟ ଓ ଜାତୀୟ ଦଳଙ୍କ ଅନୁରୋଧ କ୍ରମେ ନର୍ବାଚନ ଆୟୋଗ ତାରିଖ ବଦଳାଇଛନ୍ତି ।

କେରଳର ଗୋଟିଏ ବିଧାନସଭା ଆସନ, ପଞ୍ଜାବର ୪ଟି ଓ ଉତ୍ତରପ୍ରଦେଶର ୯ଟି ଆସନରେ ୨୦ ତାରିଖରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ହେବ । ଭୋଟ ଗଣତି ତାରିଖରେ କୌଣସି ପରିବର୍ତ୍ତନ ହୋଇନାହିଁ । ନଭେମ୍ବର ୨୩ ଓ ୨୫ ତାରିଖରେ ମତଦାନ ପ୍ରକାଶ ପାଇବ ।