ଭୁବନେଶ୍ୱର, ୬।୨: ହସି ଉଠିବ ପରିବେଶ ପର୍ଯ୍ୟଟନ । ବଦଳିବ ଓଡ଼ିଶାର ପରିବେଶ ପର୍ଯ୍ୟଟନର ରୂପରେଖ । ଓଡ଼ିଶାର ପ୍ରାକୃତିକ ପରିବେଶ ମୋହରେ ଦେଶ ବିଦେଶରୁ ଯେତିକି ପର୍ଯ୍ୟଟକ ଛୁଟି ଆସୁଛନ୍ତି, ତା’ଠୁ ଅଧିକ ଆସିବେ । ରାଜ୍ୟର କୋଣ ଅନୁକୋଣ ବୁଲି ଲୁକ୍କାୟିତ ଶ୍ରେଷ୍ଠ ତଥା ସର୍ବୋତ୍ତମ ପର୍ଯ୍ୟଟନସ୍ଥଳୀର ଉନ୍ମୋଚନ କରିବେ । ତା’ ପାଇଁ ସ୍ୱତନ୍ତ୍ର ଯୋଜନା ସହ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଓଡ଼ିଶା ସରକାର । ସେଥିପାଇଁ ଖୁବ୍ଶୀ ନୂଆ ଓଡ଼ିଶା ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ ନୀତି ଆସୁଛି ବୋଲି ସୂଚନା ମିଳିଛି । ଏପରିକି ଏଥର କେନ୍ଦ୍ରୀୟ ବଜେଟ୍ରେ ବି ପରିବେଶ ପର୍ଯ୍ୟଟନକୁ ଗୁରୁତ୍ୱ ମିଳିଛି । ଓଡ଼ିଶା ସରକାର ସ୍ଥାୟୀ ଇକୋ ଟୁରିଜିମ୍ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଥିଲାବେଳେ ବନ ବିଭାଗ ଦୀର୍ଘକାଳୀନ ‘ଇକୋ ଟୁରିଜିମ୍ ବିକାଶ ଯୋଜନା-୨୦୩୬’ ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ପର୍ଯ୍ୟଟନ ଓ ଯାତ୍ରା ପରିଚାଳନା ସଂସ୍ଥାନ (ଆଇଆଇଟିଟିଏମ୍)କୁ ଦାୟିତ୍ୱ ମିଳିଛି । ଏନେଇ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ-୨୦୨୬ରେ ବନ ବିଭାଗ, ବନ୍ୟପ୍ରାଣୀ ଶାଖା ଏବଂ ଆଇଆଇଟିଟିଏମ୍, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି ।
ଏହା ବି ପଢ଼ନ୍ତୁ... ମ୍ୟୁଜିୟମ ଛକରେ ପ୍ରତି ମୁହୂର୍ତ୍ତରେ ବିପଦ, ପାଦେ ପାଦେ ଦୁର୍ଘଟଣା ଭୟ
ଆଇଆଇଟିଟିଏମ୍ ପରିବେଶ ପର୍ଯ୍ୟଟନ ପଦକ୍ଷେପର ଯୋଜନା, କାର୍ଯ୍ୟକାରିତା, ତଦାରଖ ଏବଂ ସମୟକାଳୀନ ସମୀକ୍ଷା ପାଇଁ ଢାଞ୍ଚା ପ୍ରସ୍ତୁତ କରିବ । ଯେଉଁଥିରେ ସର୍ବୋପରି ସଂରକ୍ଷଣକୁ ପ୍ରାଥମିକତା ମିଳିବ । ଦୀର୍ଘକାଳୀନ ଇକୋ ଟୁରିଜିମ୍ ଯୋଜନା ପାଇଁ ହସି ଉଠିବ ପରିବେଶ ପର୍ଯ୍ୟଟନ । ବଦଳିବ ଓଡ଼ିଶାର ପରିବେଶ ପର୍ଯ୍ୟଟନର ରୂପରେଖ । ଓଡ଼ିଶାର ପ୍ରାକୃତିକ ପରିବେଶ ମୋହରେ ଦେଶ ବିଦେଶରୁ ଯେତିକି ପର୍ଯ୍ୟଟକ ଛୁଟି ଆସୁଛନ୍ତି, ତା’ଠୁ ଅଧିକ ଆସିବେ । ରାଜ୍ୟର କୋଣ ଅନୁକୋଣ ବୁଲି ଲୁକ୍କାୟିତ ଶ୍ରେଷ୍ଠ ତଥା ସର୍ବୋତ୍ତମ ପର୍ଯ୍ୟଟନସ୍ଥଳୀର ଉନ୍ମୋଚନ କରିବେ । ତା’ ପାଇଁ ସ୍ୱତନ୍ତ୍ର ଯୋଜନା ସହ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଓଡ଼ିଶା ସରକାର । ସେଥିପାଇଁ ଖୁବ୍ଶୀଘ୍ର ନୂଆ ଓଡ଼ିଶା ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ ନୀତି ଆସୁଛି ବୋଲି ସୂଚନା ମିଳିଛି । ଏପରିକି ଏଥର କେନ୍ଦ୍ରୀୟ ବଜେଟ୍ରେ ବି ପରିବେଶ ପର୍ଯ୍ୟଟନକୁ ଗୁରୁତ୍ୱ ମିଳିଛି । ଓଡ଼ିଶା ସରକାର ସ୍ଥାୟୀ ଇକୋ ଟୁରିଜିମ୍ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଥିଲାବେଳେ ବନ ବିଭାଗ ଦୀର୍ଘକାଳୀନ ‘ଇକୋ ଟୁରିଜିମ୍ ବିକାଶ ଯୋଜନା-୨୦୩୬’ ପ୍ରସ୍ତୁତ କରୁଛି । ଏଥିପାଇଁ ଭାରତୀୟ ପର୍ଯ୍ୟଟନ ଓ ଯାତ୍ରା ପରିଚାଳନା ସଂସ୍ଥାନ (ଆଇଆଇଟିଟିଏମ୍)କୁ ଦାୟିତ୍ୱ ମିଳିଛି । ଏନେଇ ଷଷ୍ଠ ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ-୨୦୨୬ରେ ବନ ବିଭାଗ, ବନ୍ୟପ୍ରାଣୀ ଶାଖା ଏବଂ ଆଇଆଇଟିଟିଏମ୍, ଭୁବନେଶ୍ୱର ମଧ୍ୟରେ ଏକ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଛି ।
ଆଇଆଇଟିଟିଏମ୍ ପରିବେଶ ପର୍ଯ୍ୟଟନ ପଦକ୍ଷେପର ଯୋଜନା, କାର୍ଯ୍ୟକାରିତା, ତଦାରଖ ଏବଂ ସମୟକାଳୀନ ସମୀକ୍ଷା ପାଇଁ ଢାଞ୍ଚା ପ୍ରସ୍ତୁତ କରିବ । ଯେଉଁଥିରେ ସର୍ବୋପରି ସଂରକ୍ଷଣକୁ ପ୍ରାଥମିକତା ମିଳିବ । ଦୀର୍ଘକାଳୀନ ଇକୋ ଟୁରିଜିମ୍ ଯୋଜନା ପାଇଁ ସୋସାଇଟି ମଧ୍ୟରେ ସମନ୍ୱୟ ରଖିବ । ‘ଭିଜନ୍ ଡକ୍ୟୁମେଣ୍ଟ-୨୦୩୬' ଆଧାରରେ ଏହି ୧୦ ବର୍ଷୀୟ ଯୋଜନା ରାଜ୍ୟରେ ପରିବେଶ ପର୍ଯ୍ୟଟନ ଉତ୍ପାଦର ଯୋଜନା, ବିକାଶ ଏବଂ ବିପଣନ ପାଇଁ ସ୍ଥାୟୀ ଉପାୟର ମାର୍ଗଦର୍ଶନ କରିବ । ଏହା ବ୍ୟତୀତ ଆଇଆଇଟିଟିଏମ୍ ଏବଂ ରାଜ୍ୟ ବନ୍ୟପ୍ରାଣୀ ଶାଖା ଓ ଇକୋ ଟୁରିଜିମ୍ ସୋସାଇଟି ରାଜ୍ୟରେ ପରିବେଶ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ଏକ ୫ ବର୍ଷର ମଧ୍ୟମକାଳୀନ ରଣନୈତିକ ଯୋଜନା ଏବଂ ଏକ ୩ ବର୍ଷର ସ୍ୱଳ୍ପକାଳୀନ ଯୋଜନା ମଧ୍ୟ ପ୍ରସ୍ତୁତ କରିବେ । ଏହା ଉପରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) (ବନ୍ୟପ୍ରାଣୀ) ପ୍ରେମ କୁମାର ଝା କହିଛନ୍ତି, ଏହି କାର୍ଯ୍ୟକ୍ରମରେ ପରିବେଶ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ମୂଲ୍ୟାଙ୍କନ ପାଇଁ କ୍ଷମତା ଅଧ୍ୟୟନ ଏବଂ ମାନକ ମୂଲ୍ୟାଙ୍କନ ମାନଦଣ୍ଡ (ଏସ୍ଏସି) ବିକାଶ ମଧ୍ୟ ଅନ୍ତର୍ଭୁକ୍ତ । ଆଇଆଇଟିଟିଏମ୍, ଇକୋ ଟୁରିଜିମ୍ ସୋସାଇଟି ସହିତ ପରାମର୍ଶ କରି ପରିବେଶ ପର୍ଯ୍ୟଟନ ପରିଚାଳନା, ପରିଦର୍ଶକଙ୍କ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ବିପଦ ପରିଚାଳନା ଏବଂ ସେବା ପ୍ରଦାନ ପାଇଁ ଏକ ମାନକ କାର୍ଯ୍ୟ ପ୍ରଣାଳୀ (ଏସ୍ଓପି) ପ୍ରସ୍ତୁତ କରିବ । ଏହା ଗୋଷ୍ଠୀ ପରିଚାଳିତ ପରିବେଶ ପର୍ଯ୍ୟଟନ ପ୍ରକଳ୍ପର ସଦସ୍ୟ (ଇକୋ ଗାଇଡ୍), ପରିବେଶ ମାର୍ଗଦର୍ଶିକା, ସ୍ଥାନରେ ପ୍ରକୃତିବାଦୀମାନଙ୍କୁ ତାଲିମ୍ ପ୍ରଦାନ କରିବ ।
ପରିବେଶ ପର୍ଯ୍ୟଟନ ସ୍ଥାନଗୁଡ଼ିକ ପାଖରେ କାର୍ଯ୍ୟ କରୁଥିବା ଟୁର୍ ଅପରେଟର୍, ଟ୍ରାଭେଲ୍ ଏଜେନ୍ସି ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ପାଇଁ କର୍ମଶାଳା ଆୟୋଜନ କରିବ । ବୁଝାମଣାପତ୍ର ଅନୁଯାୟୀ, ଆଇଆଇଟିଟିଏମ୍ ଆଗାମୀ ୨ ବର୍ଷ ମଧ୍ୟରେ ୨୦୨୬-୨୭ ଏବଂ ୨୦୨୭-୨୮ରେ ବିଭିନ୍ନ ଇକୋ ଟୁରିଜିମ୍ ପ୍ରକଳ୍ପ ଏବଂ ପ୍ରକୃତି ଶିବିରର ଅତି କମ୍ରେ ୨୫୦୦ ଗୋଷ୍ଠୀ ସଦସ୍ୟଙ୍କୁ ତାଲିମ୍ ଦେବ । ଏହା ସହ ରାଜ୍ୟରେ ଅଧିକ ଇକୋ ଟୁରିଜିମ୍ ସ୍ଥଳୀ ସୃଷ୍ଟି ଲାଗି ପ୍ରସ୍ତାବ ଦେବା, ଡେବ୍ରିଗଡ଼ ଏବଂ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଇକୋ ଟୁରିଜିମ୍ ପ୍ରକଳ୍ପ ଆରମ୍ଭ ପାଇଁ ଯୋଜନା ହୋଇଛି । ଏ ଦିଗରେ ସ୍ୱଳ୍ପକାଳୀନ ଏବଂ ଦୀର୍ଘକାଳୀନ ଯୋଜନା ଗୁଡ଼ିକ ପ୍ରୋତ୍ସାହିତ କରିବ ବୋଲି ଅଧିକାରୀମାନେ କହିଛନ୍ତି । ପର୍ଯ୍ୟଟନ ପ୍ରୋତ୍ସାହନ ଏବଂ ଗୋଷ୍ଠୀ ବିକାଶରେ ପରିବେଶ ସଂରକ୍ଷଣକୁ ପ୍ରାଥମିକତା ଦେବା ପାଇଁ ନୂଆ ଇକୋ ଟୁରିଜିମ୍ ନୀତି ବେଶ୍ ସହାୟକ ହେବ ବୋଲି ଅଧିକାରୀମାନେ କହିଛନ୍ତି ।