ପ୍ରମୂଖ ଖବର
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

Sahara group: ସହାରା ଗ୍ରୁପ୍ ବିରୋଧରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ; ଆମ୍ବି ଭ୍ୟାଲିରେ ୧୪୬୦ କୋଟି ଟଙ୍କାର ଜମି ଜବତ

Published By : Bijay Swain | April 16, 2025 12:00 AM

Image courtesy: indiatoday

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମଙ୍ଗଳବାର ସହାରା ଗ୍ରୁପ୍ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ରର ଲୋନାଭାଲାସ୍ଥିତ ଆମ୍ବି ଭ୍ୟାଲି ସିଟି ନିକଟରେ ଥିବା ସାହାରା ଗ୍ରୁପର ୭୦୭ ଏକର ଜମି ଅସ୍ଥାୟୀ ଭାବେ ଜବତ କରିଛି ଇଡି। ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୪୬୦ କୋଟି ଟଙ୍କା ରହିଛି। ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ମାମଲାରେ ସହାରା ଗ୍ରୁପ୍ ବିରୋଧରେ ଚାଲିଥିବା ତଦନ୍ତର ଅଂଶ ଭାବେ ଗ୍ରହଣ କରାଯାଇଛି।

ଇଡି କହିଛି ଯେ, ଏହି ଜମି ସହାରା ଗ୍ରୁପ୍ ସଂସ୍ଥାଗୁଡ଼ିକରୁ ଡାଇଭର୍ଟ ହୋଇଥିବା ଅର୍ଥ ବ୍ୟବହାର କରି "ବେନାମୀ" ନାମରେ କିଣାଯାଇଥିଲା। ଏହି ଜବତ ପ୍ରକ୍ରିୟା ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ), ୨୦୦୨ ଅଧୀନରେ କୋଲକାତା ଅଫିସ୍ ଦ୍ୱାରା ଏକ ଅସ୍ଥାୟୀ ଆଦେଶ ଜାରି କରାଯାଇ କରାଯାଇଛି।

ଇଡିର ତଦନ୍ତ ୨୦୧୦ ଡିସେମ୍ବରରେ ଆରମ୍ଭ ହୋଇଥିଲା। ଓଡ଼ିଶା, ବିହାର ଏବଂ ରାଜସ୍ଥାନ ପୋଲିସ ହୁମାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟି ଲିମିଟେଡ୍ (ଏଚ୍‌ଆଇସିସିଏସ୍‌ଏଲ୍) ଏବଂ ଅନ୍ୟମାନଙ୍କ ବିରୋଧରେ ଠକେଇ ଅଭିଯୋଗରେ ତିନୋଟି ଏଫ୍‌ଆଇଆର୍ ଦାଖଲ କରିଥିଲେ। ଏହା ବ୍ୟତୀତ, ସହାରା ଗ୍ରୁପ୍ ଏବଂ ସମ୍ବନ୍ଧିତ ବ୍ୟକ୍ତିଙ୍କ ବିରୋଧରେ ୫୦୦ରୁ ଅଧିକ ଏଫ୍‌ଆଇଆର୍ ଦାଖଲ ହୋଇଛି। ଯେଉଁଥିରୁ ୩୦୦ରୁ ଅଧିକ ପିଏମ୍‌ଏଲ୍‌ଏ ଅଧୀନରେ ଅପରାଧ ସହିତ ଜଡ଼ିତ।

ଅଭିଯୋଗ ମୁତାବକ, ସହାରା ଗ୍ରୁପ୍ ଏକ ପଞ୍ଜି ଯୋଜନା ଚଳାଇଥିଲା। ଯେଉଁଥିରେ ନିବେଶକମାନଙ୍କୁ ଉଚ୍ଚ ରିଟର୍ଣ୍ଣ ଏବଂ କମିଶନର ପ୍ରଲୋଭନ ଦେଖାଇ ଠକେଇ କରାଯାଇଥିଲା। ନିବେଶକମାନଙ୍କୁ ତାଙ୍କ ସମ୍ମତି ବିନା ପୁନଃନିବେଶ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ବାରମ୍ବାର ଦାବି ସତ୍ତ୍ୱେ ମ୍ୟାଚୁରିଟି ପେମେଣ୍ଟ ଦିଆଯାଇ ନଥିଲା।

ଆମ୍ବି ଭ୍ୟାଲି ସିଟିକୁ ଭାରତର ପ୍ରଥମ ପରିକଳ୍ପିତ ହିଲ୍ ସିଟି ଭାବେ ପ୍ରଚାର କରାଯାଇଥିଲା। ଏହା ସହ୍ୟାଦ୍ରୀ ପର୍ବତମାଳାରେ ଅବସ୍ଥିତ ଏବଂ ଏହାର ମୋଟ ଆୟତନ ୧୦,୬୦୦ ଏକର। ଏହି ପ୍ରୋଜେକ୍ଟରେ ତିନୋଟି ମନୁଷ୍ୟ ନିର୍ମିତ ହ୍ରଦ, ୧୧ଟି ଜଳାଶୟ, ୧୮ ହୋଲ୍ ଗଲ୍ଫ କୋର୍ସ, ଏକ ଆନ୍ତର୍ଜାତୀୟ ବିଦ୍ୟାଳୟ, ହସ୍ପିଟାଲ, ଏବଂ ବିଳାସପୂର୍ଣ୍ଣ ରେସ୍ତୋଁରା ସହିତ ଅନ୍ୟାନ୍ୟ ସୁବିଧା ସୁକ୍ଷୋଗ ରହିଛି। ଏହା ମୁମ୍ବାଇରୁ ପ୍ରାୟ ୧୧୦ କିଲୋମିଟର ଏବଂ ପୁଣେରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ।

ଇଡିର ପୂର୍ବ ତଦନ୍ତରେ ମଧ୍ୟ ସାହାରା ଗ୍ରୁପ୍ ର ୨.୯୮ କୋଟି ଟଙ୍କା ନଗଦ ଜବତ କରାଯାଇଥିଲା। ସହାରା ଗ୍ରୁପ୍ ନିବେଶକଙ୍କ ଅର୍ଥକୁ ଅବୈଧ ଭାବେ ବ୍ୟବହାର କରିଥିଲେ ଏବଂ ଅନେକ ସମ୍ପତ୍ତି ବିକ୍ରି କରି ନଗଦ ଲାଭ କରିଥିଲେ ବୋଲି ଅଭିଯୋଗ ରହିଛି। ଏହି ଘଟଣା ସହାରା ଗ୍ରୁପ୍ ପାଇଁ ଆହୁରି ଆଇନଗତ ସଙ୍କଟ ସୃଷ୍ଟି କରିଛି। ସଂସ୍ଥା ବିରୁଦ୍ଧରେ ଦୀର୍ଘ ସମୟ ଧରି ନିବେଶକଙ୍କୁ ଠକେଇ ଏବଂ ଅର୍ଥ ଅପଚୟ ଅଭିଯୋଗ ହୋଇ ଆସୁଛି। ତେବେ ଏ ଦିଗରେ ତଦନ୍ତ ଜାରି ରହିଛି ଏବଂ ଆଗାମୀ ଦିନରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଇଡି ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.