ଗୋଟିଏ ଔଷଧ ଖରାପ ପଡ଼ିଲେ, ସମ୍ପୂର୍ଣ୍ଣ ବ୍ୟାଚ୍ ଉପରେ ଜରିମାନା

ନୂଆଦିଲ୍ଲୀ,୨୭ା୧(ଏଜେନ୍ସି): ଔଷଧର ମାନ ବୃଦ୍ଧି ବାବଦରେ କେନ୍ଦ୍ର ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ ମୁତାବକ ଗୋଟିଏ ବ୍ୟାଚ୍ରେ ଆସୁଥିବା ଔଷଧ ମଧ୍ୟରୁ ଗୋଟିଏର ମାନ ଖରାପ ଥିବା ଜଣାପଡ଼ିଲେ, ସମ୍ପୂର୍ଣ୍ଣ ବ୍ୟାଚ୍ର ଏମ୍ଆର୍ପି (ସର୍ବାଧିକ ଖୁଚୁରା ମୂଲ୍ୟ) ଉପରେ ଜରିମାନା ଲାଗୁ କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ ଗୋଟିଏ ବ୍ୟାଚ୍ରେ ୧,୦୦୦ରୁ ୧,୦୦,୦୦୦ ୟୁନିଟ୍ ପର୍ଯ୍ୟନ୍ତ ଔଷଧ ଆସିଥାଏ । ତେଣୁ ଗୋଟିଏ ଔଷଧ ଖରାପ ପଡ଼ିଲେ, ପୂରା ବ୍ୟାଚ୍ ଉପରେ ଜରିମାନା ଲାଗୁ କରାଯିବ । ଏହାଦ୍ୱାରା ଔଷଧର ମାନ ବୃଦ୍ଧି ଦିଗରେ କମ୍ପାନିମାନେ ଅଧିକ ସଜାଗ ହେବେ । ଏହି ପ୍ରସ୍ତାବକୁ ଔଷଧ ବୈଷୟିକ ଉପଦେଷ୍ଟା ବୋର୍ଡ (ଡିଟିଏବି) ପକ୍ଷରୁ ମଞ୍ଜୁରି ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଏହାକୁ ଅନୁମୋଦନ ଦେବେ ବୋଲି ଜଣାପଡ଼ିଛି ।