ଭୁବନେଶ୍ବର ୧୫/୦୨: ନୂଆ ରୂପ ନେବ ଏକାମ୍ର କ୍ଷେତ୍ର । ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏକାମ୍ର ହେରିଟେଜ୍ ପ୍ରକଳ୍ପ ସରିବାକୁ ଲକ୍ଷ୍ୟ ରଖାଯାଇଛି। ନୂଆ କରି ଏକ ଇଣ୍ଟରପ୍ରିଟେସନ ସେଣ୍ଟର କରାଯିବାର ପ୍ରସ୍ତାବ ଅଛି । ଯାହା ପାର୍କିଂ ସେଣ୍ଟରର ଶେଷ ଆଡୁକୁ ହେବ। ସେଠାରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକ ବିରାଟ ପ୍ରତିମୂର୍ତ୍ତି ନିର୍ମାଣ କରାଯିବ। ସେହିପରି ବିନ୍ଦୁ ସାଗରର ଏକ ସୁନ୍ଦର ହେରିଟେଜ୍ ହ୍ରଦ କରାଯିବ। ଯେହେତୁ ଏହି ଦୁଇଟି ନୂଆ ପ୍ରକଳ୍ପ ମିଶିଛି, ବଜେଟ୍ ଆହୁରି ବଢିବ। ଅତିରିକ୍ତ କାମ ପାଇଁ ବଜେଟର କିଛି ଅସୁବିଧା ହେବନି। ପୁରୁଣା ଏଜେନସି କାମ କରିବାକୁ ଚାହୁଁଲା ନାହିଁ। ତେଣୁ ନୂଆ ଏଜେନସି ଏହି କାମ କରିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ସେପଟେ ପୂର୍ବତନ ଏକ୍ରାମ ବିଧାୟକ ଅଶୋକ ପଣ୍ଡା ଆଇନ ମନ୍ତ୍ରୀଙ୍କ ପ୍ରକିୟାରେ ଜବାବ ଦେଇଛନ୍ତି। ସେ ଆଇନ ମନ୍ତ୍ରୀଙ୍କୁ କଟାକ୍ଷ କରିଛନ୍ତି । ସେ ତାଙ୍କ ନଥିପତ୍ର ଠିକ୍ ଭାବେ ତନଖି କରି ଦେଖିବେ ଆଉ ତାଙ୍କ ଅଫିସର ମାନଙ୍କୁ ପଚାରିବେ। ନବୀନ ପଟ୍ଟନାୟକ ସରକାର ଦୁଇଟି ବ୍ୟାଖ୍ୟାନ  କେନ୍ଦ୍ର ପାଇଁ ଅନୁମୋଦନ ମିଳିଥିଲା। ପର୍ଯ୍ୟଟନ ବିଭାଗ ପକ୍ଷରୁ ଅର୍ଥ ବ୍ୟୟ ବରାଦ ହେବା ସହ କାମ ମଧ୍ୟ ଆରମ୍ଭ ହୋଇଥିଲା। ଗୋଟିଏ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବେଶ ସମ୍ପର୍କ ଓ ଅନ୍ୟଟି ଲିଙ୍ଗରାଜ ମନ୍ଦିର ସମ୍ମୁଖ ବ୍ୟାଖ୍ୟାନ କେନ୍ଦ୍ର ପାଇଁ ୫ କୋଟି ଅନୁମୋଦନ ହୋଇଥିଲା। ଯେବେ ଏକାମ୍ର ପ୍ରକଳ୍ପ ଆରମ୍ଭ ହେଲା ସେତେ ବେଳେ ଏଏସ୍ଆଇ ଅନୁମତି କ୍ରମେ ଏହି ବ୍ୟାଖ୍ୟାନ  କେନ୍ଦ୍ରକୁ ହଟା ଯାଇ ଏକାମ୍ର ପ୍ରକଳ୍ପରେ ଅନ୍ତଭୁକ୍ତ କରାଯାଇଥିଲା।

ଆଇନ ମନ୍ତ୍ରୀ ଯାହାକୁ କହିଛନ୍ତି ନୂଆ କରି ବ୍ୟାଖ୍ୟାନ  କେନ୍ଦ୍ର ଅନ୍ତର୍ଭୁକ୍ତ କରାଯାଇଛି। ତାହ ସମ୍ପୂର୍ଣ୍ଣ ଭ୍ରମାତ୍ମକ ଓ ଭ୍ରାନ୍ତି ତଥ୍ୟ ଉପରେ ଆଧାରିତ ନୁହେଁ। ମୁଁ ସେଥିପାଇଁ କହୁଛୁ ସେ ତାଙ୍କ ଅଧିକାରୀମାନଙ୍କୁ ପଚାରନ୍ତୁ। କିଛି ମତାମତ ଦେବା ପୂର୍ବରୁ ନଥିପତ୍ର ସଠିକ୍ ଭାବେ ପରୀକ୍ଷା ନିରୀକ୍ଷା କରି ଦିଅନ୍ତୁ। ସବୁ କାର୍ଯ୍ୟ ପୂର୍ବ ସରକାର ଖରାପ ବୋଲି ମନ୍ତବ୍ୟ ଦେବା ତାହା ଦୁର୍ଭାଗ୍ୟ ଜନକ।

ବିନ୍ଦୁ ସାଗର ପାରିପାର୍ଶ୍ବିକ ଉନ୍ନତି କରଣ ଉପରେ ଦେଇଥିବା ମନ୍ତବ୍ୟ କହିଛନ୍ତି। ପୂର୍ବ ସରକାରରେ ବିନ୍ଦୁ ସାଗର ଉନ୍ନିତି କରଣ ଓ ପାରିପାର୍ଶ୍ବିକ ବିକାଶ ପାଇଁ ମାଷ୍ଟ ପ୍ଲାନ୍ କରାଯାଇଥିଲା। ଏକାମ୍ର କ୍ଷେତ୍ର ପ୍ରକଳ୍ପ ଡିପିଆରେ ଥିଲା। ସେଥିରେ ଅନନ୍ତ ବାସୁଦେବ ଅଞ୍ଚଳ, ପାର୍କିଂ, ମାକେର୍ଟ ପ୍ଲାଜା, ପୁଲିସ ଆଉଟ୍ ପୋଷ୍ଟ ଆଦି ନିର୍ମାଣ ପାଇଁ ମାଷ୍ଟର ପ୍ଲାନ୍ ଥିଲା ।

ଆହୁରି ପଢ଼ନ୍ତୁ :- ଲିଙ୍ଗରାଜ ମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ,ମହିଳା ଭକ୍ତ ଅସୁସ୍ଥ