ମୁମ୍ୱାଇ - ଭାରତୀୟ ସିନେମାର ସବୁଠୁ ପ୍ରତିଷ୍ଠିତ ଓ ବଡ଼ ସମ୍ମାନ '୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର'କୁ ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୨୪ ମସିହାର ଶ୍ରେଷ୍ଠ ଚଳଚ୍ଚିତ୍ର ଏବଂ କଳାକାରମାନଙ୍କୁ ସମ୍ମାନିତ କରିବା ପାଇଁ ଆଜି, ୧୮ ଜୁଲାଇରେ ବିଜେତାମାନଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ଶ୍ରେଷ୍ଠ ଅଭିନେତା(ବେଷ୍ଟ ଆକ୍ଟର)ର ନ୍ୟାସନାଲ ଆୱାର୍ଡ ଭାବେ କାର୍ତ୍ତିକ ଆର୍ୟନ (ଚନ୍ଦୁ ଚାମ୍ପିଅନ୍) ଏବଂ ମମୁଟି (ବ୍ରହ୍ମଯୁଗମ୍)ଙ୍କୁ ମିଳିଛି। ସେହିପରି ଶ୍ରେଷ୍ଠ ଅଭିନେତ୍ରୀର ଜାତୀୟ ପୁରସ୍କାର ଫିଲ୍ମ 'ଆର୍ଟିକିଲ୍ ୩୭୦' ପାଇଁ ୟାମୀ ଗୌତମଙ୍କୁ ପ୍ରଦାନ କରାଯାଇଛି। ଅନ୍ୟପଟେ ବେଷ୍ଟ ଫିଲ୍ମ କ୍ରିଟିକ୍ ପାଇଁ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସଞ୍ଜୀବ ଶ୍ରୀବାସ୍ତବଙ୍କୁ ପୁରସ୍କୃତ କରାଯାଇଛି।
ମୁଖ୍ୟ ବିଜେତାମାନଙ୍କ ତାଲିକା :
- ସ୍ପେଶାଲ ମେନସନ : ଚୋଲା ଡୋରା ଏବଂ ସୁଇ (ହିନ୍ଦୀ)
- ଭଦ୍ର କାଳୀ ନାଟକମ୍ (ମଲୟାଲମ୍)
- ବେଷ୍ଟ ସର୍ଟ ଫିଲ୍ମ: ହମସଫର (ମରାଠୀ)
ଶ୍ରେଷ୍ଠ ରିଜିଓନାଲ୍ ଫିଲ୍ମ –
- ଶ୍ରେଷ୍ଠ ତେଲୁଗୁ ଫିଲ୍ମ –କମେଟି କୁଲ୍ଲୁ
- ଶ୍ରେଷ୍ଠ ତାମିଲ ଫିଲମ –ରାୟନ
- ଶ୍ରେଷ୍ଠ ମରାଠୀ ଫିଲ୍ମ –ମୁକ୍କାମ ପୋଷ୍ଟ ବୋମ୍ୱିଲୱାଡି
- ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର: ଲହରୀ
- ଶ୍ରେଷ୍ଠ ମଲୟାଲମ ଫିଲ୍ମ –ଫେମିନିଚି ଫାତିମା
- ଶ୍ରେଷ୍ଠ କନ୍ନଡ ଫିଲ୍ମ -ମିଥିୟା
- ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ଶ୍ରୀକାନ୍ତ
- ଶ୍ରେଷ୍ଠ ଗୁଜରାଟୀ ଚଳଚ୍ଚିତ୍ର: ମାରାନ
- ଶ୍ରେଷ୍ଠ ଗଢ଼ୱାଲୀ ଚଳଚ୍ଚିତ୍ର: ଢୋଲି
- ଶ୍ରେଷ୍ଠ ବଙ୍ଗଳା ଚଳଚ୍ଚିତ୍ର: ଚଳଚ୍ଚିତ୍ର ଏଖୋନ
- ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ଜୁଇଫୁଲ୍
- ଶ୍ରେଷ୍ଠ ମଣିପୁରୀ ଚଳଚ୍ଚିତ୍ର: ସୁନିତା
- ଶ୍ରେଷ୍ଠ କୋରିଓଗ୍ରାଫି : ସ୍ତ୍ରୀ ୨ (ଆଜ କି ରାତ)- ବିଜୟ ଗାଙ୍ଗୁଲି
- ଶ୍ରେଷ୍ଠ ଗୀତିକାର (ଲିରିକ୍ସ): ମନୋଜ ମୁନ୍ତଶିର - ଜାନେ ଦୋ
- ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା: ଶାଶ୍ୱତ ସଚଦେବ (ଆର୍ଟିକିଲ୍ ୩୭୦)
- ଶ୍ରେଷ୍ଠ ମେକଅପ୍: ପି. ରବି କୁମାର (କମେଟି କୁଲ୍ଲୁ)
- ଶ୍ରେଷ୍ଠ ପୋଷାକ ଡିଜାଇନ (କଷ୍ଟ୍ୟୁମ୍): ଦୀପାଳି ନୂର (ପୁଷ୍ପା ୨)
- ଶ୍ରେଷ୍ଠ ପ୍ରଡକ୍ସନ ଡିଜାଇନ: ନିତିନ ଚୌଧୁରୀ (କଲ୍କି ୨୮୯୮ AD)
- ଶ୍ରେଷ୍ଠ ଏଡିଟିଂ: ମାନବୀର ଜସରୋଇତିଆ
- ଶ୍ରେଷ୍ଠ ସାଉଣ୍ଡ ଡିଜାଇନ: ଭୁଲ୍ ଭୁଲୈୟା ୩
- ଶ୍ରେଷ୍ଠ ଡାଇଲଗ୍ ରାଇଟର: ଭେଙ୍କି (ଲକି ଭାସ୍କର)
- ଶ୍ରେଷ୍ଠ ସିନେମାଟୋଗ୍ରାଫି: ଏଡମଣ୍ଡ (ଲାଇଫ୍ ଇନ୍ ଲୁମ୍)
- ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା: ବୈକୋମ ବିଜୟଲକ୍ଷ୍ମୀ (ମଲୟାଲମ୍)
- ଶ୍ରେଷ୍ଠ ସହ-ଅଭିନେତା (ସପୋର୍ଟିଂ ଆକ୍ଟର): ସଞ୍ଜୟ ମିଶ୍ର
- ଶ୍ରେଷ୍ଠ ନିର୍ଦ୍ଦେଶନା: ଆନନ୍ଦ ଏଲ୍. ରାୟ (ଏକତା କା ପ୍ରତୀକ)
- ଶ୍ରେଷ୍ଠ ଫିଚର ଫିଲ୍ମ: ଆର୍ଟିକିଲ୍ ୩୭୦
- ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ: ରାମ-ନାମୀ (ହିନ୍ଦୀ)
- ଶ୍ରେଷ୍ଠ କଳା ଓ ସଂସ୍କୃତି ଭିତ୍ତିକ ଚଳଚ୍ଚିତ୍ର: ମୈ ନିଦା (ହିନ୍ଦୀ)
- ଶ୍ରେଷ୍ଠ ଐତିହାସିକ ଚଳଚ୍ଚିତ୍ର: କାକୋରୀ (ହିନ୍ଦୀ)
- ଶ୍ରେଷ୍ଠ ଡେବ୍ୟୁ ଡାଇରେକ୍ଟର): ରବି ରାଜ ମୁର୍ମୁ
- ଶ୍ରେଷ୍ଠ ନନ୍ ଫିଚର ଫିଲ୍ମ): ଭଙ୍ଗାର (ମରାଠୀ-ଇଂରାଜୀ)
କେମିତି ହେଲା ଶ୍ରେଷ୍ଠ ଫିଲ୍ମ ଗୁଡ଼ିକର ଚୟନ ?
ଚଳିତ ବର୍ଷର ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସେହି ସବୁ ଫିଲ୍ମକୁ ସାମିଲ କରାଯାଇଛି, ଯାହାକୁ ୧ ଜାନୁଆରୀ ୨୦୨୪ରୁ ନେଇ ୩୧ ଡିସେମ୍ବର ୨୦୨୪ ମଧ୍ୟରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (CBFC) ଅର୍ଥାତ୍ ସେନ୍ସର ବୋର୍ଡ ପକ୍ଷରୁ ପ୍ରମାଣପତ୍ର ମିଳିଛି। ଏହି ଚଳଚ୍ଚିତ୍ରଗୁଡ଼ିକର ଚୟନ ଏବଂ ବିଜେତା ବାଛିବାର ଦାୟିତ୍ୱ ୧୧ ଜଣିଆ ସଦସ୍ୟ ବିଶିଷ୍ଟ ଏକ ସ୍ୱତନ୍ତ୍ର ଜୁରିକୁ ପ୍ରଦାନ କରାଯାଇ ଥିଲା।
ଏହି ହାଇ-ପ୍ରୋଫାଇଲ୍ ଜୁରିର ଅଧ୍ୟକ୍ଷତା କରିଛନ୍ତି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଜୟରାଜ। ଜୟରାଜ ଏହା ପୂର୍ବରୁ ୨୦୧୨ରେ ମଧ୍ୟ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜୁରିର ସଦସ୍ୟ ରହି ସାରିଛନ୍ତି। ସାରା ଦେଶରୁ ଆସିଥିବା ଏଣ୍ଟ୍ରିଗୁଡ଼ିକୁ ସମୀକ୍ଷା କରିବା ପରେ ପ୍ୟାନେଲ୍ ଚଳିତ ବର୍ଷର ବିଜେତାମାନଙ୍କ ନାମ ଚୂଡ଼ାନ୍ତ କରିଛି।