ପ୍ରମୂଖ ଖବର
  • ତାମିଲ ଅଭିନେତା-କମେଡ଼ିଆନ ଏସ୍‌. କୃଷ୍ଣମୂର୍ତ୍ତି ଦେହାନ୍ତ, ୭୧ ବର୍ଷ ବୟସରେ ପରଲୋକ
  • ||
  • ଢେଙ୍କାନାଳ : ଅଜଣା ଯୁବକଙ୍କ ଗଳିତ ମୃତଦେହ ଠାବ, ତଦନ୍ତ କରୁଛି ପୁଲିସ
  • ||
  • ଶ୍ରୀମନ୍ଦିରର ଅନନ୍ୟ ପରମ୍ପରା, ଆଜି ବାଡ଼ି ନୃସିଂହଙ୍କ ଚାରି ଆଶ୍ରମ ବିଜେ ସହ ଶ୍ରୀକ୍ଷେତ୍ର ପରିକ୍ରମା କରିବେ
  • ||
  • ବୌଦ୍ଧ: ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଏମ୍‌ଭିଆଇ ଗୋଳାପ ଚନ୍ଦ୍ର ହାଁସଦା ,ଏକାକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
  • ||
  • ଦୁଇଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡ଼ିର କରିବେ ଶୁଭ ଉଦ୍‌ଘାଟନ
  • ||
  • ରାୟଗଡ଼ା : ଦୋକାନ ଘର ଉପରେ ଚଢିଗଲା ଟ୍ୟାଙ୍କର; ଜଣେ ମୃତ ୨ ଗୁରୁତର
  • ||
  • ଅଧ ରାତିରେ ଭୂକମ୍ପରେ ଥରିଲା ପାକିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୮ ରେକର୍ଡ
  • ||
  • ବଳଙ୍ଗା ପୀଡ଼ିତା ମୃତ୍ୟୁ ଘଟଣା, ଆଜି ଦିଲ୍ଲୀ ଏମ୍‌ସରେ ମୃତଦେହ ବ୍ୟବଚ୍ଛେଦ ପରେ ମରଶରୀର ଓଡ଼ିଶା ଅଣାଯିବ
  • ||
  • ଜୀବନ ଯୁଦ୍ଧରେ ହାରିଗଲେ ବଳଙ୍ଗା ପୀଡ଼ିତା,ଘଟଣାରେ କାହାର ସମ୍ପୃକ୍ତି ନାହିଁ କହିଲା ପୁଲିସ, ରାଜନୀତି କରନି କହିଲେ ବାପା
  • ||
  • ବାଲେଶ୍ୱର : ଦହିସଡା ପାଟଣା ସାହିରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ୨ ବଖରା ଘର
  • ||
  • ଦିନରେ ଗୁଳୁଗୁଳି, ରାତିରେ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ଅଳ୍ପ, ଦକ୍ଷିଣରେ କାଁଭାଁ ବର୍ଷା ସମ୍ଭାବନା
  • ||

ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଭିତ୍ତିହୀନ କହିଲେ ନିର୍ବାଚନ କମିଶନ, ନିଜର କର୍ମଚାରୀଙ୍କୁ ଦେଲେ ଏଭଳି ପରାମର୍ଶ

Published By : Tapas Panda | August 1, 2025 4:52 PM

Image Courtesy: indiatv

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ନିର୍ବାଚନ ଆୟୋଗ । ଏହା ସହ  ନିରପେକ୍ଷ ଭାବରେ କାମ କରିବାକୁ ଆୟୋଗ ପ୍ରତିବଦ୍ଧ ବୋଲି ମଧ୍ୟ କହିଛନ୍ତି । ନିର୍ବାଚନ ଆୟୋଗଙ୍କ ଉପରେ ହେରଫେର ନେଇ ଅଭିଯୋଗ କରିଥିଲେ ରାହୁଲ ଗାନ୍ଧୀ । ଏହା ସହ ଏଥିରେ ସଂପୃକ୍ତ ଥିବା କୌଣସି ଅଧିକାରୀଙ୍କୁ ଛଡ଼ାଯିବନି ଏବଂ ଅବସର ପରେ ବି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାହୁଲ ଚେତାବନୀ ଦେଇଥିଲେ ।   ଏହାକୁ ନେଇ ନିଜର କର୍ମଚାରୀଙ୍କୁ ଭିତ୍ତିହୀନ ଅଭିଯୋଗ ଉପରେ ଧ୍ୟାନ ନଦେବାକୁ କହିଛନ୍ତି ନିର୍ବାଚନ କମିଶନ । 

ଏପରି ଭିତ୍ତିହୀନ ଅଭିଯୋଗକୁ ଅଣଦେଖା କରିବା ସହ ପ୍ରତିଦିନ ଧମକ ସତ୍ତ୍ୱେ, ନିରପେକ୍ଷ ଓ ସ୍ୱଚ୍ଛ ଭାବରେ କାର୍ଯ୍ୟ କରିବାକୁ କର୍ମଚାରୀଙ୍କୁ ନିର୍ବାଚନ କମିଶନ ପରାମର୍ଶ ଦେଇଛନ୍ତି ।  ବିରୋଧୀ ଦଳ ନେତାମାନେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର) ଉପରେ ପ୍ରଶ୍ନ ଉଠାଇଥିଲେ । ଅଭିଯୋଗ କରିଥିଲେ ଯେ, ଏହା ମାଧ୍ୟମରେ ଭୋଟରଙ୍କ ମତଦାନ ଅଧିକାର ଛଡ଼ାଇ ନେବାକୁ ଚେଷ୍ଟା କରାଯାଉଛି । ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ, ଭୋଟର ତାଲିକାରେ ସମସ୍ତଙ୍କ ଯୋଗ୍ୟ ଭୋଟରଙ୍କୁ ସାମିଲ କରିବା  ଏହାର ଉଦ୍ଦେଶ୍ୟ । ନିର୍ବାଚନ କମିଶନ ଡ୍ରାଫ୍ଟ ଭୋଟର ତାଲିକା ମଧ୍ୟ ପ୍ରକାଶ କରିଛନ୍ତି । ଯେଉଁ ଲୋକମାନଙ୍କର ନାମ ଭୋଟର ତାଲିକାରେ ନାହିଁ, ସେମାନେ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ପାଖରେ ନିଜର ଅଭିଯୋଗ ଦାଖଲ କରିପାରିବେ ।

ରାହୁଲ ଗାନ୍ଧୀ କହିଥିଲେ ଯେ, ନିର୍ବାଚନ କମିଶନ ଅନିୟମିତତା କରୁଛନ୍ତି । ସଂସଦ ଭବନରେ ସାମ୍ବାଦିକଙ୍କ ପ୍ରଶ୍ନରେ ସେ କହିଥିଲେ, ଭୋଟ ଚୋରି ହେଉଛି । ଏଥିରେ ନିର୍ବାଚନ କମିଶନ ମଧ୍ୟ ଜଡିତ ଏବଂ ସେ ଦୃଢ଼ ପ୍ରମାଣ ସହିତ ଏହା କହୁଛନ୍ତି । ଏହା ପରେ, ଧମକପୂର୍ଣ୍ଣ ସ୍ୱରରେ ସେ କହିଥିଲେ ଯେ, ଏଥିରେ ଜଡିତ ଅଧିକାରୀମାନଙ୍କୁ ଛଡ଼ାଯିବ ନାହିଁ। ବିଜେପି ଇଙ୍ଗିତରେ ଭୋଟ ଚୋରି କରୁଥିବା ନିର୍ବାଚନ ଅଧିକାରୀମାନେ ଦେଶ ବିରୋଧରେ କାମ କରୁଛନ୍ତି । ଅବସର ନେବା ପରେ ମଧ୍ୟ ସେମାନଙ୍କୁ ଛଡ଼ାଯିବ ନାହିଁ । ରାହୁଲ ଗାନ୍ଧୀ ପୂର୍ବରୁ ମଧ୍ୟ ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.