PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ-ଦୁର୍ଗ ଏକ୍ସପ୍ରେସରେ ନିଆଁ , ସ୍ଥାନୀୟ ଦମକଳ ବାହୀନୀ ଆସି ନିଆଁକୁ ଆୟତ୍ତ କଲେ
  • ||
  • କେନ୍ଦ୍ରୀୟ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଝିଅ ବିବାହ ବନ୍ଧନରେ ବାନ୍ଧି ହେଲେ
  • ||
  • ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ରେଜଲ୍ଟ। ସିଏଚ୍‌ଏସ୍‌ସି କାର୍ଯ୍ୟାଳୟରେ ଫଳାଫଳ ଘୋଷଣା କଲେ ଗଣଶିକ୍ଷା ସଚିବ।
  • ||
  • ସୁପ୍ରିମକୋର୍ଟରେ ପହଞ୍ଚିଲେ ମୃତ ଗ୍ୟାଙ୍ଗଷ୍ଟାର ସଂଜୀବ୍ ଜୀବାର ପତ୍ନୀ; କହିଲେ ମୋ ଜୀବନ ପ୍ରତି ବିପଦ ଅଛି, ସୁରକ୍ଷା ଯୋଗାଇ ଦିଆଯାଉ…
  • ||
  • ପୁରୀ : ଚାଲିଛି ଶ୍ରୀଜିଉଙ୍କ ଅନବସର ନୀତି: ଗୁରୁବାର ଶ୍ରୀଅଙ୍ଗ ଫିଟିବ, ୯ରେ ଫୁଲୁରୀ ତେଲ ଲାଗି ନୀତି
  • ||
  • ଅସ୍ତରଙ୍ଗ : ଗୁଟଖା ଖାଇବାକୁ ମନା କରିବାରୁ ଆତ୍ମହତ୍ୟା; ସାଇଣ୍ଟିଫିକି ଟିମ୍ ଓ ପୁଲିସର ତଦନ୍ତ ଜାରି
  • ||

ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ, ବିଦ୍ୟୁତ କର୍ମଚାରୀ ଅଟକ

ପାରାଦୀପ, ୨୫/୦୫ : ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ। ପାରାଦୀପ ଲକ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ପଞ୍ଚାୟତର ବରେଇ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବରେଇ ଗ୍ରାମର କାନ୍ଦୁରି ରାଉତ (୬୦ ବର୍ଷ)। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀମାନେ ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଛନ୍ତି।

ସୂଚନାନୁଯାୟୀ, କାନ୍ଦୁରି ଗୁରୁବାର ଦିନ ୧୨ଟାରେ ନିଜ ବିଲକୁ ବୁଲିବାକୁ ଯାଇଥିବା ବେଳେ ବିଦ୍ୟୁତ ଖୁଣ୍ଟରେ ଲାଗିଥିବା ତାର ତାଙ୍କ ଦେହରେ ଛିଣ୍ଡି ପଡିଥିଲା। ଫଳରେ ବିଦ୍ୟୁତ ପ୍ରବାହରେ କାନ୍ଦୁରିଙ୍କ ପେଟ ସମେତ ଦେହ ଜଳି ଯାଇଥିଲା। ଆଉ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ଟାଟା ପାୱାର କର୍ମଚାରୀ ଘଟଣାସ୍ଥଳକୁ ଆସିଥିଲେ ବି ତାଙ୍କୁ ଗାଁ ଲୋକ ଘେରି ଯାଇ ଅଟକ ରଖିଛନ୍ତି। ଏ ପର୍ଯ୍ୟନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।

ତେବେ ପୂର୍ବରୁ ସେହି ସ୍ଥାନରେ ଏକ ଗାଈର ମୃତ୍ୟୁ ହୋଇଥିବା ବେଳେ ଏକ ଟ୍ରାକ୍ଟର ମଧ୍ୟ ବିଦ୍ୟୁତ ଆଘାତରେ ଜଳି ଯାଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରିକି ବାରମ୍ବାର ଟାଟା ପାୱାରକୁ ଏନେଇ ଅଭିଯୋଗ କରିବା ପରେ ବି ବିପଦଶଙ୍କୁଳ ବିଦ୍ୟୁତ ଖୁଣ୍ଟର ମରାମତି ହେଉ ନଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି। ଘଟଣାସ୍ଥଳରେ ଶତାଧିକ ଗ୍ରାମବାସୀ ପହଞ୍ଚିଥିବା ବେଳେ ମୃତଦେହ ସେହି ସ୍ଥାନରେ ପଡି ରହିଛି।