ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଉପଭୋକ୍ତାଙ୍କ ସହ ଖେଳ ଖେଳୁଛନ୍ତି ହରଭଙ୍ଗା ଫିଡ଼ର ବିଦ୍ୟୁତ ବିଭାଗ କର୍ମଚାରୀ ; ମିଳୁନି ଉତ୍ତମ ସେବା ଲୋକେ ହନ୍ତସନ୍ତ

Published By : Gurupada Nath | June 26, 2025 8:05 PM

ହରଭଙ୍ଗା,୨୬/୬ (ଚିତ୍ତରଞ୍ଜନ ସିଂ) : ଘଣ୍ଟା ଘଣ୍ଟା ବିଦ୍ୟୁତ କାଟୁଥୁବାରୁ ବର୍ତ୍ତମାନ ସମୟରେ ଲୋକେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଥିବା ନେଇ ଅଞ୍ଚଳ ଲୋକେ ଅଭିଯୋଗ ଆଣିଛନ୍ତି  l ସୂଚନାଯୋଗ୍ୟ ଯେ, ଗତକାଲି ମଧ୍ୟାହ୍ନ ରାତିରୁ ହରଭଙ୍ଗା ଫିଡ଼ରରୁ କରେଣ୍ଟ କାଟିବା ସହ ଆଜି ପର୍ଯ୍ୟନ୍ତ ଘଣ୍ଟା ଘଣ୍ଟା ବିଦ୍ୟୁତ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି l ଏମିତି ଟିକେ ବର୍ଷା କି ଘଡ଼ଘଡ଼ି ହେଲେ ମନ ଇଛା ୧୦ରୁ ୧୫ଘଣ୍ଟା ବିଦ୍ୟୁତ କାଟୁଥିବା ବିଦ୍ୟୁତ ଉପୋଭୋକ୍ତାଙ୍କ ଭିତରେ ଦାବି ହେଉଛି l ବିଭାଗ ଏହାର ପ୍ରତିକାର ନ କଲେ ଆଗାମୀ ଦିନରେ ବିଦ୍ୟୁତ ଅଫିସ ଘେରାଉ କରିବା ପାଇଁ ଅଞ୍ଚଳବାସୀଙ୍କ ଭିତରେ ଆନ୍ଦୋଳନ ଦାନା ବାନ୍ଧୁଥୁବା କୁହାଯାଉଛି  l  ହରଭଙ୍ଗା, କୋଡ଼ା ସିଙ୍ଗା, ତୀରଡ଼, କୁମାରୀ, ଅତଳସରା ଭଳି ଅନନ୍ୟ ଗ୍ରାମର ବିଦ୍ୟୁତ ଉପୋଭୋକ୍ତାମାନେ ଏହି କରେଣ୍ଟ ଉପରେ ନିର୍ଭର କରୁଥିବାବେଳେ ଅଞ୍ଚଳର ବିଭିନ୍ନ ଅଫିସ, ଥାନା, ଡାକ୍ତରଖାନା, ସ୍କୁଲ କଲେଜ, ଡାକଘର, ବ୍ୟାଙ୍କ ଅନଲାଇନ କାର୍ଯ୍ୟରେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି l

ଏଭଳି ସମସ୍ୟା ଉପରେ ହରଭଙ୍ଗା ଫିଡ଼ର ବିଦ୍ୟୁତ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଉପରେ କୁମାରୀ ଗ୍ରାମର ଧନୀ ସେନାପତି, ପବିତ୍ର ନାଏକ, ସୁନୀଲ ବେହେରା, ତନ୍ମୟ ବାନାର୍ଜୀ ଅତଳ ସରା ଗ୍ରାମର ରାଜୁ ଦେହୁରୀ, ଭରତ ପରିଡ଼ା, ଚନ୍ଦ୍ରମଣି ବେହେରା, ବାସୁଦେବ ନାଏକ, ବଳରାମ ଡ଼ାଳୁଆ ଦୃଷ୍ଟି ଦେବା ସହ ସମସ୍ୟାର ତୁରନ୍ତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳର ଯୁବ ସାମ୍ବାଦିକ ସଦାନନ୍ଦ ନାଏକ ମଧ୍ୟ ଦାବି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.